March 15, 2025
Home » ରିଲିଜ୍ ହେଲା କ୍ଷୁଦ୍ର ଫିଲ୍ମ ପାତାଳୀ ଶ୍ରୀକ୍ଷେତ୍ର କେତେଦୂର

ରିଲିଜ୍ ହେଲା କ୍ଷୁଦ୍ର ଫିଲ୍ମ ପାତାଳୀ ଶ୍ରୀକ୍ଷେତ୍ର କେତେଦୂର

0

 

ପବିତ୍ର ବାହୁଡା଼ ଯାତ୍ରା ଅବସର ରେ ତନୁସାନ୍ ଷ୍ଟୁଡିଓ ତରଫ ରୁ ରିଲିଜ୍ ହୋଇଛି କ୍ଷୁଦ୍ର ଫିଲ୍ମ ପାତାଳୀ ଶ୍ରୀକ୍ଷେତ୍ର କେତେଦୂର । ଏହି ଫିଲ୍ମ ରେ ପାତାଳୀ ଶ୍ରୀକ୍ଷେତ୍ର ମାହାତ୍ମ୍ୟ ସହିତ ରଥ ଯାତ୍ରା ନବ କଳେବର ପ୍ରଥା କିପରି ଆରମ୍ଭ ହେଲା ଓ ପାତାଳୀ ଶ୍ରୀକ୍ଷେତ୍ର କୁ ପହଞ୍ଚିବା ପାଇଁ ରାସ୍ତା ବିଷୟ ରେ ବର୍ଣ୍ଣନା ରହିଛି। ଏହି ଫିଲ୍ମ ଟି ଲେଖିଛନ୍ତି କମ୍ଭୁଧର୍ ସୁନା ଓ ଶାନ୍ତନୁ କୁମ୍ଭକାର ନିର୍ଦ୍ଦେଶନା ଦେଇଛନ୍ତି। ଅଭିନୟ କରିଛନ୍ତି ପ୍ରମୁଖ ସ୍ବର୍ଣ୍ଣପ୍ରଭା ମହାପାତ୍ର,ସନ୍ତୋଷିନୀ ନନ୍ଦ, ଭରତ ମହାପାତ୍ର ଓ ସୁବର୍ଣ୍ଣପୁର ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଶ୍ରୀ ଚିନ୍ମୟ କୁମାର ମିଶ୍ର। ଫିଲ୍ମ ଟି ରେ ସମସ୍ତ ଙ୍କ ଅଭିନୟ ଖୁବ ଚିତ୍ତାକର୍ଷକ ହେଇଛି ଓ କିଶୋର କଳାକାର ଚିନ୍ମୟ ମିଶ୍ର ଙ୍କ ଅଭିନୟ କୁ ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି।

।ବର୍ତ୍ତମାନ ତନୁସାନ୍ ନେଟୱର୍କ ୟୁ ଟ୍ୟୁବ୍ ଚାନେଲ ରେ ବାରଶହ ଜଣ ରୁ ଉର୍ଦ୍ଧ୍ୱ ଜଣ ଦେଖି ପାତାଳୀ ଶ୍ରୀକ୍ଷେତ୍ର ବିଷୟ ରେ ବହୁ ଅଜଣା କଥା ଜାଣିଲୁ ବୋଲି ଦର୍ଶାଇଛନ୍ତି।ପୁରୀ କଟକ ତଥା ବିଭିନ୍ନ ଜିଲ୍ଲା ର ବିଭିନ୍ନ ବ୍ୟକ୍ତି ବିଶେଷ ମଧ୍ୟ ଦୂରତା ଯୋଗୁଁ ପାତାଳୀ କ୍ଷେତ୍ର ନ ଯାଇ ପାରି ଘରେ ବସି ଟିଭି ମାଧ୍ୟମ ରେ ଦେଖି ପାରିଲୁ ବୋଲି ଫୋନ୍ ଯୋଗେ ଜଣାଇଛନ୍ତି। ଏହି ଫିଲ୍ମ ବିଭିନ୍ନ ବ୍ୟକ୍ତି ବିଶେଷ ଦେଖି ପାତାଳୀ ଶ୍ରୀକ୍ଷେତ୍ର ପହଞ୍ଚିବା ପାଇଁ ରାସ୍ତା ଆହୁରି ଉନ୍ନତ କରିବା ସହିତ ପାତାଳୀ ଶ୍ରୀକ୍ଷେତ୍ର ର ସାମଗ୍ରିକ ବିକାଶ ସହିତ ଖୁବ୍ ଶୀଘ୍ର ପୁରୀ ଜଗନ୍ନାଥ ମନ୍ଦିର ଢାଞ୍ଚା ରେ ମନ୍ଦିର ନିର୍ମାଣ ପାଇଁ ସରକାରୀ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।
ତନୁସାନ୍ ନେଟ୍ ୱର୍କ୍ ମଧ୍ୟ ଲୁକ୍କାୟିତ କଳା ସଂସ୍କୃତି ପରମ୍ପରା ଓ ଶିକ୍ଷା କୁ ଆଗେଇ ନେବାପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ନିଜ ୟୁ ଟ୍ୟୁବ୍ ଚାନେଲ୍ ରେ କରୁଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *