ଲେପ୍ରା ସୋସାଇଟିରେ ଏକ ଦିନିଆ ଜାତୀୟ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର : ଲେପ୍ରା ସୋସାଇଟି ମୁଖ୍ୟାଳୟ ହାଇଦ୍ରାବାଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପ୍ରଶାନ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଓଡିଶା, ମଧ୍ୟପ୍ରଦେଶ ଓ ଛତିଶଗଡର ଶିକ୍ଷାର୍ଥୀମାନଙ୍କୁ ନେଇ ଏକ ଦିନିକିଆ ସ୍ବାସ୍ଥ୍ୟ ଶିବିର ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ କୁଷ୍ଠ, ଫାଇଲେରିଆ, ଯକ୍ଷ୍ମା, ଏଚ.ଆଇ.ଭି , ଏଡସ୍ ରୋଗ ପ୍ରତିଷେଧ ଓ ଚିକିତ୍ସା ସଂପର୍କରେ ଆଲୋଚନା ହେବା ସହ ଲେପ୍ରା ସୋସାଇଟିର ସ୍ବାସ୍ଥ୍ୟ ସେବା ନିମନ୍ତେ ଆର୍ଥିକ ସମ୍ବଳ କିପରି ବୃଦ୍ଧି କରାଯାଇ ପାରିବ ସେ ସଂପର୍କରେ ବିଶେଷଭାବେ ବିଶେଷଜ୍ଞମାନଙ୍କ ଦ୍ବାରା ଶିକ୍ଷା ପ୍ରଦାନ କରାଯାଇଥିଲା I ଏଥିରେ ଦିଲ୍ଲୀ ଗୁରୁଗାଁଓର ମୀନାକ୍ଷି ବାତ୍ରା, ଭୋପାଲରୁ ନବୀନ ସଟଲ, ହାଇଦ୍ରାବାଦରୁ ସ୍ବାମୀ ରେଡ୍ଡୀ, ମହେନ୍ଦ୍ର ଯୋଷୀ, ଇନ୍ଦ୍ରାଣୀ, ଅନନ୍ତ ଲକ୍ଷ୍ମୀ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ I ଲେପ୍ରା ସୋସାଇଟି ଓଡିଶା ଆମ୍ବାସାଡର ବରିଷ୍ଠ ଏଡଭୋକେଟ, ସାମ୍ବାଦିକ ଗୋରେଖନାଥ ସାହୁ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଶିକ୍ଷାର୍ଥୀମାନଙ୍କୁ ଉଦବୋଧନ ଦେଇଥିଲେ I ଏହି ଶିବିରରେ ପ୍ରାୟ ଶହେଜଣ ମହିଳା ଓ ପୁରୁଷ ଶିକ୍ଷାର୍ଥୀ ଉପରୋକ୍ତ ତିନୋଟି ରାଜ୍ୟରୁ ଯୋଗ ଦେଇଥିଲେ I ସଂଯୋଜକ ନୃସିଂହ ଚରଣ ସାହୁ ଓ ସାଥି ସହଯୋଗ କରିଥିବା ବେଳେ ଶେଷରେ କୋରାପୁଟର ପ୍ରୋଗ୍ରାମ ଅଫିସର ନେତ୍ରାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର