December 26, 2024
Home » ଲୋଇଡାପଦାରେ କୃଷ୍ଣଲୀଳା ସଙ୍ଘର ପ୍ରସ୍ତୁତି ବୈଠକ ।

ଲୋଇଡାପଦାରେ କୃଷ୍ଣଲୀଳା ସଙ୍ଘର ପ୍ରସ୍ତୁତି ବୈଠକ ।

0

ଯୋଡ଼ା – କେନ୍ଦୁଝର ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ କୃଷ୍ଣଲୀଳା ଲାକନୃତ୍ୟ ସଂଘର ୩ୟ ବାର୍ଷିକ ଉତ୍ସବ ଅବସରରେ ଜାନୁଆରୀ ୭ ତାରିଖରୁ ଯୋଡ଼ା ବ୍ଳକ୍,ଲୋଇଡାପଦା ଗ୍ରାମରେ ଅନୁଷ୍ଠିତ ହେବାକୁ ଯାଉଛି କୃଷ୍ଣଲୀଳା ୨ୟ ରାସମହାମଞ୍ଚ । ଏହି ଅବସରରେ ସଂଘର ସଭାପତି ବ୍ରହ୍ମାନନ୍ଦ ବେହେରାଙ୍କ ଅଧ୍ଯକ୍ଷତାରେ ରବିବାର ଲୋଇଡ଼ାପଦା ରାସ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସଂଘର ତୃତୀୟ ବାର୍ଷିକ ଉତ୍ସବରେ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟ କ୍ରମରେ କେନ୍ଦୁଝର ଜିଲ୍ଲାର ୫୦ ରୁ ଅଧିକ କୃଷ୍ଣଲୀଳା ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଥର ଗୋଟିଏ ମଞ୍ଚରେ ୨୫୦୦ରୁ ଅଧିକ ରାସ ସଂକୀର୍ତ୍ତନ କଳାକାର ପାରମ୍ପରିକ ବାଦ୍ୟ, ନୃତ୍ୟ, ସଙ୍ଗୀତ ଏବଂ ତାଳ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥ‌ିବା ସଂଘର ସମ୍ପାଦକ ନିର୍ମଳ ଚନ୍ଦ୍ର ବାରିକ କହିଛନ୍ତି । ପ୍ରତ୍ୟେହ ଏହି ଉତ୍ସବକୁ କେନ୍ଦୁଝର ସହିତ ପଡୋଶୀ ସୁନ୍ଦରଗଡ଼ ଏବଂ ଝାଡ଼ଖଣ୍ଡ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେବ ଏବଂ ସଙ୍ଘ ତଥା ଗ୍ରାମବାସୀଙ୍କ ତରଫରୁ ସମସ୍ତଙ୍କ ପାଇଁ ଅନ୍ନ ପ୍ରାସାଦ ଠାରୁ ଆରମ୍ଭ କରି ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ସଂଘର ଉପସଭାପତି ସୁରେଶ ଚନ୍ଦ୍ର ମହାକୁଡ କହିଥିଲେ।
ଏହି ଅବସରରେ ୭ ତାରିଖ ଦିନ ବଡ଼ହୁଣ୍ଡୁଳାଗ୍ରାମରୁ ଘଣ୍ଟ, ଘଣ୍ଟା କୀର୍ତ୍ତନ ନୃତ୍ୟ ମଧ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମା ଏକ ସୁସଜ୍ଜିତ ଯାନରେ ଲୋଇଡ଼ାପଦା ଗ୍ରାମକୁ ବିଜେ କରିବେ। ୮ ତାରିଖ ସକାଳ ୯ ଟାରେ ଠାକୁରଙ୍କୁ ମଣ୍ଡପକୁ ନିଆ ଯିବାପରେ ୧୧ ଟାରୁ ମହାମଞ୍ଚ ଶୁଭାରମ୍ଭ ହେବ। ଏହା ୯ ତାରିଖ ମଧ୍ୟାନ୍ନ ପର୍ଯ୍ୟନ୍ତ ଜାରି ରହିବ। ପର୍ଯ୍ୟାୟକ୍ରମେ କୃଷ୍ଣଲୀଳା ଦଳ ଗୁଡିକ ରାସ ସଂକୀର୍ତନ ପରିବେଷଣ କରିବେ। ପ୍ରତିଦଳ ଏବଂ କଳାକାର ମାନଙ୍କୁ ୯ ତାରିଖ ଅପରାହ୍ନରେ ବାର୍ଷିକ ସମ୍ମିଳନୀ ଅବସରରେ ମାନପତ୍ର ପ୍ରଦାନ ପୂର୍ବକ ରାସ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଏହା ବ୍ୟତୀତ ଜିଲ୍ଲାର ସମସ୍ତ କୃଷ୍ଣଲୀଳା ଦଳର ମନୋନୀତ ବୟୋଜ୍ୟେଷ୍ଠ କଳାକାରଙ୍କୁ ସାରସ୍ୱତ ସଂକୀର୍ତ୍ତନ ସାଧକ ଭାବେ ସମ୍ବର୍ଦ୍ଧିତ କରାଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେଇଛି। ଖୁବ୍ ଶୀଘ୍ର ସଙ୍ଘର କର୍ମକର୍ତ୍ତାମାନେ ବୋଲି ସଂଘ ସଂପାଦକ ଶ୍ରୀ ବାରିକ ସୂଚନା ଦେଇଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଲୀଳା ଲୋକନୃତ୍ୟ ସଙ୍ଘର ଉପଦେଷ୍ଟା ଅଖିଳ ଚନ୍ଦ୍ର ବାରିକ, ରାଉତରାୟ ଆପଟ୍ଟ,ଘସ୍ରାନଥ ବେହେରା, ଯୁଗ୍ମ ସମ୍ପାଦକ ଧବଳେଶ୍ଵର ବାରିକ, କୋଷାଧ୍ୟକ୍ଷ ଭଜମନ ବାରିକ,ସହକାରୀ କୋଷାଧ୍ୟକ୍ଷ ଗଜେନ୍ଦ୍ର ବାରିକ ଓ ହିରଣ୍ୟ ବେହେରା,କାର୍ଯ୍ୟକାରୀ ସଦସ୍ୟ ଅକ୍ଷୟ କୁମାର ଆପଟ୍ଟ,ସୁଶାନ୍ତ ବାରିକ, ମିଡ଼ିଆ ସଂଯୋଜକ ବିଜୟ କୁମାର ଖୁଣ୍ଟିଆ, ଲୋଇଡାପଦା ଗ୍ରାମର ପ୍ରତିନିଧି ଗଜେନ୍ଦ୍ର ଆପଟ୍ଟ ଏବଂ ଲୋକନାଥ ଖିଲାର ପ୍ରମୁଖ ବୈଠକରେ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ରଖିଥିଲେ। ବୈଠକରେ ଲୋଇଡାପଦା ଗ୍ରାମର ବହୁ କଳାକାର ଉପସ୍ଥିତ ରହିଥିଲେ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *