September 21, 2024
Home » ଵର୍ଷିଆନ ସାମ୍ବାଦିକ ରୁଦ୍ରନାରାୟଣ ମହାନ୍ତିଙ୍କ ପରଲୋକ

ଵର୍ଷିଆନ ସାମ୍ବାଦିକ ରୁଦ୍ରନାରାୟଣ ମହାନ୍ତିଙ୍କ ପରଲୋକ

0

 

 

ରାଇରଙ୍ଗପୁର : ବାମନଘାଟି ଅଂଚଳ ର ଅତି ପରିଚିତ ବରିଷ୍ଠ ସାମ୍ବାଦିକ ରୁଦ୍ର ନାରାୟଣ ମହାନ୍ତି ଗୋରୁମୋହିସାଣି ସ୍ଥିତ ବଡ଼ମଉଦାଠାରେ ନିଜ ବାସଭବନ ରେ ଇହଲୀଳା ତ୍ୟାଗ କରିଛନ୍ତି.ତାଙ୍କ ବିୟୋଗ ରେ ଆଜି ରାଇରଙ୍ଗପୁର ସହର ସମେତ ଵାମନଘାଟୀ ଉପଖଣ୍ଡର ସମସ୍ତ ସାମ୍ବାଦିକଙ୍କ ତରଫରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶୋକ ସଭା ରେ ସାମ୍ବାଦିକ ସ୍ୱର୍ଗତ ମହାନ୍ତି ଙ୍କ ଅମର ଆତ୍ମା ର ସଦଗତି କାମନା ପୂର୍ବକ ଦୁଇ ମିନିଟ ନିରବ ପ୍ରାର୍ଥନା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା. ଏହି ଅବସରରେ ଉପସ୍ଥିତ ସାମ୍ବାଦିକ ମାନେ ସ୍ବର୍ଗତ ରୁଦ୍ର ନାରାୟଣ ମହାନ୍ତି ଙ୍କ କର୍ମମୟ ଜୀବନ ତଥା ସାମ୍ବାଦିକତା କ୍ଷେତ୍ର ରେ ତା’ଙ୍କ ନୀତି ଓ ଆଦର୍ଶ ର ସ୍ମୃତି ଚାରଣ କରିଥିଲେ.ବରିଷ୍ଠ ସାମ୍ବାଦିକ ସୈାରଭ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଵାମନଘାଟୀ ଉପଜିଲାପାଳ ସରୋଜ କୁମାର ଦାଶ, ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ୱାଳ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ସମେତ ବରିଷ୍ଠ ସାମ୍ବାଦିକ ମନୋଜ ଦାସ, ଶରତ ଦାସ,ମାନସ ରଂଜନ ମହାନ୍ତି, ସୁରଥ ପଟ୍ଟନାୟକ,ଅନଶନ ମହାନ୍ତ, ତୁଷାରକାନ୍ତ ମହାନ୍ତ,ଖୁଦିରାମ ମହାନ୍ତି,ନୀରଜ ସାହୁ, ମନୋରଞ୍ଜନ ତିରିଆ,ସଦ୍ଦାମ ହୁସେନ୍,ଜଗତ ବେହେରା,ମେଘନାଦ ସାହା,ବସନ୍ତ ସାହୁ ତଥା ହରିଶ୍ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *