February 21, 2026
Home » ଲଘୁଚାପ ମୋନ୍ଥା ପ୍ରଭାବରେ ବର୍ଷା ପବନ ସହିତ ପାଣିରେ ବୁଡିଲା ମୁଖ୍ୟ ଫସଲ ଧାନ ଓ ସବୁଜ ଜାତୀୟ ପରିବା ଚାଷ ।

ଲଘୁଚାପ ମୋନ୍ଥା ପ୍ରଭାବରେ ବର୍ଷା ପବନ ସହିତ ପାଣିରେ ବୁଡିଲା ମୁଖ୍ୟ ଫସଲ ଧାନ ଓ ସବୁଜ ଜାତୀୟ ପରିବା ଚାଷ ।

0
unnamed (1)
ନୟାଗଡ଼ :ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ମୋନ୍ଥା ପ୍ରଭାବରେ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ଗତ ୨୭ ତାରିଖ ସଂନ୍ଧ୍ୟାରୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବା ବେଳେ ଗତ ୨ ଦିନ ହେଲା ସାମୟିକ ଭାବେ ବର୍ଷା ଛାଡି ଯାଇଥିଲା। ପୁଣି ଗୁରୁବାର ତୁହାକୁ ତୁହା ବର୍ଷା ଅଜାଡ଼ି ଦେଇଛି।ବାତ୍ୟା ଫେରିଯାଇଥିବା ବେଳେ ଏହି ବାତ୍ୟା ପ୍ରଭାବରେ ବ୍ୟାପକ ପରିମାଣର ଧାନ ଫସଲ ପାଣିରେ ପଡ଼ି ନଷ୍ଟ ହେବାର ଦେଖାଯାଇଛି। ଜିଲ୍ଲାରେ ସୋମବାର ସକାଳୁ ମଙ୍ଗଳବାର ସକାଳ ମଧ୍ୟରେ ହାରାହାରି ୨୧.୬.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ମଙ୍ଗଳବାର ସକାଳୁ ବୁଧବାର ସକାଳ ମଧ୍ୟରେ ୨୬.୧୩ ମିଲିମିଟର ବର୍ଷା ରେକର୍ଡ ହୋଇଛି I ଭାପୁର ବ୍ଲକରେ ୨୫.୩, ଦଶପଲ୍ଲ ୧୭.୮, ଗଣିଆ ୧୩, ଖଣ୍ଡପଡ଼ା ୨୪୧, ନୟାଗଡ଼ ୩୦.୬, ନୂଆଗାଁ ୧୪.୧, ଓଡ଼ଗାଁ ୩୮, ୧୩ ଓ ରଣପୁର ବ୍ଲକରେ ୪୬ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ଏହା ବାଦ ବୁଧବାର ଓ ଗୁରୁବାର ଦିନ ସାରା ବର୍ଷା ଲାଗି ରହିଛି।ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା ବେଳେ ବ୍ୟାପକ ଫସଲ ହାନୀ ହେବା ପରିସ୍ଥିତି ସୃଷ୍ଟି ହୋଇଛି। ଛୋଟ ଧାନ ଗୁଡ଼ିକ ଅମଳ ଅଧା ଅଧି ଓ ସଂପୂର୍ଣ୍ଣ ଅମଳ ହୋଇ ନଥିବାବେଳେ ଏହି ବର୍ଷା ପ୍ରଭାବରେ ବ୍ୟାପକ କ୍ଷତି ହେବାର ସମ୍ଭାବନା ଦେଖାଯାଇଛି। ପାଚିଲା ଧାନ ପାଣିରେ ବୁଡି ଗମିବା ପଚିଯିବା ପରି ଅବସ୍ଥା ହୋଇଥିବା ବେଳେ ଅଧିକାଂଶ ଫୁଲ ଉଡ଼ାଉଥ‌ିବା ଧାନ ବିଶେଷ କ୍ଷତି ଗ୍ରସ୍ତ ହୋଇଛି । ସେହିଭଳି ଭାବେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ କରାଯାଇଥିବା ସବୁଜ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବଜାର ଦର ବଢ଼ିବାରେ ଲାଗିଛି ।
 ଇ ପିଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *