ରୋଟାରୀ ଗଭର୍ଣ୍ଣରଙ୍କ ଦ୍ଵାରା ଶାନ୍ତି ସ୍ତୁପ ଉଦ୍ଘାଟନ !

ଛତ୍ରପୁର: ମାନ୍ୟସ୍ପଦ ରୋଟାରୀ ଜିଲ୍ଲା-ଗଭର୍ଣ୍ଣର ୟାଜ୍ଞାନସିସ୍ ମହାପାତ୍ର ଛତ୍ରପୁର ରୋଟାରୀ କ୍ଲବ ପରିଦର୍ଶନରେ ଶନିବାର ଆସିଥିଲେ । ସମସ୍ତ ସଦସ୍ୟ ସଦସ୍ୟା ତଥା ରୋଟାରୀ କ୍ଲବ୍ ଛତ୍ରପୁର ପରିବାର ଙ୍କ ମଧ୍ୟରେ ରୋଟାରୀ ଗଭର୍ଣ୍ଣରଙ୍କ ଏକ ଅନ୍ତରଙ୍ଗ-ଆଳାପ ହୋଇଛି ।
ଏହି ଅବସରରେ ଛତ୍ରପୁର ରୋଟାରୀ କ୍ଲବ ପରିସରରେ ସ୍ଥାପିତ ଏକ ଶାନ୍ତି ସ୍ତୁପ କୁ ମୁଖ୍ୟଅତିଥି ଭାବେ ଯୋଗଦେଇ ରୋଟାରୀ ଜିଲ୍ଲା- ଗଭର୍ଣ୍ଣର ୟାଜ୍ଞାନସିସ୍ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।
ପ୍ରାରମ୍ଭରେ ମୁଖ୍ୟଅତିଥି ତଥା ରୋଟାରୀ ଗଭର୍ଣ୍ଣର ଙ୍କୁ ଛତ୍ରପୁର ରୋଟାରୀ କ୍ଳବ୍ ସଭାପତି ବିମଳ ପ୍ରସାଦ ସାହୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l
ପୃଥିବୀରେ ଶାନ୍ତି ସ୍ଥାପନ କରିବା ନିମନ୍ତେ ରୋଟାରୀ ର ଏକ ମାତ୍ର ଉଦ୍ଦେଶ୍ୟ ତେଣୁ ଏହି ଶାନ୍ତି ସ୍ତୁପ ସ୍ଥାପନା ର ମୂଳଲକ୍ଷ୍ୟ ବୋଲି ଏଠାରେ ପ୍ରତିପାଦିତ କରାଯାଇଛି l
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୋନାଲ୍ ଅଧ୍ୟକ୍ଷ ମିହିର ପାଣିଗ୍ରାହୀ, ସହକାରୀ ଗଭର୍ଣ୍ଣର ଭି. ଅଜୟ କୁମାର, ରୋଟାରୀ ସଭାପତି ବିମଳ ପ୍ରସାଦ ସାହୁ, ରୋଟାରୀଆନ୍ ରେଖା ମହାନ୍ତି, ରୋଟାରୀଆନ୍ ସୁରଜିତ ସାମନ୍ତରାୟ, ରୋଟାରୀଆନ୍ ନିରଞ୍ଜନ ପାତ୍ର, ଡ଼ଃ.ଅଜୟ କୁମାର ତ୍ରିପାଠୀ, ରମଣୀ ରଞ୍ଜନ ସାହୁ, ନାଗେଶ୍ୱର ରାଓ, ସୁଜିତ ପଟ୍ଟନାୟକ, ଭି. ବାସୁଦେବ ରାଓ, ପଦ୍ମ ଚରଣ ସାହୁ, ବରିଷ୍ଠ ରୋଟାରୀଆନ୍ ପ୍ରଫୁଲ୍ଲ ପଟ୍ଟନାୟକ, ନିରୋଦ ନାୟକ ଓ ଭୁବନେଶ୍ୱର ରୋଟାରୀ କ୍ଲବ ସଦସ୍ୟ ରୋଟାରୀଆନ୍ ରାଜାବାବୁ ପ୍ରମୁଖ ସକ୍ରୀୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )