July 1, 2025
Home » ରେଙ୍ଗାଳପାଲି ପଞ୍ଚାୟତ ରେ ପହଞ୍ଚିଲା ବିକାଶ ବାହାନ ରଥ

ରେଙ୍ଗାଳପାଲି ପଞ୍ଚାୟତ ରେ ପହଞ୍ଚିଲା ବିକାଶ ବାହାନ ରଥ

0
WhatsApp Image 2025-06-17 at 1.12.12 PM (1)

କେନ୍ଦ୍ର ବିଜେପି ସରକାର ଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ କୁ ୧ ବର୍ଷ ଶାସନ ପୂରଣ ହୋଇଥିବା ବେଳେ ଏହି ବର୍ଷେ ମଧ୍ୟରେ ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରଶାସନ ପକ୍ଷରୁ ୧ ବର୍ଷ ର ଉପଲବ୍ଧି ଓ ଲୋକାଭିମୁଖୀ ଯୋଜନା କୁ ଗାଁ ଗାଁ ରେ ପହଞ୍ଚିବା ପାଇଁ ବିକାଶ ବାହାନ ରଥ ର ଶୁଭାରମ୍ଭ ହୋଇଛି। କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ରେ ଏହି ରଥ ଆଜି ପହଞ୍ଚିଛି।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପାତ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗଦେଇ ରାଜ୍ୟ ସରକାରଙ୍କ ୧ ବର୍ଷ ର ଉପଲବ୍ଧି ଓ ଆଗକୁ ବିକାଶ ର ଯୋଜନା ଉପରେ ନିଜର ଅଭିଭାଷଣ ରଖିଥିଲେ। ସମ୍ମାନିତ ଅତିଥି ଭାବେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, କୋକସରା ସିଏଚସି ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ବିଜେପି ନେତା ତ୍ରିନାଥ ଶବର, ଅପ୍ରେସ ସ୍ୱାଇଁ, ସ୍ଥାନୀୟ ବୁଦ୍ଧିଜୀବୀ ଜୟଲାଲ ନାଏକ, ନାରାୟଣ ପଟ୍ଟନାୟକ, ବାହାଦୂର ମାଝୀ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ଯୋଗ୍ୟ ହିତାଧିକାରୀ ଙ୍କୁ ଅନ୍ତୋଦୟ ଗୃହ ଯୋଜନା ରେ ଆବାସ ଘର କାର୍ଯ୍ୟାଦେଶ, ନୂତନ ରାସନ କାର୍ଡ଼,ବୟୋ ବନ୍ଦନା କାର୍ଡ, ନିର୍ମାଣ ଶ୍ରମିକ ଶ୍ରମ କାର୍ଡ,ଭତ୍ତା କାର୍ଡ , ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକେଲ ଉପସ୍ଥିତ ଅତିଥିମାନେ ବଣ୍ଟନ କରିଥିଲେ।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *