ରେମୁଣା ଗୋଲେଇ ନିକଟସ୍ଥ ଜାତୀୟ ରାଜପଥର ଅନଧିକୃତ ଭାବେ ପାର୍କିଂ ହଟାଯାଉ
ବାଲେଶ୍ୱର: ଜିଲ୍ଲାପାଳ-ତଥା -ଚେୟରମ୍ୟାନ, ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ (RTA), ବାଲେଶ୍ୱର ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନିର୍ଦ୍ଦେଶାନୁସାରେ ରେମୁଣା ଗୋଲେଇ ନିକଟସ୍ଥ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଅନଧିକୃତ ଭାବେ ପାର୍କ କରାଯାଇଥିବା ଭାରୀ ଓ ପରିତ୍ୟକ୍ତ ଯାନବାହନଗୁଡ଼ିକୁ ହଟାଇବା ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯାତାୟାତ ଜାମ, ଯାତ୍ରୀମାନଙ୍କ ଅସୁବିଧା ଏଡ଼ାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ସେହି ଅନୁଯାୟୀ ୧୮ ଡିସେମ୍ବର ତାରିଖରେ ସମ୍ପୃକ୍ତ ଅଞ୍ଚଳରେ ମାଇକିଂ ମାଧ୍ୟମରେ ସତର୍କବାଣୀ ପ୍ରଚାର କରାଯାଇ, ଅନଧିକୃତ ଭାବେ ପାର୍କ କରାଯାଇଥିବା ଯାନବାହନଗୁଡ଼ିକୁ ତୁରନ୍ତ ହଟାଇବାକୁ ଗାଡ଼ି ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ୧୯ ଡିସେମ୍ବର ତାରିଖରେ ପୋଲିସ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଏକ ସଂଯୁକ୍ତ ଦଳ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ, ଅନଧିକୃତ ଭାବେ ପାର୍କ କରାଯାଇଥିବା ୮ଟି ଯାନବାହନ ହଟାଇ ଗଣେଶ୍ୱରପୁର ବସ୍ ଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା।ଏହି କାର୍ଯ୍ୟାନୁଷ୍ଠାନ ସମୟରେ ଆର୍ ଟି ଓ ଶ୍ୟ।ମଲେନ୍ଦୁ ରାଉତ,ଟ୍ରାଫିକ ଇନ୍ସପେକ୍ଟର ସମରେନ୍ଦ୍ର ମହାପାତ୍ର , ଏଡିଶିନାଲ ଆର୍ ଟି ଓ ଏନଫର୍ସମେନ୍ତ୍ ସାବିତ୍ରୀ ହେମ୍ବ୍ରମ , କନିଷ୍ଠ ଏମ ଭି ଆଇ ଦିନେଶ ରଞ୍ଜନ ବେହେରା ଓ ଦେବସ୍ମିତା ନାୟକ ଏବଂ ଡିଏସପି ଗୋବିନ୍ଦ ଚନ୍ଦ୍ର ବେହେରା, ଡି ଏସ ପି ନିର୍ମଳା ଗୋଛାୟତ ହେଡ୍ କ୍ୱାର୍ଟର ଆରକ୍ଷୀ ନିରୀକ୍ଷକ ଆଲୋକ କୁମାର ବେହେରା ଓ ରେମୁଣା ଥାନାର ଥାନା ଅଧିକାରୀ ସସ୍ମିତା ମଲିକ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସାର୍ବଜନୀନ ସୁରକ୍ଷା ସୁନିଶ୍ଚିତ କରିବା ଓ ଅନଧିକୃତ ପାର୍କିଂ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିବା ପ୍ରତିବଦ୍ଧତା ପୁନଃବ୍ୟକ୍ତ କରାଯାଉଛି। ସାଧାରଣ ଲୋକଙ୍କ ସହଯୋଗ ଆଶା କରାଯାଉଛି।
