December 27, 2024
Home » ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କାଶୀପୁର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ବର୍ତମାନ ପର୍ଯ୍ୟନ୍ତ ୧୪,୮୧,୩୦୦/- ଲକ୍ଷ ଟଙ୍କା ଓ ୨୫୦୦୦/- ଲାଞ୍ଚ ଟଙ୍କା ଜବତ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କାଶୀପୁର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ବର୍ତମାନ ପର୍ଯ୍ୟନ୍ତ ୧୪,୮୧,୩୦୦/- ଲକ୍ଷ ଟଙ୍କା ଓ ୨୫୦୦୦/- ଲାଞ୍ଚ ଟଙ୍କା ଜବତ

0

 

ଭିଜିଲାନ୍ସ ଜାଲରେ ବୁକ୍ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରାୟଗଡ଼ ଜିଲ୍ଲା କାଶୀପୁର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ। ୩୧/୮/୨୪ ତାରିଖରେ ଚଢ଼ାଉ ସମୟରେ ଭିଜିଲାନ୍ସ ଟିମକୁ ଦେଖି ଛାନିଆ ହେବା ଫଳରେ ଅଭିଯୁକ୍ତ ଯନ୍ତ୍ରୀଙ୍କ ହଠାତ୍ ରକ୍ତଚାପ ବଢ଼ିଥିବା ଫଳରେ ଭିଜିଲାନ୍ସ ଟିମ୍ ରାୟଗଡ଼ା ଜିଲ୍ଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରି ଜଗିଥିଲେ । ଭିଜିଲାନ୍ସ ଟିମ୍ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ସୁସ୍ଥ ହେବାପରେ ପଚରାଉଚରା କରିବା ସମୟରେ ଅଭିଯୋଗକାରୀ ତାଙ୍କଠାରୁ ଋଣ ନେଇଥିବା ଟଙ୍କା ଶନିବାର ଫେରାଇଥିବା କହିଥିଲେ ।‌ ମିଳିଥିବା ସୁଚନା ମୁତାବକ କାଶିପୁର ବ୍ଲକ ଅଧିନସ୍ଥ ମାଣ୍ଡିବିଶି ଗ୍ରାମ ନିକଟରେ ରାସ୍ତା ନିର୍ମାଣ ହୋଇଥିଲା । ଉକ୍ତ କାମ ମନରେଗା ଅନୁଦାନରେ ହୋଇଥିବା ବେଳେ ରାସ୍ତା ନିର୍ମାଣକାମର ବିଲ୍ ପାସ୍ କରିବା ପାଇଁ ଗ୍ରାମସାଥୀ କ୍ଷେତ୍ର ମାଝୀଙ୍କୁ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ୨୫ହଜାର ଟଙ୍କା ଲାଞ୍ଚ ମାଗିବା ନେଇ ଗ୍ରାମସାଥୀ ଭିଜିଲାନ୍ସ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ ।

 

ଅଭିଯୋଗ ଆଧାରରେ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟର ଅରୁଣ କୁମାର ନାୟକଙ୍କ ନେତୃତ୍ବରେ ୧୫ଜଣିଆ ଟିମ ପୂର୍ବରୁ ଛପି ରହି କନିଷ୍ଠ ଯନ୍ତ୍ରୀ ରାୟଗଡ଼ା ସହର ଫରେଷ୍ଟ୍ କଲୋନିରେ ରହୁଥିବା ଘର ଭିତରେ ଶନିବାର ଲାଞ୍ଚ ଟଙ୍କା ନେବା ସମୟରେ ହଠାତ୍ ଚଢ଼ାଉ କରିଥିଲେ । ଅଭିଯୋଗକାରି ତଥା ସାକ୍ଷୀଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଠାରୁ ପୁରା ୨୫୦୦୦/- ଟଙ୍କା ଲାଞ୍ଚ ରାଶି ଉଦ୍ଧାର କରାଯାଇ ଜବତ କରିଥିଲା ଭିଜିଲାନ୍ସ ଟିମ୍ । ହେଲେ ରାୟଗଡାସ୍ଥିତ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ବାସଭବନରେ ଭିଜିଲାନ୍ସ ତଦନ୍ତ ଜାରି ରଖିଛି। ଓଡିଶା ଭିଜିଲାନ୍ସ ଦଳ ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ରାୟଗଡରେ ପୁର୍ଣ୍ଣଚନ୍ଦ୍ର ଚୈଧୁରୀଙ୍କ ଘର ଖୋଜାଖୋଜି ସମୟରେ ୧୪,୮୧,୩୦୦/- ଲକ୍ଷ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି। ଏଥିସହ ଉକ୍ତ ମାମଲାରେ କୋରାପୁଟ ଭିଜିଲାନ୍ସ ପି/ଏସ କେସ୍ ନମ୍ବର ୧୬ ତାରିଖ ୩୦.୦୮.୨୪ ୟୁ/ଏସ ୭ ପିସି (ସଂଶୋଧନ) ଅଧିନିୟମ, ୨୦୧୮ ଅନୁସାରେ ପଞ୍ଜିକୃତ କରି ଅଭିଯୁକ୍ତ ଶ୍ରୀ ଚୈଧୁରୀଙ୍କ ବିରୋଧରେ ସମସ୍ତ କୋଣ ଅନୁକୋଣରୁ ଭିଜିଲାନ୍ସ ତଦନ୍ତ ଚଲେଇଛି।

Leave a Reply

Your email address will not be published. Required fields are marked *