March 8, 2026
Home » ଶକ୍ତି ସଦନ ଠାରେ ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଅର୍ନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳିତ

ଶକ୍ତି ସଦନ ଠାରେ ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଅର୍ନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳିତ

0
WhatsApp Image 2026-03-08 at 1.57.21 PM

ଧର୍ମଗଡ଼:, ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ଦ୍ୱାରା ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶକ୍ତି ସଦନ ଗୃହରେ ଅର୍ନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବରେ, ବରିଷ୍ଠ ଦେୱାନୀ ବିଚାର ପତି ପି. ଶୀତାଲକ୍ଷ୍ମୀ, ସରକାରୀ ଓକିଲ ସଂଯୁକ୍ତା ପଣ୍ଡା ,ବରିଷ୍ଠ ଓକିଲ ଚିନ୍ତାମଣୀ ପାତ୍ର, କଲ୍ୟାଣୀ ନାଏକ, ବରିଷ୍ଠ ଓକିଲ ତଥା ଉକ୍ତ ଅନୁଷ୍ଠାନ ର ସଂପାଦକ ତୁଷାର ରଞ୍ଜନ ପଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ସମସ୍ତ ଅନ୍ତେବାସୀ ଙ୍କ ମନୋବଳ ବଢ଼ାଇ ଥିଲେ ଓ ଭାରତୀୟ ନ୍ୟାୟ। ସଂହିତାରେ ନାରୀ ମାନଙ୍କ ସୁରକ୍ଷା, ଅଧିକାର ଓ କର୍ତ୍ତବ୍ୟ ଉପରେ ଅଭିନୀତ ଆଇନ ଉପରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ ଏବଂ ନାରୀ ସଶକ୍ତିକରଣ ପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି ସଭାକୁ ଶ୍ରୀମତୀ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିଲେ ଏବଂ ଶ୍ରୀ ତୁଷାର ରଞ୍ଜନ ପଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *