July 29, 2025
Home » ରୁଗୁଡିପାଲି ବିଦ୍ୟାଳୟରେ ବିଦ୍ୟାଳୟ କ୍ୟାବିନେଟ ଗଠିତ

ରୁଗୁଡିପାଲି ବିଦ୍ୟାଳୟରେ ବିଦ୍ୟାଳୟ କ୍ୟାବିନେଟ ଗଠିତ

0
WhatsApp Image 2025-07-12 at 1.14.24 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ରୁଗୁଡ଼ିପାଲି ବିଦ୍ୟାଳୟ ରେ ଶନିବାର ଦିବା ୧୦ ଘ. ୩୦ ମି. ସମୟରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲାଲଚାନ୍ଦ ରଣାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଦୋଳଗୋବିନ୍ଦ ପଣ୍ଡା ଓ ବିରେନ୍ଦ୍ର ବରିହା ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ହୋଇ ନିର୍ବାଚ଼ନ କାମ ପରିଚାଳନା କରିଥିଲେ । ସ୍ୱାସ୍ଥ୍ୟ ଓ ପରିମଳ, ଜଳ ଯୋଗାଣ ଓ ପରିବେଶ ମନ୍ତ୍ରୀ ପାଇଁ ନିର୍ବାଚ଼ନ ହୋଇଥିବା ବେଳେ ଅନ୍ୟ ସମସ୍ତ ବର୍ଗରେ ସହମତି ଭିତ୍ତିରେ ନାମାଙ୍କନ ଦାଖଲ କରି ନିର୍ବାଚିତ ହୋଇଛନ୍ତି । ବିଭିନ୍ନ ବିଭାଗ ମଧ୍ୟରେ ବିଦ୍ୟାଳୟ କ୍ୟାବିନେଟ୍ ର ମୁଖ୍ୟମନ୍ତ୍ରୀ ଭାବରେ ଚନ୍ଦନ ଜଗଦଲା , ଶିକ୍ଷାମନ୍ତ୍ରୀ ଭାବରେ ରିୟା ଭୋଇ, ଆରୁଶି ନାଗ , କ୍ରିଡ଼ା ଓ ସଂସ୍କୃତି ମନ୍ତ୍ରୀ ଭାବେ ତ୍ରିତ୍ ଅଦରକୁଲିଆ , ରୋହନ ଦାସ ଖାଦ୍ୟ ମନ୍ତ୍ରୀ ଭାବେ ଓମ୍ ପ୍ରକାଶ ମଲ୍ଲିକ, ଚନ୍ଦ୍ରକାନ୍ତି ବାଘ, ନବ୍ୟା ସେଠୀ, ରିତେଶ ମଲ୍ଲିକ ପରିବେଶ ମନ୍ତ୍ରୀ ଭାବେ ସୁଲଭ ଭୋଇ , ମାନଭଞ୍ଜନ ମହାନନ୍ଦ ସ୍ଵାସ୍ଥ୍ୟ ଓ ପରିମଳ ମନ୍ତ୍ରୀ ଭାବେ ଯସ୍ମିନ୍ ବେଗମ, ଆନନ୍ଦିନୀ ଭୋଇ ଜଳ ଯୋଗାଣ ମନ୍ତ୍ରୀ ଭାବେ ଝରଣା ବାଘ , ଶୁଭମ ମଲ୍ଲିକ ପ୍ରାର୍ଥନା ମନ୍ତ୍ରୀ ଭାବେ ସ୍ନେହା ପଧାନ, ରେଣୁକା କଠାର ବିଦ୍ୟାଳୟ ନିରାପତ୍ତା ମନ୍ତ୍ରୀ ଭାବେ ଡୁଲେଶ୍ଵର ନାଗ , ଶ୍ରୀତମ କ୍ଷେତି ମୀନା ମଞ୍ଚ ର ମୁଖ୍ୟ ଭାବେ ନବ୍ୟା ସେଠୀ ଉପମୁଖ୍ୟ ଭାବେ ମାନିନୀ ମଲ୍ଲିକ ସଭ୍ୟା ଭାବେ ଯସ୍ମିନ୍ ବେଗମ, କରିଶ୍ମା କଠାର ଓ ବବିତା ନାଗ ନିର୍ବାଚିତ ହୋଇଛନ୍ତି I ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ମୁକେଶ ରଂଜନ ପ୍ରଧାନ ମନ୍ତ୍ରୀମାନଙ୍କୁ ତାଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପାଦନ କିପରି କରିବେ ତାହା କହିଥିଲେ । ସଭା ଶେଷରେ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚନ୍ଦନ ଜଗଦଲା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସମସ୍ତ ମନ୍ତ୍ରୀ ମାନେ ନିଜ ନିଜ କାମ ଠିକ୍ ଭାବରେ କରିବାକୁ ପରାମର୍ଶ ଦେଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ,,

Leave a Reply

Your email address will not be published. Required fields are marked *