July 4, 2025
Home » ରେଳ ଲାଇନରେ ହାତ କରିଥିବା ଯବାନଙ୍କୁ ବିଏସ୍‌ଏଫ୍‌ ହେଲିକପ୍ଟର ଯୋଗେ ଭୁବନେଶ୍ୱରକୁ ଏୟାରଲିଫ୍ଟ

ରେଳ ଲାଇନରେ ହାତ କରିଥିବା ଯବାନଙ୍କୁ ବିଏସ୍‌ଏଫ୍‌ ହେଲିକପ୍ଟର ଯୋଗେ ଭୁବନେଶ୍ୱରକୁ ଏୟାରଲିଫ୍ଟ

0
WhatsApp Image 2025-03-07 at 10.58.00 AM

ଜଗଦଲପୁର-ହାଓଡା ସମଲେଶ୍ୱରୀ ଏକ୍ସପ୍ରେସ୍‌ ଯୋଗେ ଗୁରୁବାର ଦିନ ଅଶୋକ କୁମାର ମୀନା ନାମକ ଜଣେ ବିଏସଏଫ ଯବାନ କୋରାପୁଟରରୁ ମୁନିଗୁଡା ପହଞ୍ଚିଥିବା ବେଳେ ଯବାନ ଭାରସାମ୍ୟ ହରାଇ ଟ୍ରେନ ଚକା ତଳେ ଖସି ପଡିଯିବା ଫଳରେ ତାଙ୍କ ବାମ ହାତ ସମ୍ପୂର୍ଣ୍ଣ କଟିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବିଏସଏଫ ଯବାନ, ଆରପିଏଫ, ଜିଆରପି ପୋଲିସଙ୍କ ସହାୟତାରେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜେକେପୁର ଅସ୍ଥାୟୀ ହେଲିପ୍ୟାଡ୍‌ରୁ ବିଏସ୍‌ଏଫ୍‌ ହେଲିକପ୍ଟର ଯୋଗେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଛି। ଆହତ ଯବାନ ଜଣକ କନ୍ଧମାଳ ଜିଲା ବାଲିଗୁଡାସ୍ଥିତ ୧୩୬ ବାଟାଲିୟନ ବିଏସ୍‌ଏଫ୍‌ର କନଷ୍ଟେବଲ ବୋଲି ଜଣାପଡ଼ିଥିବା ବେଳେ ସେ ବାଟାଲିୟନର ଅନ୍ୟ ୬ଜଣଙ୍କ ସହ ମିଶି କୋରାପୁଟରରୁ ମୁନିଗୁଡାକୁ ଫେରୁଥିଲେ ।

Leave a Reply

Your email address will not be published. Required fields are marked *