ଲକ୍ଷ୍ମୀପୁରରେ ବଜ୍ରପାତରେ ତିନିଜଣଙ୍କ ମୃତ୍ୟୁ

ଶୁକ୍ରବାର ଦିପହରରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହେବା ଯୋଗୁଁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ପରଡିଗୁଡା ଗାଁରେ ନିଜ ଧାନ ବିଲ ନିକଟରେ ଥିବା କୁଡ଼ିଆରେ ଆଈ-ନାତୁଣୀ ଓ ଗାଁର ଜଣେ ମହିଳାଙ୍କ ସମେତ ଅନ୍ୟ ୫ ଜଣ ଆଶ୍ରୟ ନେଇଥିଲେ। କିନ୍ତୁ ଏହି ସମୟରେ ତାଙ୍କ କୁଡ଼ିଆ ଉପରେ ବଜ୍ରପାତ ହେବାଫଳରେ ଘଟଣାସ୍ଥଳରେ ହିଁ ବୁଦ୍ରୀ ମାଣ୍ଡିଙ୍ଗା, ତାଙ୍କ ନାତୁଣୀ କସା ମାଣ୍ଡିଙ୍ଗା ଓ ଅମ୍ବିକା କାଶୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୫ ଜଣ ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସିତ ହେଉଛନ୍ତି ।
ଖବର ପାଇ ଘଟଣାସ୍ଥଳରେ ଲକ୍ଷ୍ମୀପୁର ଥାନା ଅଧିକାରୀ ସୁଜ୍ଞାନି ସାହୁ ଟିମ୍ ପହଞ୍ଚି ମୃତ ଶବକୁ ଜବତ କରି ପୋଷ୍ଟ ମୋର୍ଟମକୁ ପଠାଇଛନ୍ତି ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ