March 13, 2026
Home » ରୋଗୀଙ୍କ ଜୀବନ ସହ ଖେଳୁଛି ମୁକ୍ତିତୀର୍ଥ ଔଷଧ ଦୋକାନ,ରୋଗୀ ଦେଖୁଛନ୍ତି ଅପାଠୁଆ l

ରୋଗୀଙ୍କ ଜୀବନ ସହ ଖେଳୁଛି ମୁକ୍ତିତୀର୍ଥ ଔଷଧ ଦୋକାନ,ରୋଗୀ ଦେଖୁଛନ୍ତି ଅପାଠୁଆ l

0
WhatsApp Image 2026-03-13 at 3.47.19 PM

ସୁବର୍ଣ୍ଣପୁର: ଡାକ୍ତରଖାନା ନା ଔଷଧ ଦୋକାନ। ଏ ଭିଡ ଦେଖିଲେ ଲାଗୁଛି ଏଠାରେ ବୋଧେ କିଛି ଗୋଟେ ଅଫର ଚାଲିଛି । ନାଇଁ ଆଜ୍ଞା ଏଇଠି କିଛି ଅଫର ନାହିଁ। ଭିଡ ଏଥିପାଇଁ ଲାଗିଛି ଯେ ଦେହ ଖରାପ ହେଉ କି କୌଣସି ବଡ଼ ରୋଗ ଏଠି ଭଲ ହୋଇଯାଉଛି। ହେଲେ ସବୁଠୁ ମଜା କଥା ହେଲା ବେକରେ ଟେଥୋସ୍କୋପ ପକାଇ ରୋଗୀଙ୍କ ପଲ୍ସ ମାପୁଥିବା ବ୍ୟକ୍ତି ଜଣକ ହେଲେ ଧନେଶ୍ବର ମେହେର। ଶିକ୍ଷାଗତ ଯୋଗ୍ୟତା ହେଲା ଯୁକ୍ତଦୁଇ। କିନ୍ତୁ ଖୁଲମଖୁଲା ଵୀରମହାରାଜପୁର ମେନରୋଡରେ ଥିବା ମୁକ୍ତିତୀର୍ଥ ମେଡିକାଲ ଷ୍ଟୋର ରେ ବସି ରୋଗୀ ଦେଖୁଛନ୍ତି। ପ୍ରେସକ୍ରିପ୍ସନ ଲେଖୁଛନ୍ତି ଆଉ ଔଷଧ ବିକୁଛନ୍ତି।

ଫଳରେ ଅପାଠୁଆ ହାତରେ ରୋଗୀଙ୍କ ଜୀବନ। ଦୈନିକ ଶହ ଶହ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ମେହେର ବାପପୁଅ। ଏହି ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ଥିବା ମୁକ୍ତିତିର୍ଥ ମେଡିକାଲ ଷ୍ଟୋର ର । ଏଇଠି ଦିନକୁ ଦୁଇ ଶହରୁ ଅଧିକା ରୋଗୀ ଚିକିତ୍ସିତ ହେବାର ସଙ୍ଗେ ସଙ୍ଗେ ନିଜର ଜୀବନକୁ ବାଜିରେ ଲଗାଉଛନ୍ତି। କିନ୍ତୁ ପ୍ରଶାସନର ନଜର ପଡୁନି। ଅଭିଯୋଗ ଅନୁସାରେ ମୁକ୍ତିତୀର୍ଥ ମେଡିକାଲ ଷ୍ଟୋରରେ ଦୁଇ ନମ୍ବରି ଔଷଧ ବିକ୍ରୀ ହେଉଥିବା ବେଳେ ଏବେ ଅପାଠୁଆ ଲେଖୁଛନ୍ତି ପ୍ରେସକ୍ରିପସନ। ଚିନ୍ତା କରନ୍ତୁ ରୋଗୀର ଅବସ୍ଥା କଣ ହେଉଥିବ। ସୁସ୍ଥ ହେବା ତ ଦୁରର କଥା ଔଷଧ କିଣି କିଣି ନୟାନ୍ତ ହେଉଛନ୍ତି ରୋଗୀ। ଶୀଘ୍ର ଏହି ଦୋକାନ ଓଅପାଠୁଆ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। ଏନେଇ ଅନେକ ଭିଡିଓ ଗଣମାଧ୍ୟମରେ ଭାଇରାଲ ହେଉଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *