ଶନି ମନ୍ଦିର ପ୍ରତିଷ୍ଠା, ବିଗ୍ରହ ସ୍ଥାପନ ଓ ଚବିଶ ପ୍ରହରୀ ନାମ ଯଜ୍ଞ
ଶନି ମନ୍ଦିର ପ୍ରତିଷ୍ଠା, ବିଗ୍ରହ ସ୍ଥାପନ ଓ ଚବିଶ ପ୍ରହରୀ ନାମଯଜ୍ଞ l
ସୁବର୍ଣ୍ଣପୁର ଜିଲ୍ଲା ତରଭା କୁମ୍ଭାରପଡା ରେ ନବନିର୍ମିତ ଶ୍ରୀଶ୍ରୀ ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା,ବିଗ୍ରହ ସ୍ଥାପନ ଓ ଚବିଶ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି I ମନ୍ଦିର ପ୍ରତିଷ୍ଠା ଓ ନାମଯଜ୍ଞ ପାଇଁ ଶୁଭସ୍ତମ୍ଭ ସ୍ଥାପନପରେ ୨ଶହରୁଅଧିକ ମହିଳା ଓ ହଜାରଧିକ ଭକ୍ତ ଅଞ୍ଚଳ ବାସୀ ଙ୍କୁ ନେଇ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଥିଲା I ପରବର୍ତ୍ତୀ ଦିନ ଅଙ୍କୁରାରୋପଣ, ଗଙ୍ଗା ନିମନ୍ତ୍ରଣ, ରତ୍ନ ମୁଦ ,ତିରିଶ ବିଗ୍ରହ ମାନଂକ ମହାସ୍ନାନ, ପୁଷ୍ପା ଅଭିଷେକ, ଫଳାଭିଷେକ, ଧ୍ବଜପୂଜା, ପଞ୍ଚକୁଣ୍ଡୀୟ ଯଜ୍ଞ ନେଇ ପଣ୍ଡିତ ଙ୍କ ବେଦ ଧ୍ବନି ରେ ଅଞ୍ଚଳ ପ୍ରକମ୍ପିତ ହୋଇ ଥିଲା I ମନ୍ଦିର ପ୍ରତିଷ୍ଠା, ବିଗ୍ରହ ଜୀବନ୍ୟାସ ପରେ ସମସ୍ତ ତିରିଶ ଗୋଟି ବିଗ୍ରହ ମାନଙ୍କୁ ଏକ ସୁସଜିତ ରଥ ରେ ବସାଇ କୁମ୍ଭାର ପଡା ପରିକ୍ରମା କରଯାଇ ଥିଲା l କୁମ୍ଭାର ପଡାବାସୀ ପ୍ରତ୍ୟେକ ଘରେ କଳସ ବସାଇ ଦୀପ ଜାଳି ବିଗ୍ରହ ଙ୍କୁ ପୂଜା ଅର୍ଚ୍ଚନା କରିଥିଲେ l କର୍ତ୍ତା ଓ କର୍ତ୍ତୀ ଙ୍କ ସହ ହଜାରଧିକ ଭକ୍ତ ପରିକ୍ରମା କରିଥିଲେ I

ଶୋଭାଯାତ୍ରା ମନ୍ଦିର ରେ ପହଂଚି ବା ପରେ ପଣ୍ଡିତ ମାନଙ୍କ ଦ୍ୱାରା ମନ୍ଦିର ପୂଜନ ନୀତି, ଅନ୍ନ ପ୍ରସାଦ ର ନୀତି ନିୟମ, ଉତ୍ସବ ପାଳନ ନେଇ ମନ୍ଦିର ପରିଚାଳନା କମିଟି ଙ୍କ ଦ୍ୱାରା ସଂକଳ୍ପ କରାଯାଇ ପୂଜା କରି ବିଗ୍ରହ ଙ୍କୁ ମନ୍ଦିର ପ୍ରବେଶ କରାଇଥିଲେ l ଏହି ଅବସରରେ ଚବିଶ ପ୍ରହରୀ ନାମଯଜ୍ଞ ରେ ଅଞ୍ଚଳ ପ୍ରାୟ ପଚିଶ ରୁ ଅଧିକ କୀର୍ତ୍ତନ୍ୟ ଦଳ ଯୋଗଦାନ କରିଥିଲେ I ପ୍ରହରୀ ର ପୂର୍ଣ୍ଣାହୁତି ଦିନ ସମସ୍ତ ପଡାବାସୀ, ଅଞ୍ଚଳ ବାସୀ, ସମସ୍ତ କର୍ମ କର୍ତ୍ତା ନଗର କୀର୍ତ୍ତନ ନଗର ପରିକ୍ରମା କରାଯାଇଥିଲା l ନଗର ପରିକ୍ରମା ପରେ ପ୍ରହରୀ ମଣ୍ଡପ ପରିସରରେ କୀର୍ତ୍ତ୍ୟନ୍ୟ ଗୁରୁ ବିନୋଦ ମିଶ୍ର, ବାସୁଦେବ ସାହୁ, ପ୍ରମୋଦ ପଣ୍ଡା ଙ୍କୁ କମିଟି ପକ୍ଷରୁ ଉପଢୌଉକନ ଦେଇ ସମ୍ମାନିତ କରାଯାଇ ଥିଲା I ମନ୍ଦିର ପ୍ରତିଷ୍ଠା ପାଇଁ ମୁଖ୍ୟ ପୂଜକ କୃଷ୍ଣ ଚନ୍ଦ୍ର ମିଶ୍ର ଙ୍କ ନେତୃତ୍ୱ ରେ ସୀତାରାମ ଦାସ,ରଜନୀ କାନ୍ତ ଦାସ, ଓ ବିଥଳ ମିଶ୍ର ଦାୟିତ୍ୱ ତୁଲାଇ ଥିଲେ I ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠାରେ ମୁଖ୍ୟକର୍ତ୍ତା ଭାବେ ଶଙ୍କର ନାୟକ ଓ ତାଙ୍କ ସହଧର୍ମିଣୀ ଲିଲି ନାୟକ ଦାୟିତ୍ୱ ତୁଲାଇ ଥିଲେ। ଚବିଶ ପ୍ରହରୀ ନାମ ଯଜ୍ଞ ପାଇଁ କର୍ତ୍ତା ଭାବେ ଝସକେତନ ରଣା ଓ ସ୍ନେହ ରଣା ଦାୟିତ୍ୟୁ ତୁଲାଇ ଥିଲେ I

ପୂଜା କାର୍ଯ୍ୟ ରେ ପଣ୍ଡିତ ପ୍ରମୋଦ ମହାପାତ୍ର ଙ୍କ ନେତୃତ୍ୱ ରେ ଗିରୀଶ ଚନ୍ଦ୍ରମିଶ୍ର, ଗୌର ହରି ମହାପାତ୍ର, କୃଷ୍ଣଚନ୍ଦ୍ର ମିଶ୍ର, ନରେନ୍ଦ୍ର ମିଶ୍ର, ବନମାଳି ମିଶ୍ର ପ୍ରମୁଖ ଦାୟିତ୍ୱତୁଲାଇ ଥିଲେ I ମନ୍ଦିର ପ୍ରତିଷ୍ଠା ପରିଚାଳନା କମିଟିର ସମସ୍ତ ସଦସ୍ୟ, କୁମ୍ଭାର ପଡା ବାସୀ ଓ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ବିଭିନ୍ନ କାର୍ଯ୍ୟ ରେ ସହଯୋଗ କରିଥିଲେ l ଶନିଶ୍ଚରାୟ ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ କରି କୁମ୍ଭୀର ପଡା ବାସୀ ଙ୍କୁ ଅର୍ପଣ କରି ଥିବା ଗଙ୍ଗାବାଳୀମଳଣା ଙ୍କୁ ପ୍ରଶଂସା ଓ କୃତଜ୍ଞତା ଜଣାଇ ଥିଲେ I ଏହି କାର୍ଯ୍ୟକ୍ରମ ରେ ସାମିଲ ହେଉ ଥିବା ସମସ୍ତ ଭକ୍ତ ଙ୍କ ପାଇଁ ୨ ବେଳା ଅନ୍ନ ପ୍ରସାଦ ବଣ୍ଟନ କରାଯାଉଥିଲା I ପ୍ରତ୍ୟେକ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ଙ୍କ ସମାଗମ ହୋଇଥିଲା I
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
