August 27, 2025
Home » ରୋଗୀ କଲ୍ୟାଣ ସମିତି ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ରୋଗୀ କଲ୍ୟାଣ ସମିତି ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

0
WhatsApp Image 2025-02-27 at 8.09.57 PM (1)

ରାମନାଗୁଡା:-ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗୁରୁବାର ଦିନ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଙ୍କ ଅଧ୍ୟକ୍ଷତାରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୌରଭ ମହାପାତ୍ର,ସର୍ଜରୀ ବିଶେଷଜ୍ଞ ଅଭିଷେକ ପଟନାୟକ,ମେଡ଼ିକାଲ ଅଫିସର(ଆୟୁଷ ବିଭାଗ),ସମନ୍ୱିତ ଶିଶୁ ବିକାଶ ବିଭାଗ ର ମଣ୍ଡଳ ପରିଦର୍ଶିକା ସୁବୁଦ୍ଧି ଶବର ବିଜୟ ଲଷ୍ମୀ ପିର୍ବାକା ,ସମାଜ ସେବୀ ଗଗନ ବିହାରୀ ଆଚାର୍ଯ୍ୟ ରୋଗୀ କଲ୍ୟାଣ ସମିତି ସଦସ୍ୟ,ପାତ୍ରୀ ବେଣୁ ଗୋପାଳ, ସାଂସଦ ପ୍ରତିନିଧି ଗାର୍ଜନା ପ୍ରସାଦ ରାଓ,ଭାଜପା ମଣ୍ଡଳ ପ୍ରତିନିଧି ଶିବ ପ୍ରସାଦ ବ୍ରହ୍ମା,ଆଶିଷ କୁମାର ବେହେରା,ଗୋସେଇଁ ଗୁଲୁମୁଣ୍ଡା ସମିତି ସଭ୍ୟା ସୁଷମା ଗୁରୁ କଂଗ୍ରେସ ନେତା ସୁଧୀର ଗୁରୁ,ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ କଣ୍ଡାଗରୀ, ପ୍ରମୁଖ ଉପସ୍ଥିତ ଥିଲେ।ଏହି ବୈଠକ ପ୍ରାରମ୍ଭରେ ଗତ ୨୦୨୨-୨୩,୨୦୨୪-୨୫ ଆର୍ଥିକ ବର୍ଷରେ ଖର୍ଚ୍ଚ ହୋଇଥିବା ଅଟକଳ ବାବଦରେ ସାଧାରଣ ବୈଠକରେ ଆଲୋଚନା କରାଯାଇଥିବା ରୋଗୀ କଲ୍ୟାଣ ସମିତି ବୈଠକରେ ବିପିଏମ ଏସ. କମଳାକର ରାଓ ଙ୍କ ଦ୍ଵାରା ବିବରଣୀ ପ୍ରଦାନ କରାଯାଇଥିଲା।ସେହିପରି ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ କରାଯାଇଥିବା ଅଟକଳ ଟଙ୍କା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିବା ବେଳେ ବିଭିନ୍ନ କାର୍ଯ୍ୟ ନିମନ୍ତେ ବ୍ୟୟବରାଦ କରିଥିବା ଖର୍ଚ୍ଚ ଟଙ୍କା।ରୋଗୀ କଲ୍ୟାଣ ସମିତି ଓ ଆରଏସବିୱାଇ ପାଣ୍ଠି ଅର୍ଥରୁ ବ୍ୟବହାର କରାଯାଇ ଥିବା ଟଙ୍କା ଖର୍ଚ୍ଚ ମେଡ଼ିକାଲ ରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ମରାମତି ନେଇ ଖର୍ଚ୍ଚ କରାଯାଇଥିବା ଟଙ୍କା ସମ୍ବନ୍ଧୀୟ ବିଷୟରେ ଆଲୋଚନା କରାଯାଇଥିଲା। ଉପରୋକ୍ତ ବିଷୟ ସମ୍ପର୍କରେ ଆଲୋଚନା ହୋଇଥିବା ଏହି ବୈଠକରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଉନ୍ନତି ନିମନ୍ତେ ସରକାରଙ୍କ ତରଫରୁ ଆସିଥିବା ଅର୍ଥରାଶି ସଠିକ ଭାବେ ବ୍ୟୟବରାଦ କରାଯାଇଛି କି ନାହିଁ ବୈଠକରେ ଉପସ୍ଥାପନା ହୋଇଥିବା ବିଷୟ କେନ୍ଦ୍ର ଓ ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ଚାଲୁଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଜନହିତକର ଯୋଜନା ଗୁଡିକ କରିବା ସହିତ ସ୍ୱାସ୍ଥ୍ୟ ପ୍ରତି ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି , ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଏବଂ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳନା ଅଧିକାରୀ(ବିପିଏମଓ)ଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଭାଜପା ପକ୍ଷରୁ ଅଭିଯୋଗ ହୋଇଛି।ତେବେ ଏହି ବୈଠକରେ ଆଲୋଚନା ହୋଇଥିବା ବିଷୟ ଗୁଡିକ କାଗଜପତ୍ର ରେ ଉନ୍ନତି କାର୍ଯ୍ୟ ଗୁଡିକ ସୀମିତ ଅଛି ବୋଲି ଭାଜପା ପକ୍ଷରୁ କୁହାଯାଇଛି।ଏହାର ନିରପେକ୍ଷ ଭାବରେ ସଠିକ ତଦନ୍ତ କରାଗଲେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ମତ ପ୍ରକାଶ ପାଇଛି।ଏହି କାର୍ଯ୍ୟକ୍ରମ କୁ ବିପିଏମଓ ଏସ. କମଳାକର ରାଓ ପରିଚାଳନା କରିଥିଲେ।

ରାମନାଗୁଡା ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *