July 27, 2025
Home » ଶଙ୍କର ବଜାର ବ୍ୟବସାୟୀ ସଙ୍ଘ ପକ୍ଷରୁ ପ୍ରସାଦ ସେବନ କାର୍ଯ୍ୟକ୍ରମ

ଶଙ୍କର ବଜାର ବ୍ୟବସାୟୀ ସଙ୍ଘ ପକ୍ଷରୁ ପ୍ରସାଦ ସେବନ କାର୍ଯ୍ୟକ୍ରମ

0
vlcsnap-2025-07-05-17h45m19s17

ବ୍ରହ୍ମପୁର,: ସ୍ଥାନୀୟ ଆସ୍କା ରୋଡ ଅଞ୍ଚଳ ସ୍ଥିତ ଶଙ୍କର ମାର୍କେଟ ତରଫରୁ ପବିତ୍ର ଘୋଷଯାତ୍ରା ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ଏକ ସାମୁହିକ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସପ୍ତମ ଦିନରେ ଭଗବାନ ପର୍ଶୁରାମଙ୍କ ଅବତାର ଦେଖିବାକୁ ଭକ୍ତ ମାନଙ୍କ ମହସମାଗମ ଥିବା ବେଳେ ଏହି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା ।

ଏଥିରେ ଆଖପାଖ ଅଞ୍ଚଳର ପ୍ରାୟ ୨୫ଶହରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ୭ ପ୍ରକାରର ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ରୂପେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡା, ବ୍ରହ୍ମପୁର ବିଧାୟକଙ୍କ ମହାନଗର ନିଗମ ପ୍ରତିନିଧି ଅଶୋକ ଶୁକ୍ଳ, ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ଜେନା, ଅଞ୍ଚଳର ବରିଷ୍ଠ ବୁଦ୍ଧିଜୀବୀ ଭାଗିରଥି ପଣ୍ଡା, ପୂର୍ଣଚନ୍ଦ୍ର ମହାନ୍ତି, ଯୁବନେତା ଚିତ୍ତରଞ୍ଜନ ସାହୁ ପ୍ରମୁଖ ଯୋଗଦାନ କରି ବ୍ୟବସାୟୀ ସଙ୍ଘ ପକ୍ଷରୁ ଆୟୋଜିତ ବିଶାଳ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଠାକୁରଙ୍କ ଠାରେ ବିଶ୍ଵର ଶାନ୍ତି ପାଇଁ ଆଶୀର୍ବାଦ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମ ଶଙ୍କର ବଜାର ବ୍ୟବସାୟୀ ସଙ୍ଘର ସଭାପତି ଭଗବାନ ଚୌଧୁରୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ବେଳେ, ସମ୍ପାଦକ ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଏମ୍ କାଶୀନାଥଙ୍କ ସମେତ ବରିଷ୍ଠ ସଦସ୍ୟ ରାମହରି ସାହୁ, ବାବୁଲା ସାହୁ, ସଦାନନ୍ଦ ଗୌଡ, ବି ରାଜା ପାତ୍ର, ଶଙ୍କର ଗୌଡ, ନୀଳମଣି ରାଉତଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ; ରିପୋର୍ଟ ଅଭିଜିତ କର।

ବ୍ରହ୍ମପୁରରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *