“ଲଜ୍ଜା”…..ଲମତାପୁଟର ଏସସି, ଏସଟି ବିଦ୍ୟାଳୟରେ ୮ ବର୍ଷର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଲମତାପୁଟରେ ଥିବା ଏକ ଏସସି, ଏସଟି ବିଦ୍ୟାଳୟରେ ନାବାଳିକା ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସ୍କୁଲର ଛାତ୍ରୀନିବାସରେ ପଶି ୦୮ ବର୍ଷ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତମାସ ୧୩ ତାରିଖରେ ଲମତାପୁଟରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀନିବାସରେ ପଶି ଜଣେ ଯୁବକ ହଷ୍ଟେଲର ୮ ବର୍ଷର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ସ୍କୁଲ ଛୁଟି ହେବା ପରେ ମଙ୍ଗଳବାର ଦିନ ଘରକୁ ଫେରିଥିବା ନାବାଳିକା ଝିଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ପରିଲକ୍ଷିତ ହେବା ପରେ ପରିବାର ଲୋକେ ଝିଅକୁ ଘଟଣା ବିଷୟରେ ପଚାରି ବୁଝିବା ପରେ ସବୁକଥା ଜାଣିପାରିଥିଲେ । ତାପରେ ପରିବାର ଲୋକେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ପୀଡିତା ଭର୍ତ୍ତି କରି ଚିକିତ୍ସା କରୁଛନ୍ତି ।
ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅପରପକ୍ଷରେ ଉକ୍ତ ଘଟଣା ନେଇ ମାଛକୁଣ୍ଡ ଥାନାରେ ପରିବାର ବର୍ଗ ପକ୍ଷରୁ ଲିଖିତ ଅଭିଯୋଗ ଦେଇଛନ୍ତି । ହେଲେ ଗତ ମାସ ୧୩ ତାରିଖ ଘଟିଥିବା ଘଟଣା ବିଷୟରେ କାହାକୁ ନଜଣାଇ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରି କାହିଁକି ଚୁପ୍ ରହିଲେ ବୋଲି ପ୍ରଶ୍ନ ଉପୁଜିଥିବା ବେଳେ ପରିବାର ପକ୍ଷରୁ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଏସସି, ଏସଟି ବିଦ୍ୟାଳୟରେ ଘଟିଥିବା ଦୁଷ୍କର୍ମ ନେଇ ଚାରିଆଡ଼େ ଚର୍ଚ୍ଚା ପାଲଟି ଥିବା ବେଳେ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ