October 23, 2025
Home » ରୋଜଗାରିଆ ପୁଅ ଲକ୍ଷ୍ମୀଧରର କେରଳରେ ମୃତ୍ୟୁ

ରୋଜଗାରିଆ ପୁଅ ଲକ୍ଷ୍ମୀଧରର କେରଳରେ ମୃତ୍ୟୁ

0
IMG-20250902-WA0155 (1)
 ନୟାଗଡ : କେରଳର ମାଲାପୁରମ ଜିଲ୍ଲାରେ ନୟାଗଡର ଜଣେ ଶ୍ରମିକଙ୍କୁ ହତ୍ଯା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। । ନୟାଗଡ ଥାନା କିରିଦାଶପୁର ପଞ୍ଚାୟତର କୋଡିଏକାହାଣିଆ ଗ୍ରାମର ଧନେଶ୍ଵର ସ୍ବାଇଁଙ୍କ ପୁଅ ଲକ୍ଷ୍ମୀଧର ସ୍ବାଇଁ(୨୩) ଆଜକୁ ୫ ବର୍ଷ ହେବ କେରଳ ଯାଇ ସେଠାରେ କାମ କରୁଥିଲେ । ସେ ସେଠାକାର ମାଲାପୁରମ୍ ଜିଲ୍ଲାର ତିରୁରୁ ନିକଟ ଚେଙ୍ଗୁଟିରେ ଥ‌ିବା ପିଏନ୍ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ।
  ଲକ୍ଷ୍ମୀଧର ଓ ତା’ର ସହକର୍ମୀ ମାନଙ୍କ ସହିତ ରହୁଥିବା ବେଳେ ଲକ୍ଷ୍ମୀଧରଙ୍କ ମୃତ୍ୟୁ ହୋଇଛି ବୋଲି ସୋମବାର ରାତିରେ ହଠାତ୍ ତାଙ୍କ ପିତା ଧନେଶ୍ଵରଙ୍କ ନିକଟକୁ ଖବର ଆସିବା ସହିତ ଝୁଲନ୍ତା ଅବସ୍ଥାର ଏକ ଫଟୋ ମଧ୍ୟ ଆସିଥିଲା ।ବାପା ଏପରି ଫଟୋକୁ ଦେଖିବା ପରେ ସେ ହତବାକ୍ ହୋଇଯାଇଥିଲେ ।
 ପରିବାର ଓ ଗାଁ ଲୋକ ଏହି ଦୁଃଖଦ ଖବର ଜାଣିବା ପରେ କେହିହେଲେ ମୃତ୍ୟୁକୁ ବିଶ୍ୱାସ କରିପାରି ନଥିଲେ । ତେବେ ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଘର ଶେଣୀରେ ଟାଙ୍ଗି ଦେଇଥିବା ଧନେଶ୍ବର ଓ ତା’ର ପରିବାର ଲୋକେ ଅଭିଯୋଗ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣି କୋଡିଏକାହାଣିଆ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପୁଅର ଶବକୁ ସେଠାରୁ କେମିତି ଅଣାଯିବ ସେନେଇ ପିତା ଧନେଶ୍ଵରଙ୍କର ଚିନ୍ତା ପ୍ରକଟ କରିଛନ୍ତି ।। ପୁଅର ରୋଜଗାରରେ ଲକ୍ଷ୍ମୀଧରର ଘର ଚଳୁଥିବା ବେଳେ ସେ ଏବେ ବେସାହାରା ହୋଇପଡିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଶବ ଆଣିବାକୁ ତାଙ୍କ ପିତା ନିବେଦନ କରିଛନ୍ତି। ଖବର ସଂଗ୍ରହ ସୁଦ୍ଧା କେରଳରେ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ଆଜି ରାତି ୯ଟା ସମୟରେ ଶବକୁ କେରଳର କୁଚି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ
ଫ୍ଳାଇଟ୍ ଯୋଗେ କମ୍ପାନୀ ପକ୍ଷରୁ ଭୁବନେଶ୍ୱର ପଠାଯାଉଥିବା ଶୁଣିବାକୁ ମିଳୁଛି ।।ତେବେ ପୁଅ ଲକ୍ଷ୍ମୀଧରକୁ ହତ୍ୟା କରାଯାଇ ଭିନ୍ନ ରୂପ ଦିଆଯିବା ପିତା ଧନେଶ୍ଵର ସ୍ବାଇଁ ଅଭିଯୋଗ କରିଥିବା ବେଳେ ମୃତକଙ୍କ ଗ୍ରାମ କୋଡିଏକାହାଣିଆକୁ ଶ୍ରମ ବିଭାଗ ଯାଇ ଅନୁସନ୍ଧାନ କରିଛନ୍ତି। ଭେଣ୍ଡା ପୁଅ ଲକ୍ଷ୍ମୀଧରର ମୃତ୍ୟୁରେ ପରିବାର ବନ୍ଧୁବର୍ଗ ନିଜ ଗାଆଁ ସହ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ପରିବାର ଗ୍ରାମବାସୀ ବନ୍ଧୁବାନ୍ଧବ ସାଙ୍ଗ ସାଥି ଶବକୁ ଅପେକ୍ଷା କରି ବସିରହିଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *