ରେଡିଓ ଜୁହାର ର ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ନିପୁଣ ଓଡିଶା

,କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଦଭାବନା ଦ୍ଵାରା ପରିଚାଳିତ ଲୋକପ୍ରିୟ ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ଜୁହାର ପକ୍ଷରୁ ଶିକ୍ଷlଭିତ୍ତିକ କାର୍ଯ୍ୟକ୍ରମ ‘ ନିପୁଣ ଓଡିଶା ‘ ର ପ୍ରସାରଣ ଆରମ୍ଭ ହୋଇଯାଇଛି।ରାଜ୍ୟ ସରକାର, ୟୁନିସେଫ୍ ଓ ୟଙ୍ଗ ଇଣ୍ଡିଆ ସହଯୋଗରେ ଏହି କାର୍ଯ୍ୟକ୍ରମ ଟି ପ୍ରସ୍ତୁତ କରା ଯାଇଛି।ଶିଶୁମାନଙ୍କ ର ମୌଳିକ ସାକ୍ଷରତା, ଭାଷା ଓ ସଂଖ୍ୟା ଜ୍ଞାନକୁ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ। ମାତୃଭାଷାରେ ଶିକ୍ଷାଦାନର ଆବଶ୍ୟକତା, ଉପଯୁକ୍ତ ଶୈକ୍ଷିକ ବାତାବରଣ ଓ ଉପଯୁକ୍ତ ଶିକ୍ଷା ଉପଯୋଗୀ ଉପକରଣ ବ୍ୟବହାର ର ଆବଶ୍ୟକତା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ରେ ଧ୍ୟାନ ଦିଆଯାଉଛି।ନାଟକ, ସାକ୍ଷାତକାର ଓ ଲୋକଗୀତ ଦ୍ଵାରା ଅଭିଭାବକ ଓ ଶ୍ରୋତା ମାନଙ୍କୁ ସଚେତନ କରାଯାଉଛି।ଏହି କାର୍ଯ୍ୟକ୍ରମ ଜରିଆ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ନିପୁଣ ଭାରତ ଓ ନିପୁଣ ଓଡିଶା ର ସ୍ୱତନ୍ତ୍ର ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଉଛି।ଏତଦ୍ ବ୍ୟତୀତ ସ୍ଥାନୀୟ ନରଣପୁର ର ରୁଗୁଡ଼ି ସାହି ଠାରେ ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ର ନ୍ୟାରୋକlଷ୍ଟିଂ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶିକ୍ଷା ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ସରପଞ୍ଚ ଆଦି ଅଂଶଗ୍ରହଣ କରୁଥିବାର ସୂଚନା ଦେଇଛନ୍ତି ରେଡିଓ ଜୁହାର ର ନିର୍ବ୍ଦେଶକ ଶ୍ରୀଯୁକ୍ତ ଚଣ୍ଡୀ ପ୍ରସାଦ ପଟ୍ଟନାୟକ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )