February 23, 2026
Home » ଲୋମହର୍ଷଣକାରୀ ଦୁଷ୍କର୍ମ ଏବଂ ହତ୍ୟା ଉପରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀ

ଲୋମହର୍ଷଣକାରୀ ଦୁଷ୍କର୍ମ ଏବଂ ହତ୍ୟା ଉପରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀ

0
WhatsApp Image 2025-12-25 at 8.02.07 PM

ଭୁବନେଶ୍ୱର: ଚାନ୍ଦବାଲିରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଏବଂ ହତ୍ୟା ଉପରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା କ୍ଷ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ କହିଲେ, କଂଗ୍ରେସ ସବୁବେଳେ ନାରୀ ସୁରକ୍ଷା ଉପରେ ଆନ୍ଦୋଳନ କରୁଛି କ୍ଷ ବିଧାନସଭାରେ ବିଧାୟକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛି କ୍ଷ ପିସିସି ସଭାପତି ନାରୀ ସୁରକ୍ଷାକୁ ନେଇ ସଦାବେଳେ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି ଓ ରାଜରାସ୍ତାକୁ ଓଲ୍ହାଉଛନ୍ତି କ୍ଷ ସରକାର କିନ୍ତୁ ଆଦୌ ସଚେତନ ନୁହନ୍ତି କ୍ଷ ୧୫ ମାସ ଭିତରେ ସବୁଠୁ ବେଶୀ ନାରୀ ନିର‌୍ୟାତନା ଘଟିଛି କ୍ଷ ମୋଟ ଯୌନ ନିର‌୍ୟାତନା ମାମଲା ୯୧୮୧, ୮୨୨୭ ଅପହରଣ, ୫୪୬୪ଅଣ ଯୌତୁକ ନିର‌୍ୟାତନା ହୋଇଛି କ୍ଷ ମାଲକାନଗିରି, ଧଉଳି ଏବଂ ବର୍ତ୍ତମାନ ଚାନ୍ଦବାଲିରେ ଜଣେ ଦଶ ବର୍ଷର ତୃତୀୟ ପଢ଼ୁଥିବା ଝିଅକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଘଟିଛି କ୍ଷ ଏହା ଅତ୍ୟନ୍ତ ବେଦନାଯୁକ୍ତ କ୍ଷ କୌଣସି ଦୁଷ୍କର୍ମ ଅପରାଧୀ ଦଣ୍ଡ ପାଉ ନାହାନ୍ତି କ୍ଷ ଯୁବ କଂଗ୍ରେସ ନେତା ମନୋଜ ବିଶ୍ୱାଳ କହିଲେ, ଚାନ୍ଦବାଲି ଦୁଷ୍କର୍ମ ହୃଦୟ ବିଦାରକ କ୍ଷ ଦୁଷ୍କର୍ମ କଲାପରେ ମୁଣ୍ଡକୁ ପଥରରେ ଅପରାଧୀ ଛେଚି ଦେଇଥିଲା କ୍ଷ ଖୋଦ ବିଜେପି ସଭାପତି ମନ ମୋହନ ସାମଲଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀର ଅବସ୍ଥା ଏଇୟା କ୍ଷ ଦୀର୍ଘ ୧୨ ମାସ ହେଲା ଚାନ୍ଦବାଲି ଏସ୍ଡ଼ିପିଓ ନାହାନ୍ତି କ୍ଷ ଆଇଆଇସି ଚୋରା ମଦର କଣ୍ଟ୍ରୋଲ ରୁମ ଖୋଲିଛନ୍ତି କ୍ଷ ଅବାଧ ନିଶାଦ୍ରବ୍ୟ କାରବାର ଚାଲିଛି କ୍ଷ କଂଗ୍ରେସର ଦାବୀ ପୀଡିତା ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଓ ଆଇଆଇସିଙ୍କୁ ଦଣ୍ଡିତ କରାଯାଉ କ୍ଷ କଂଗ୍ରେସ ଓ ଲୋକଙ୍କ ଚାପରେ ଦୁଷ୍କର୍ମକାରୀକୁ ଗିରଫ କରାଯାଇଛି କିନ୍ତୁ ତାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉlପିସିସି ସାଧାରଣ ସମ୍ପାଦକ ମଧୁସ୍ମିତା ସେଠୀ କହିଲେ, ୨୮ ହଜାର ନାରୀ ଅତ୍ୟାଚାର ମାମଲା ବର୍ତ୍ତମାନ ୨୦୨୪/୨୫ ରେ ୪୧ ହଜାରରେ ପହଁଚିଛି କ୍ଷ ରାଜ୍ୟରେ ଖୋଦ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀ ଅଛନ୍ତି କିନ୍ତୁ ତାଙ୍କ ହୃଦୟ ତରଳୁ ନାହିଁ କ୍ଷ ଆମେ ପ୍ରତିବାଦ କରୁଛୁ ତଥାପି ସରକାର କିମ୍ବା ମନ୍ତ୍ରୀ ଉତ୍ତରଦାୟିତ୍ୱ ନେଉ ନାହାନ୍ତି କ୍ଷ ଶକ୍ତିଶ୍ରୀ ଆରମ୍ଭ ସରକାର କରିଛନ୍ତି କ୍ଷ ଶୂନ୍ୟ ସହନଶୀଳତା କଥା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କିନ୍ତୁ କଣ ନାରୀ ଅତ୍ୟାଚାର, ଦୁଷ୍କର୍ମ ଆଦି ଘଟଣାରେ ସରକାରଙ୍କ ଦୋମୁହାଁ ନୀତି ପଦାରେ ପଡିଛି କ୍ଷ ବିଜେପି ସଭାପତି ପଦରେ ମନ ମୋହନ ସାମଲ ଅଛନ୍ତି, ନିଜ ନିର୍ବାଚନ ମଣ୍ଡଳୀରେ ଘଟିଥିବା ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ କ୍ଷ ଆପଣ ପଦର ଯୋଗ୍ୟତା ହରାଇ ବସିଛନ୍ତି କ୍ଷ ଭଦ୍ରକ, ବାଲେଶ୍ୱର ଓ ଭୁବନେଶ୍ୱର ନାରୀ ନିର‌୍ୟାତନାର ହବ ପାଲଟିଛି କ୍ଷ କଂଗ୍ରେସର ଦାବୀ ସ୍ୱତନ୍ତ୍ର ଅନୁଧ୍ୟାନ ସ୍କୁଲ କଲେଜ ଆଦି ପ୍ରତିଷ୍ଠାନ ମାନଙ୍କରେ କରାଯାଉ lକଂଗ୍ରେସ ମୁଖପାତ୍ର ଡଃ ମନୀଷା ଦାସ ପଟ୍ଟନାୟକ କହିଲେ, ସରକାର ବର୍ତ୍ତମାନ ଜନତାଙ୍କ ପାଇଁ ଧୂତରାଷ୍ଟ୍ର ସାଜିଛି, କୁରୁସଭାରେ ଲୋକଙ୍କ ପାଇଁ ନ୍ୟାୟ ଚାଲିଛି, ଛୋଟ ଝିଅଙ୍କ ପାଇଁ କଂସ ଅତ୍ୟାଚାର କରୁଛି କ୍ଷ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଯଦି ସରକାର ଚେତିଥାନ୍ତେ ତେବେ ସୌମ୍ୟାଶ୍ରୀ ବଳଙ୍ଗା ଏବଂ ବର୍ତ୍ତମାନର ଧଉଳି, ଚାନ୍ଦବାଲି ଘଟଣା ଦେଖିବାକୁ ମିଳି ନଥାନ୍ତା କ୍ଷ ଯେହେତୁ ସରକାର ଏବଂ ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଡାଇବାରେ ବ୍ୟସ୍ତ ହେଲେ ତେଣୁ ଅପରାଧୀଙ୍କ ମନୋବଳ ବୃଦ୍ଧି ପାଇଲା କ୍ଷ ପୋଲିସକୁ ମଧ୍ୟ ନିରପେକ୍ଷ ଅନୁସନ୍ଧାନ କରିବାକୁ ଦିଆଯାଉ ନାହିଁ କ୍ଷ ବଲାତ୍କାରୀ ଓ ହତ୍ୟାକାରୀଙ୍କୁ ଫୁଲମାଳ ଦେଉଥିବା ଦଳଙ୍କ ଠାରୁ ଆଉ କଣ ଆଶା କରା ଯାଇପରେ କ୍ଷ ଦଳର ନେତା ସାଂସଦଙ୍କ ଝିଅ ବାହାଘରେ ଫୋଟୋ ଉଠାରେ ବ୍ୟସ୍ତ କିନ୍ତୁ ସେମାନଙ୍କୁ ରାଜ୍ୟର ଦୁଷ୍କର୍ମ ଘଟଣା ଦେଖାଯାଉ ନାହିଁ କ୍ଷ ଏକ ନିତାନ୍ତ ଅଯୋଗ୍ୟ ଏବଂ ନିକମ୍ମା ମହିଳା କମିଶନ ଅଛନ୍ତି କ୍ଷ ତାଙ୍କ ସଦସ୍ୟ ରାତି ୮ ଟାରେ ଘରୁ ଝିଅପିଲା ନ ବାହାରିବା ପାଇଁ ତାଗିଦ କରୁଛନ୍ତି କ୍ଷ ପ୍ରକୃତରେ ଆମେ ଏକ ନିଲ୍ଲଠା, ଅଲାଯୁକ ସରକାର ଦ୍ୱାରା ଶାସିତ ହେଉଛୁ ବୋଲି ଡଃ ପଟ୍ଟନାୟକ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।