ଲିଜଧାରୀ ବ୍ୟବସାୟୀ ବିକ୍ରମ ଗୁପ୍ତା ଗିରଫ

ଛଅ ଟନ ବିସ୍ଫୋରକ ସାମଗ୍ରୀ ଓ ୧୧୫ ଡିଟୋନେଟର ଜବତ ଘଟଣା
କଳାହାଣ୍ଡି ଜିଲ୍ଲା ଜୟପଟଣା ଥାନା ଅଧିନସ୍ଥ ଜାମଚୁଆଁ-ଲାଖବାହାଳି ଷ୍ଟୋନ କ୍ରସର ରେ ସାଢେ ଛଅ ଟନ ବିସ୍ଫୋରକ ସାମଗ୍ରୀ ଓ ୧୧୫ ଡିଟୋନେଟର ଜବତ ଘଟଣା ରେ ଜୟପାଟଣା ପୋଲିସ ଲିଜଧାରୀ ବ୍ୟବସାୟୀ ବିକ୍ରମ ଗୁପ୍ତା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ସୂଚନାଯୋଗ୍ୟ ଯେ, ଚଳିତ ୨୦୨୫ ମଇ ମାସ ୪ ତାରିଖ ଦିନ ଦୁଇଟି ଗାଡିରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରୁ ସାଢେ ଛଅ ଟନ ବିସ୍ଫୋରକ ସାମଗ୍ରୀ ଓ ୧୧୫ ଡିଟୋନେଟର ଜୟପଟଣା ଥାନା ଅଧିନସ୍ଥ ଯମଚୁଆଁ-ଲାଖବାହାଳି ଷ୍ଟୋନ କ୍ରସର ରେ ଥିବାର ଖବର ପାଇ ଜୟପାଟଣା ପୋଲିସ ସେସବୁକୁ ଜବତ କରି OMMC rule 50(I) ସହିତ ବିସ୍ଫୋରକ ଆଇନ ଧାରା ୪ ଓ ୫ ଅନୁସାରେ ଜୟପାଟଣା ଥାନା କେଶ ନମ୍ବର ୧୩୨/୨୦୨୫ ରେ ଏକ କେଶ ରୁଜ୍ଜୁ କରି ଗତ ୫ ତାରିଖ ଦିନ ଦୁଇ ଗାଡିର ଡ୍ରାଇଭର ଧରମୁ ପୋଢ ଓ ରାଜରାମ କେତକୀ, କ୍ରସର ସୁପରଭାଇଜର ଜଗନ୍ନାଥ ତିୱାରୀ ଏବଂ କଣ୍ଟାବାଞ୍ଜି ର ବିସ୍ଫୋରକ ବିଷାରଦ ଅରୁଣ କୁମାର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।
ଉକ୍ତ କ୍ରସର ଲିଜ ଧାରୀ ପ୍ରଖ୍ୟାତ ବ୍ୟବସାୟୀ ବିକ୍ରମ ଗୁପ୍ତା ଫରାର ହୋଇଯାଇଥିଲେ।ବିକ୍ରମ ଗୁପ୍ତା ଙ୍କ ଜୁନାଗଡ ଠାରେ ଥିବା ଦ୍ବିତଳ ପ୍ରାସାଦ ସମେତ ବିକ୍ରମ ଗୁପ୍ତା ଙ୍କ ବ୍ୟବସାୟ ସହଯୋଗୀ ଜୁନାଗଡ ର ଜଣେ ପ୍ରଖ୍ୟାତ କପଡ଼ା ବ୍ୟବସାୟୀ ଏବଂ ଆଉ ଜଣେ ସଡୁ ବେପାର କରୁଥିବା ମିଲ ମାଲିକ ଘରେ ପୋଲିସ ଖାନ ତଲାଶ କରି ବିକ୍ରମ କୁ ଖୋଜିଥିଲେ ହେଁ ପାଇ ନ ଥିବା ବେଳେ କଳାହାଣ୍ଡି ଏସପି ଙ୍କ ତତ୍ତ୍ଵାବଧାନରେ ରେ ପୋଲିସ ର ଏକ ସ୍ବତନ୍ତ୍ର ଦଳ ବିଶାଖାପାଟଣା ଠାରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )