ଵିନିକା ମାନ୍ୟବର ଜେଏମଏଫସି କୋର୍ଟଙ୍କ ରାୟ
କୁଚିଆ ମଦବିକ୍ରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ଚାରିଜଣ ।
ସୁବର୍ଣ୍ଣପୁର ଜିଲ୍ଲା ଵିନିକା ଥାନା ଅଇଲାମୁଣ୍ଡା ଗାଁର ଗୋଟିଏ ପରିବାରର ସୁରଜ ଷାଣ୍ଡ, ପଲଉ ଷାଣ୍ଡ,ସଚିନ ଷାଣ୍ଡ ଓ ଚନ୍ଦ୍ରକାନ୍ତି ଷାଣ୍ଡ ଗାଁରେ ବେଆଇନ ଭାବେ କୁଚିଆ ମଦ ବିକ୍ରି କରି ଆସୁଥିଲେ Iହେଲେ ବାବୁପାଲି ସରପଞ୍ଚ ଓ ଅଇଲାମୁଣ୍ଡା ଗ୍ରାମର ମହିଳାମାନେ ମଦ ବିକ୍ରୀକୁ ବିରୋଧ କରିବାରୁ ସରପଞ୍ଚ ଏବଂ ମହିଳାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ମଦ ବିକ୍ରି କରୁଥିବା ପରିବାର ଲୋକ I ଏନେଇ ସରପଞ୍ଚଙ୍କ ସହ ଗ୍ରାମର ମହିଳାମାନେ ତା ୧୪ – ୦୧ – ୨୦୨୩ ରିଖ ରେ ଵିନିକା ଥାନାର ଦ୍ୱାରସ୍ତ ହୋଇ ଅଭିଯୋଗ କରିଥିଲେ I ଏ ନେଇ ବିନିକା ଥାନାରେ କେସ ନମ୍ବର ୧୫/୨୩ ରେ ଏକ ମକଦ୍ଦମା ରୁଜୁ ହୋଇଥିଲା ।

ବିନିକା ମାନ୍ୟବର ଜେଏମଏଫସି କୋର୍ଟର ଜିଆର କେସ ନମ୍ବର ୧୫/୨୩ ରେ ମୋକଦ୍ଦମା ରେଜିଷ୍ଟ୍ରେସନ ହୋଇଥିଲା Iଏହି କେସରେ ବିନିକା ମାନ୍ୟବର ଜେଏମଏଫସି କୋର୍ଟ ତ୍ୱରିତ ନ୍ୟାୟ ଶୁଣାଇବା ସହିତ ଚାରିଜଣଙ୍କୁ ତା. ୧୧ – ୧୨ – ୨୫ ରିଖରେ ଦୋଷୀ ସାବ୍ୟସ୍ତ କରିଛନ୍ତି Iଏହି କେସର ଥାନା ସବ ଇନ୍ସପେକ୍ଟର ସୁଜାତା ବୁଡ଼େକ ତଦନ୍ତ ଦାୟିତ୍ୱ ନେଇଥିଲେ I ତେଵେ ଏହି କେସକୁ ସରକାରଙ୍କ ତରଫରୁ ଉକ୍ତ କୋର୍ଟର ସରକାରୀ ଓକିଲ ସୁଧାଂଶୁ ଶେଖର ଦାଶ , ଜୟପ୍ରକାଶ ପଧାନ ଏହି ମୋକଦ୍ଦମାର ପରିଚାଳନା କରିଥିବା ବେଳେ ଅସିଷ୍ଟାଣ୍ଟ ଡାଇରେକ୍ଟର ଅଫ ପ୍ରସିକିଉସନ୍(Assistant director of prosecution ) ହିମାଂଶୁ ଶେଖର ପଣ୍ଡା ତତ୍ୱାବଧାନ କରିଥିଲେ ଏବଂ ପବ୍ଲିକ ପ୍ରସିକ୍ୟୁଟର ମଧୁମିତା ଅମାତ୍ୟ ନିରୀକ୍ଷଣ କରିଥିଲେ I
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ
