December 3, 2025
Home » ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ୟୁନାଇଟେଡ଼ ସ୍ପୋର୍ଟସ କ୍ଳବ୍ ବରଗଡ଼ ଫାଇନାଲରେ ପ୍ରବେଶ ।

ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ୟୁନାଇଟେଡ଼ ସ୍ପୋର୍ଟସ କ୍ଳବ୍ ବରଗଡ଼ ଫାଇନାଲରେ ପ୍ରବେଶ ।

0
1000815152
ନୟଆଡ:ନୟାଗଡ ଲଡ଼ୁକେଶ ଆଥଲେଟିକ ଆସୋସିଏସନର ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ୬୪ତମ ସର୍ବ ଭାରତୀୟ ଫୁଟବଲ ଟୁଣ୍ଣାର୍ମେଣ୍ଟର ୬ଷ୍ଠ ଦିବସ ଶୁକ୍ରବାର ଦିନ ୨ୟ ସେମିଫାଇନାଲ ଖେଳ ଏମ.କେ.ଏସ.ସି, ବକ୍ସର, ବିହାର ବନାମ ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ, ବରଗଡ଼ ମଧ୍ୟରେ ହୋଇଥିଲା। ଏଥିରେ ବରଗଡ଼ ଦଳ ୧ – ୦ ଗୋଲରେ ବିଜୟୀ ହୋଇ ଦ୍ବିତୀୟ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି। ପ୍ରଥମାର୍ଦ୍ଧ ଖେଳରେ ଉଭୟ ଦଳ ଆକ୍ରମଣାତ୍ମକ ଭାବେ ଖେଳିଥିଲେ। ଖେଳର ୭ମ ମିନିଟରେ ବରଗଡ଼ ଦଳର ୨୦ ନଂ ଜର୍ସି ଖେଳାଳି ଭରତ ମୁଣ୍ଡାଙ୍କ ଏକ ଗୋଲ ଦଳକୁ ୧- ୦ ଗୋଲରେ ଅଗ୍ରଣୀ କରାଇଥିଲା।
ଖେଳର ଦ୍ବିତୀୟାର୍ଦ୍ଧର ଖେଳ ସଂଘର୍ଷ ପୂର୍ଣ୍ଣ ଥିବାବେଳେ , ବିହାର ଦଳ ଗୋଲ ସୁଝାଇପାରିନଥିଲା ଯାହା ଫଳରେ ବରଗଡ଼ ୧-୦ ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଆଜିର ମୁଖ୍ୟଅତିଥି ଭାବେ ନୟାଗଡ ବିଧାୟକ ଅରୁଣ କୁମାର ସାହୁ ଥିବାବେଳେ ସମ୍ମାନୀତ ଅତିଥି ଭାବରେ ଆର.ସି.ଏମ.ସି ଅଧକ୍ଷ ମାମୁନି ରୌଫ, ସାମାଜିକ କର୍ମୀ ବିଭୁଦତ୍ତ ମହପାତ୍ର, ବିଶିଷ୍ଟ ବ୍ୟବସାୟୀ ତାପସ ରଞ୍ଜନ ପାଢ଼ୀ, ସାମାଜିକ କର୍ମୀ ରଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ଆସୋସିଏସନ ସଭାପତି ସତ୍ୟନାରାୟଣ ପ୍ରଧାନ ଅତିଥି ମାନଙ୍କୁ ଓ କର୍ମକର୍ତ୍ତାଙ୍କ ସହ ଖେଳର ପ୍ରଥମାର୍ଦ୍ଧ ପରେ ପଡିଆରେ ରେଫରୀ ଓ ଖେଳାଳିମାନଙ୍କ ସହ ପରିଚୟ ଆଦାନପ୍ରଦାନ ସହ କରମର୍ଦ୍ଦନ କରି ଉତ୍ସାହିତ କରିଥିଲେ। ପରିଶେଷରେ ମୁଖ୍ୟ ଅତିଥି ଆଜିର ସର୍ବଶ୍ରେଷ୍ଠ ଖେଳାଳି ଭାବେ ବରଗଡ ଦଳର ୨୦ ନଂ ଜର୍ସି ଖେଳାଳି ଭରତ ମୁଣ୍ଡାଙ୍କୁ ଟ୍ରଫି 🏆 ସହ ଏକ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ।
ମୁଖ୍ୟ ରେଫରି ଭାବେ ଜ୍ୟୋତିରଞ୍ଜନ ସ୍ୱାଇଁ, ପ୍ରସନ୍ନ ନାୟକ ଓ ଜଗନ୍ନାଥ ପରିଡା ଲାଇନରେ ସହାୟତା କରିଥିବା ବେଳ ୪ର୍ଥ ରେଫେରୀ ଭାବେ ରାଜୁ ମହାନ୍ତି ଖେଳକୁ ପରିଚାଳନା କରିଥିଲେ। ଶନିବାର ଦିନ ଖେଳକୁ ବିଶ୍ରାମ( ବନ୍ଦ ) ରଖାଯାଇ ,ରବିବାର ଦିନ ଫାଇନାଲ ଖେଳରେ ଗଣ୍ଡରପୁର ଫୁଟବଲ କ୍ଲବ ଭୁବନେଶ୍ୱର ବନାମ ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ, ବରଗଡ଼ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ରବୀନ୍ଦ୍ର କୁମାର ଚୌଧୁରୀ ସୂଚନା ଦେଇଛନ୍ତି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *