July 6, 2025
Home » ରେଆର ତରଫରୁ ବିଶ୍ୱ ଅଟିଜିମ ଦିବସ ପାଳିତ l

ରେଆର ତରଫରୁ ବିଶ୍ୱ ଅଟିଜିମ ଦିବସ ପାଳିତ l

0
WhatsApp Image 2025-04-02 at 12.29.50 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଧୂବାମୁଣ୍ଡା ରେଆର ଦ୍ୱାରା ପରିଚାଳିତ ଡେ କେୟାର ଥେରାପି କେନ୍ଦ୍ର ଠାରେ ଆଜି ବିଶ୍ୱ ଅଟିଜିମ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲବ ଷଡ଼ଙ୍ଗୀ ଯୋଗ ଦେଇ ଅଟିଜିମ ଜନ୍ମ ସମୟରେ ଜଣାପଡୁନଥିବାରୁ ସମସ୍ୟା ହୋଇଥାଏ l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ପ୍ରତି ଶହେ ଜଣ ରେ ଜଣେ ଶିଶୁ ଅଟିଜିମ ରେ ଆକ୍ରାନ୍ତ ହୋଇଥାନ୍ତି ବୋଲି ପ୍ରକାଶ କରିଥିଲେ l ଅନ୍ୟତମ ଅତିଥିଭାବେ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ଯୋଗ ଦେଇ ଏହି ପ୍ରକାର ଶିଶୁ ଙ୍କ ସ୍ୱତନ୍ତ୍ର ଶିକ୍ଷା ବିଷୟରେ ଉଲ୍ଲେଖ କରିଥିଲେ l ସ୍ୱତନ୍ତ୍ର ପ୍ରଶିକ୍ଷିକା ସାଗରୀକା ଜାଲ ଅଟିଜିମ ଶିଶୁ ଙ୍କ ଚି଼ହ୍ନଟି କରଣ ବିଷୟରେ ଆଲୋଚନା କରିଥିଲେ l ଭୌତିକ ଚିକିତ୍ସା ସମ୍ପର୍କ ରେ ପ୍ରିତୀମୟୀ ମିଶ୍ର ଓ ସର୍ଜନ ସେଠି ଉପସ୍ଥାପନା କରିଥିଲେ l ଶେଷରେ ସମରଥୀ ସେଠି ଧନ୍ୟବାଦ ଅର୍ପଣ କରିଥିଲେ l ସନାଲିକା ସୁନା, ଝିମି ପଧାନ, ଶବ୍ୟା ଜଗଦଳା, ଅମ୍ରିତେଶ ପଣ୍ଡା, ସୁନିତା ପେରା, ବିଶାଦିନୀ ମହାନନ୍ଦ ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *