February 5, 2026
Home » ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

0
WhatsApp Image 2026-01-15 at 7.25.09 AM

କଳିଙ୍ଗର କବିରାଜି, ମାଣ୍ଡିଆର ଇତିହାସ ଓ ଏକ ଅନନ୍ୟ ପ୍ରେମର ଆଧାରକୁ ନେଇ ଏକ ନିଆରା କାହାଣୀ

ଇନଫାଇସନ୍ ଏଣ୍ଟରଟେନମେଣ୍ଟ (Infyson Entertainment) ବ୍ୟାନରରେ ନିର୍ମିତ ବହୁ ପ୍ରତିକ୍ଷିତ ଫିଲ୍ମର ଟିଜର ମୁକ୍ତିଲାଭ କରିଛି, ଯାହା ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି।ଟିଜର ରିଲିଜ୍ ଅବସରରେ ପିପିଲି ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ, ଓଡ଼ିଆ ସିନେ ପ୍ରଯୋଜକ ଅଜିତ ମିଶ୍ର, ସଂସ୍କୃତି ବିଭାଗ ଡେପୁଟି ଡାଇରେକ୍ଟର ଶ୍ରୀମତୀ ସ୍ମିତା ମହାନ୍ତି, ବ୍ଲୁଜୁମ୍ ସ୍କୁଲ ର ଅଧ୍ୟକ୍ଷା ଶ୍ରୀମତୀ ନଦିଆ ମୁଗବେଲପୁର, ବ୍ରଜରାଜ ମୁଭିଜ୍ ର ଡ଼ାଇରେକ୍ଟର ଶ୍ରୀମତୀ ନିତୁ ନାୟକ, ଫିଲ୍ମ ର ପ୍ରଯୋଜକ ଜେ.ଆର୍.ଏମ୍, ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତ, ଚିତ୍ରନାଟ୍ୟ ଓ ସଂଳାପ ଦିଲ୍ଲୀପ ବିଷୋୟୀ, ଉତ୍ତମ କୁମାର, ମାର୍କେଟିଂ ଓ ପିଆର ପ୍ରଣୟ ଜେଠୀ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଶକ୍ତି ବରାଳ, ଅଭିନେତା ଅଭିଷେକ, ଅଭିନେତ୍ରୀ ଶିବାନୀ ସଙ୍ଗୀତା ପ୍ରମୁଖ ଉପସ୍ଥିତ ଥିଲେ l‘ଦ ମିଲେଟ୍ ଡାଏରୀ’ କେବଳ ଏକ ସିନେମା ନୁହେଁ, ବରଂ ଏଥିରୁ କଳିଙ୍ଗର ଆତ୍ମସମ୍ମାନ ଓ ମାଣ୍ଡିଆର ଗୌରବଗାଥା ସ୍ପଷ୍ଟ ବାରି ହେଉଛି l ଓଡ଼ିଆ ସିନେମା ପ୍ରେମୀଙ୍କ ପାଇଁ ଏହା ଏକ ବଡ଼ ଖବର ଯେ, ଚଳଚ୍ଚିତ୍ରଟି ଆସନ୍ତା ରଜ ଉପଲକ୍ଷେ ଜୁନ ୧୨ ତାରିଖରେ ପରଦାକୁ ଆସୁଛି ଯାହାର ଟିଜରଟି ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ଶୀର୍ଷରେ।କାହାଣୀରେ କ’ଣ ଅଛି ଖାସ୍ l

ଏହି ସିନେମାଟି ଆମକୁ ନେଇଯିବ ଅତୀତର ସେହି ସମୟକୁ, ଯେଉଁଠି ମାଣ୍ଡିଆ କେବଳ ଏକ ଶସ୍ୟ ନଥିଲା, ଥିଲା ସଭ୍ୟତାର ପରିଚୟ।ଅନନ୍ୟ ପ୍ରେମ କାହାଣୀ: ସଂଗ୍ରାମ ଭିତରେ ସମ-ସାମୟିକ କାଳଚକ୍ର ର ଏକ ଶାଶ୍ୱତ ପ୍ରେମର ସୁନ୍ଦର ଝଲକ ଏହି ଚଳଚ୍ଚିତ୍ରକୁ ଅଧିକ ଭାବପୂର୍ଣ୍ଣ କରିବ lଏହି ଚଳଚ୍ଚିତ୍ରରେ ଓଲିଉଡର ଅନେକ ଜଣାଶୁଣା ଓ ଦକ୍ଷ କଳାକାରମାନେ ଅଭିନୟ କରିଛନ୍ତି। ସେମାନେ ହେଲେ, ମୁଖ୍ୟ ଭୂମିକାରେ: ସିଦ୍ଧାନ୍ତ ମହାପାତ୍ର, ଅଭିଷେକ ପଣ୍ଡା, ଶିବାନୀ ସଙ୍ଗୀତା, ରାଜ୍ ରାଜେଶ ଏବଂ ଶ୍ରୀତମ ଦାସ। ଅନ୍ୟାନ୍ୟ ପ୍ରମୁଖ କଳାକାରମାନଙ୍କ ମଧ୍ୟରେ କୁନା ତ୍ରିପାଠୀ, ଶକ୍ତି ବରାଳ, ସୁଶାନ୍ତ ଦାଶମହାପାତ୍ର, ରେଭାଂଶ ମହାନ୍ତି, ସନ୍ତୁ ନିଜେ, କାଞ୍ଚନ, ରାଜଶ୍ରୀ, ଦୀପକ, ଦେବିକା ଏବଂ ଶ୍ରେୟା।ପରଦା ପଛର ସାରଥି ଏହି ଭିନ୍ନଧର୍ମୀ ସିନେମାକୁ ସଜେଇଛନ୍ତି ଓଡ଼ିଶାର ଦକ୍ଷ କଳାକାର ଓ ବୈଷୟିକ ଟିମ୍ lପ୍ରଯୋଜନା ଓ କାହାଣୀ ଜେ.ଆର୍.ଏମ୍, ନିର୍ଦ୍ଦେଶନାରେ ରାଜେନ୍ଦ୍ର ମହାନ୍ତ l ଚିତ୍ରନାଟ୍ୟ ଓ ସଂଳାପ ଦିଲ୍ଲୀପ ବିଶୋଇ ଏବଂ ଉତ୍ତମ କୁମାର l ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ, ସିନେମାଟୋଗ୍ରାଫି ବିଶ୍ୱଜିତ କୁଲ୍ଡି ଏବଂ ଈଶ୍ୱର ବାରିକ |ସମ୍ପାଦନା ଦାୟିତ୍ୱ ରେ ରାଜେଶ ଦାଶ, ପୋଷ୍ଟ ପ୍ରଡକ୍ସନ ହେଡ ବିଶ୍ୱଜିତ୍ ପାଇଟଲ l କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ବିଶ୍ୱଜିତ, ଦିପ୍ତୀରେଖା ପାଢ଼ୀ, ଶଶାଙ୍କ ଶେଖର, ଆଶୁତୋଷ ଏବଂ ଦେବ ଜେ lଚଳିତ ବର୍ଷ ରଜରେ ଏହି ଚଳଚ୍ଚିତ୍ରଟି ବଡ଼ ପରଦାରେ ମୁକ୍ତିଲାଭ କରିବ। ତେବେ ନିଜ ମାଟିର ଇତିହାସ ଏବଂ ଏକ ହୃଦୟସ୍ପର୍ଶୀ କାହାଣୀ ରଜରେ ଓଡ଼ିଆ ଦର୍ଶକ ଦେଖିବାକୁ ପାଇବେ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଗଣମାଧ୍ୟମ କୁ କୁହାଯାଇଛି l

Leave a Reply

Your email address will not be published. Required fields are marked *