ଲୋକନାଥ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ନୟାଗଡ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଶ୍ରୀ ଲୋକନାଥ ସାହୁ, ଭଣ୍ଡାର ରକ୍ଷକ ଆଜି ତା ୩୧.୧୦.୨୦୨୫ ରିଖରେ ଅବସର ନେଇଛନ୍ତି । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର ତରୁଣ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦାନ କରି ତାଙ୍କର ସୁସ୍ଥ, ନିରୋଗ ନିରାମୟ ଦୀର୍ଘଜୀବନ ପାଇଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ରଖିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ମାମୟୀ ଆଚାର୍ଯ୍ୟ ଲୋକନାଥଙ୍କ ବ୍ୟବହାର ଓ କାର୍ଯ୍ୟଦକ୍ଷତାକୁ ପ୍ରସଂଶା କରିଥିଲେ । ପ୍ରଭୁ ଜଗନ୍ନାଥ ଲୋକନାଥଙ୍କ ସୁସ୍ଥ ନିରାମୟ ଦୀର୍ଘ ଜୀବନ କାମନା କରି ତାଙ୍କୁ ଏକ ମୁକ୍ତ ଆକାଶର ବିହଙ୍ଗ ବୋଲି କହିଥିଲେ ଏବଂ ଆଜିଠାରୁ ଆଉ ଏକ ନୂଆ ଜୀବନର ଆରମ୍ଭ ହେଲାବୋଲି ବକ୍ତବ୍ୟରେ କହିଥିଲେ ।ଶେଷରେ ଶ୍ରୀ ସାହୁଙ୍କୁ ବିଦାୟ ସମୟରେ କାର୍ଯ୍ୟାଳୟର କର୍ମଚାରୀମାନେ ଭବବିହ୍ୱଳ ହୋଇପଡ଼ିଥିଲେ ଓ ସମସ୍ତଙ୍କ ଆଖିରେ ଅଶ୍ରୁ ଆସିଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
