ଲୁହାଖଣ୍ଡି ବାଲି ଘାଟରେ ପ୍ରବଳ ଉତ୍ତେଜନା :ଗୁରୁପାଲି ଗ୍ରମବାସୀଙ୍କ ବିରୋଧ
ଭେଡେନ :ଗୁରୁପାଲି ଗ୍ରମବାସୀ ସଂଘବଦ୍ଧ ହୋଇ ବାଲି ଚୋରାଚାଳଣ ହେଉଥିବା ଅଭିଯୋଗ କରି ଲୁହାଖଣ୍ଡି ବାଲିଘାଟକୁ ଯାଇ ବାଲି ନେଉଥିବା ହାଇୱା କୁ ଅଟକାଇବାସହ ଜେସିବି ମେସିନ କୁ ବନ୍ଦ କରିବାକୁ ଅପରେଟର କୁ କହିଥିଲେ ।।ଅପରେଟର ନ ମାନିବାରୁ ମେସନ ଆଗରେ ଗ୍ରାମବାସୀ ବସିଥିଲେ ବାଧ୍ଯହୋଇ ଅପରେଟର ଗାଡିବନ୍ଧ କରିଥିଲେ ।।

ଗୁରୁପାଲି ଗ୍ରାମବାସୀ ଅଭିଯୋଗ କରିଥିଲେ ଯେ ଲୁହାଖଣ୍ଡି ବାଲି ଘାଟର ବେଆଇନ ବାଲି ଚୋରା ଚାଲଣ ହୋଇ ବାଲି ସରିଯିବା ପରେ ଏବେ ଗୁରୁପାଲି ସୀମା ଭିତରକୁ ପସି ପ୍ରତିଦିନ ବାଲି ଚୋରି କରି ନେଉଛନ୍ତି ।।ପ୍ରତିଦିନ ଶହଶହ ହାଇୱାରେ ବାଲିଚୋରି କରି ବାଲିମାଫିଆ ମାନେ ବାହାରକୁ ଫଠାଉଛନ୍ତି ।।ପ୍ରତିଦିନ ଲକ୍ଷାଧିକ ଟଙ୍କାର ବ୍ଯବସାୟ ହେଉଥିବା ବେଳେ ଖଣିବିଭାଗ ତଥା ପୋଲିସ ପ୍ରଶାସନ ଚୁଫ ରହୁଛି ।।ବାଲି ଚୋରି ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ବ ସରକାର ହରାଉଥିବା ବେଳେ ପ୍ରଶାସନ ଉଦାସନ ବ୍ଯାପକ ପି,ସି କାରବାର କୁ ଇଙ୍ଗିତ କରୁଛି ।।ଅନ୍ଯପଟେ ଗୁରୁପାଲି ର ଚାଷୀ ସମୁହ ବାଲିଉଠାଣ ଯୋଗୁଁ ପାଣି ଶ୍ରୋତ ଦିଗପରିବର୍ତ୍ତନ ଯୋଗୁ ଉଠାଜଳସେଚନ ବନ୍ଦହୋଇଯାଉଛି ଫଳରେ ଚାଷକାର୍ଯ୍ଯମଧ୍ଯ ବ୍ଯାଘାତହେଉଛି ।।ଏଣୁ ଚାଷୀମାନେ ପ୍ରତିକ୍ରିୟାଶିଳ ହୋଇ ଆଜି ପ୍ରତିବାଦ କରିଛନ୍ତି ଏ ପଟେ ବାଲିନେଉଥିବା ବ୍ଯକ୍ତିମାନେ ନିର୍ଦିଷ୍ଟ ପାଞ୍ଚ ଜଣ ଙ୍କ ନାମରେ ଥାନାରେ ଅଭିଯୋଗ କରିବା ପ୍ରତିବାଦ ରେ ଗ୍ରମବାସୀ ଥାନାଘେରାଓ କରିଛନ୍ତି
ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
