December 24, 2025
Home » ଶନିଶ୍ଚର ମନ୍ଦିର ପ୍ରତିଷ୍ଠା ଓ ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଶନିଶ୍ଚର ମନ୍ଦିର ପ୍ରତିଷ୍ଠା ଓ ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
WhatsApp Image 2025-12-24 at 4.43.01 PM

ସୁବର୍ଣ୍ଣପୁର ଜିଲ୍ଲା ତରଭା କୁମ୍ଭାରପଡା ରେ ନିର୍ମାଣ କରାଯାଇଥିବା ଶ୍ରୀ ଶନିଶ୍ଚର ମନ୍ଦିର ପ୍ରତିଷ୍ଠା ଓ ନାମଯଜ୍ଞ ପାଇଁ ବୃନ୍ଦାବନ ବିହାରୀ ଭାଗବତ ମନ୍ଦିର ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ବରିଷ୍ଠ ନାଗରିକ ନଦୀକିଶୋର ରଣା ଅଧ୍ୟକ୍ଷତା କରିଥିଲେ I ଆବାହକ ତଥା ପୂଜକ ଶଙ୍କର ନାୟକ ଙ୍କ ଦ୍ୱାରା ମନ୍ଦିର ପ୍ରତିଷ୍ଠା ଓ ନାମଯଜ୍ଞ ପାଇଁ ବିଧି ବିଧାନ ଓ ନୀତି ତାରିଖ ନିର୍ଦ୍ଧାରଣ ରେ ଉପସ୍ଥିତ ସମସ୍ତ ପଡା ବାସୀ ସହମତି ପ୍ରକାଶ କରିଥିଲେ I ଶନିଶ୍ଚର ମନ୍ଦିର ପ୍ରତିଷ୍ଠା ଓ ନାମଯଜ୍ଞ ପାଇଁଏକ ପରିଚାଳନା କମିଟି ଗଠନ କରାଯାଇଥିଲା I କମିଟି ସଭାପତି ଭାବେ ଭକ୍ତ ରଣା, ଉପସଭାପତି ଭାବେ ଧବଳେଶ୍ୱର ନାଏକ ମନୋନୀତ ହୋଇଥିବା ବେଳେ କପିଳାସ ସେଠ ସମ୍ପାଦକ, ଆଶୁତୋଷ ମଟାରୀ କୋଷାଧ୍ୟକ୍ଷ,ଉପ କୋଷାଧ୍ୟକ୍ଷ ଭାବେ ଲକ୍ଷ୍ମଣ ରଣା ଙ୍କୁ ଦାୟିତ୍ୱ ଦିଆଯାଇଛି I ନନ୍ଦୀ ରଣା, ଗଣ୍ଡା ରାମ ବାଘ, ଦେବରାଜ ରଣା, ନରୋତ୍ତମ ମଲ୍ଲିକ, ହିରଣ୍ମୟ ପଟ୍ଟନାୟକ, ଲାଳବିହାରୀ ରଣା, ପ୍ରଫୁଲ୍ଲ ବେହେରା ଙ୍କ ସମେତ ୧୫ ଜଣ ଙ୍କୁ ନେଇ ଉପଦେଷ୍ଟା କମିଟି ଗଠନ କରାଯଇଥିଲା I ସେହିପରି ଅନ୍ୟ ସମସ୍ତ କାର୍ଯ୍ୟ ପରିଚାଳନା ପାଇଁ ମାନ ସାହୁ, ରାମ ନାଥ ରଣା, ରାଜା ଅଚାରୀ, ମହେଶ ଅଚାରୀ, ପୁରନ୍ଦର ସେଠ ଇଶ୍ୱର ନାଏକ, ଟୁଲୁ ପୋଢ଼ ଙ୍କ ସହ ଏକୋଇଶି ଜଣ ସକ୍ରିୟସଭ୍ୟ ଙ୍କୁ ଉପସ୍ଥିତ ସଭ୍ୟ ମାନେ ମନୋନୀତ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *