October 24, 2025
Home » ଶାନ୍ତି ସଦଭାବନା ସମିତିର ସମାରୋହ

ଶାନ୍ତି ସଦଭାବନା ସମିତିର ସମାରୋହ

0
WhatsApp Image 2025-10-24 at 5.39.22 AM

କଟକ : ହଜାର ବର୍ଷର କଟକ ସହରରେ ଭାଇଚାରା ଓ ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ଶାନ୍ତିର ପ୍ରତୀକ ଭାବେ କଟକ ଶାନ୍ତି ସଦଭାବନା ସମିତି କାର୍ଯ୍ୟ କରୁଅଛି । ଏହି ଅବସରରେ ସମିତି ପକ୍ଷରୁ  ମହାନଦୀବିହାରସ୍ଥିତ ରିଦ୍ଧିସିଦ୍ଧି ମଣ୍ଡପ ପରିସରରେ ସମିତିର ସଭାପତି ତଥା ପୂର୍ବତନ ନ୍ୟାୟାଧୀଶ ମନୋରଞ୍ଜନ ମହାନ୍ତିଙ୍କ ଆବାହକତ୍ଵରେ କଟକ ଶାନ୍ତି ଓ ସଦଭାବନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମିତିର ସଂଯୋଜକ ତଥା ଗାନ୍ଧୀବାଦୀ ଡ଼ଃ ବିଶ୍ୱଜିତ୍ ସହରର ଭାଇଚାରା ଅତୁଟ ରହିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିବା ବେଳେ ଏମଡିଏ ସଭାପତି ତଥା କଟକ ଭାଇଚାରା ସଂସ୍କୃତିକୁ ନେଇ ରଚନା କରାଯାଇଥିବା ଭିନ୍ନ ସ୍ୱାଦର ସଚେତନଧର୍ମୀ ଗୀତର ନିର୍ମାତା ସଞ୍ଜୟ ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସହରର ସମସ୍ତ ସମ୍ପ୍ରଦାୟର କର୍ମକର୍ତ୍ତା ସର୍ବଦା ଶାନ୍ତି ଓ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣକୁ ବଜାୟ ରଖିବା ପାଇଁ ସମିତିର ସଦସ୍ୟ ତାପସ ମହାନ୍ତି ଆହ୍ବାନ ଦେଇଥିଲେ ।

ମହାତ୍ମା ଗାନ୍ଧୀଙ୍କ ଜୀବନକୁ ନେଇ ପଦର୍ଶିତ ଫଟୋ ଚିତ୍ରକୁ ବରିଷ୍ଠ ରାଜନେତା ଡ଼ଃ ପ୍ରଭାତ ରଞ୍ଜନ ବିଶ୍ଵାଳ, ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା, ଗୁରୁଦ୍ୱାର କମିଟିର ସଭାପତି ଗୁରୁଦେବ ସିଂହ, ବୋର୍ଡ ଅଫ ୱାକଫର ପ୍ରାକ୍ତନ ଅଧ୍ୟକ୍ଷ ସୟେଦ ଏକ୍ରାମ ହୁସେନ, ମହମ୍ମଦ ଫରିଦ୍, କଟକ ବିଶପ ପରିତୋଷ ରାଉତ, କର୍ପୋରେଟର ଇଂ ସୁବ୍ରତ ଘଡାଇ, ସୌଭାଗିନୀ ଜେନା, ଇଂ ଗୋପାଳକୃଷ୍ଣ ବେହେରା, ଇଂ ପ୍ରମୋଦ ନାୟକ, ସରୋଜ ପ୍ରସାଦ ସ୍ବାଇଁ ଜଗନ୍ନାଥ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରହ୍ଲାଦ ମହାନ୍ତି, ରାଜେଶ ରଣା, ବିଷ୍ଣୁ ସାହୁ, ଜୟଦେବ ଜେନା ପ୍ରମୁଖ ବୁଲି ଦେଖିଥିଲେ ।କଟକ ସହର ଭାଇଚାରା ଓ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏମଡିଏ ସଭାପତି ସଞ୍ଜୟ ଜେନାଙ୍କ ଉଦ୍ୟମରେ ନିର୍ମିତ ଭିନ୍ନ ସ୍ୱାଦର ସଚେତନଧର୍ମ୍ମୀ ଗୀତ ଝୁଲରେ କଟକ ଝୁଲ ଉନ୍ମୋଚିତ ହୋଇଥିଲା । ଏହି ଗୀତର ସ୍ୱର ସଂଯୋଜନା ଏବଂ କଣ୍ଠଦାନ କୃଷ୍ଣଚନ୍ଦ୍ର କରିଥିବା ବେଳେ ଗୀତ ରଚନା ବିଭୂତି ସ୍ବାଇଁ ଏବଂ ସରୋଜ ଜେନା ନିର୍ଦ୍ଦେଶନା ଦେଇଛନ୍ତି । କଟକ ସହର ବିଭିନ୍ନ ସ୍ଥାନରେ ଏହି ଗୀତର ସୁଟିଂ କରାଯାଇଥିବା ବେଳେ ଏହି ସଚେତନଧର୍ମୀ ଗୀତଟି ସମସ୍ତ ବର୍ଗ ଲୋକଙ୍କ ମନକୁ ବେଶ୍ ଛୁଇଁ ପାରିଛି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସଦଭାବନା ସଭାରେ ଗାୟତ୍ରୀ ଦାସ, ମହମ୍ମଦ ଫରିଦ, ମନୋରଞ୍ଜନ ପଣ୍ଡା, ଲଲାଟେନ୍ଦୁ ବଡୁ, ଗୋବିନ୍ଦ ଚାନ୍ଦ, କିଶୋର ଜେନା, ଅଂଶୁମାନ ରାଉତ, ନିଶିକାନ୍ତ ମିଶ୍ର, ଡ ସଂଜୟ ସାମନ୍ତରାୟ, ସନ୍ତୋଷ କୁମାର ପତି, ବିଶ୍ୱଜିତ୍ ପାଣି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *