ଶହେ ବର୍ଷ ପୂର୍ତ୍ତି ଅବସରରେ କମ୍ୟୁନିଷ୍ଟ ପାର୍ଟିର ରାଜ୍ଯସ୍ତରୀୟ ବିଶାଳ ସମାବେଶ
ଛତ୍ରପୁର: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶତବାର୍ଷିକୀ ସମାରୋହ ପାଳନ ଅବସରରେ ରାଜ୍ଯସ୍ତରୀୟ ବିଶାଳ ଜନସମାବେଶ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଲୱେର୍ ବସଷ୍ଟାଣ୍ଡ ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ମଙ୍ଗଳବାର ଆୟୋଜିତ ହୋଇଯାଇଛି ।। ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଏହି ରାଜ୍ଯସ୍ତରୀୟ ବିଶାଳ ଜନ ସମାବେଶ ମଞ୍ଚରେ ବହୁ ବରେଣ୍ୟ ଅତିଥି ଯୋଗଦେଇ ଦେଶରେ ସାମ୍ବିଧାନିକ ଅଧିକାର ଆଇନ୍, ନାଗରିକ ଅଧିକାର ଆଇନ୍ ସମ୍ପର୍କରେ ଆଲୋକପାତ କରିଥିଲେ ।

ସିପିଆଇ ଜାତୀୟସ୍ତରୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଅନ୍ୟତମ ଜାତୀୟ ସମ୍ପାଦକ କମ୍ରେଡ୍ କେ.ରାମ କ୍ରିଷ୍ଣା, ସିପିଆଇ ରାଜ୍ୟ ସମ୍ପାଦକ ତଥା ପ୍ରଶାନ୍ତ କୁମାର ମିଶ୍ର ଓ ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ଶତବାର୍ଷିକୀ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ମୁଖ୍ୟ ଆୟୋଜକ ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ ମଞ୍ଚ ଉପରକୁ ଅତିଥିଙ୍କୁ ଆହ୍ୱାନ କରିଥିଲେ ।

ଜିଲ୍ଲା ସମ୍ପାଦକ ତଥା ଅଭ୍ୟର୍ଥନା କମିଟି ସାଧାରଣ ସମ୍ପାଦକ ଶ୍ରୀହର୍ଷ ରଥ ଶତବାର୍ଷିକା ପାଳନର ପୃଷ୍ଠଭୂମି ଉପରେ ବିଶଦ ସୂଚନା ଦେଇଥିଲେ। ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ରମଣୀରଞ୍ଜନ ରାଉତରାୟ, ଅଖିଳ ଭାରତ ଯୁବସଂଘ ରାଜ୍ୟ ସମ୍ପାଦକ କାମଦେବ ନାହାକ, ନୂଆଦୁନିଆ ସମ୍ପାଦକ ଇମେଶ ପାଢ଼ୀ, ଉତ୍ପନ ମହିଳା ସମିତିର ସଭାପତି ପ୍ରମୋଦିନୀ ପାଇକରାୟ, ନାରୀନେତ୍ରୀ ଶ୍ରୀମତୀ ଏନ. ଭାନୁମତୀ ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ଥିଲେ । ମଙ୍ଗଳବାର ପୂର୍ବାହ୍ନରେ ଲକ୍ଷ୍ମଣ ମହାପାତ୍ରଙ୍କ ଶହୀଦ ସ୍ମୃତିପୀଠରୁ ଦିବ୍ୟ ଜ୍ୟୋତି ଅଣାଯାଇ ମଞ୍ଚରେ ରାଜ୍ୟ ସମ୍ପାଦକଙ୍କ ହାତରେ ସମର୍ପି ଥିଲେ। ରାଜ୍ୟ ସମ୍ପାଦକ ତାହା ଗ୍ରହଣ କରି କାର୍ଯ୍ୟକ୍ରମ କୁ ଆଗେଇନେଇଥିଲେ । ବିଶାଳ ଜନସମାବେଶ ଙ୍କ ର ଏକ ରାଲିି ଛତ୍ରପୁର ସହର ପରିକ୍ରମା କରିଥିଲା ।

ଛତ୍ରପୁର ର ପୂତ୍ତିଗୋପାଳପୁର ଠାରୁ ରିକାପଲ୍ଲୀ ଛକ ପର୍ଯ୍ୟନ୍ତ ଲାଲ୍ ରଙ୍ଗର ପୋଷାକ ପିନ୍ଧି, ଲାଲ୍ ରଙ୍ଗର ପତାକା ପ୍ରଦର୍ଶନରେ କମ୍ୟୁନିଷ୍ଟ କର୍ମୀଙ୍କ ଲମ୍ବା ଲାଇନ୍ ରେ ଶୋଭାଯାତ୍ରା ଅତିକ୍ରମ କରିଥିଲା । ସିପିଆଇ, କମ୍ରେଡ ଙ୍କ ପାରମ୍ପାରୀକ ଘୋଷବାଦ୍ୟ ଧ୍ଵନି ସାଂଗକୁ ଦେଶ ମାତୃକାର ଜୟଗାନ ସଙ୍ଗୀତ ଧ୍ବନିରେ ସିପିଆଇ, କମ୍ରେଡ କର୍ମୀମାନଙ୍କ ପ୍ୟାରେଡ୍ ପ୍ରଦର୍ଶନ ସହକାରେ ସହର ପରିକ୍ରମଣ ହୋଇ ଛତ୍ରପୁର ଲୱେର୍ ବସଷ୍ଟାଣ୍ଡ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସଭାମଞ୍ଚରେ ପହଞ୍ଚିଥିଲେ । କୁହାଯାଏ ଯେ’ ଜନସମସ୍ୟାର ସମାଧାନ ପାଇଁ ଜନ ଆନ୍ଦୋଳନକୁ ଶକ୍ତିଶାଳୀ କରି କମ୍ୟୁନିଷ୍ଟ ପାର୍ଟିକୁ ସଂଗଠିତ କରିବା ନେଇ ଏହି ଆହ୍ଵାନ ଦିଆଯାଇଛି । ପ୍ରକାଶ ଥାଉକି,୧୯୧୭ ଋଷ ବିପ୍ଲବ ଲେନିନଙ୍କ ନେତୃତ୍ବରେ ସଫଳ ହେଲାପରେ, ସମଗ୍ର ବିଶ୍ଵରେ ସମାଜବାଦ ପ୍ରତି ଏକ ଆକର୍ଷଣ ଭାବ ସୃଷ୍ଟିହେଲା । ବିଭିନ୍ନ ଦେଶରେ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା ହେଲା । ଏହି ପରିପ୍ରେକ୍ଷୀରେ ଆମ ଦେଶ ଭାରତରେ ୧୯୨୫ ଡିସେମ୍ବର ୨୬ ତାରିଖ ଦିନ ଉତ୍ତର ପ୍ରଦେଶର କାନପୁର ଠାରେ ପ୍ରତିଷ୍ଠାଲାଭ କଲା ବୋଲି କୁହାଯାଏ ।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
