ଶାରଦୀୟ ଦୁର୍ଗାପୂଜା ଉତ୍ସବ ଅବସରରେ ଭକ୍ତଙ୍କ ଗହଣରେ ଜଗତଜନନୀ… ମନ୍ତ୍ରଧ୍ଵନି ଓ ହୋମୋରେ ପାବିତ ହେଉଛି ଚତୁର୍ଦ୍ଦିଗ ପରିବେଶ

“ଓଁ ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ। ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମୋଊସ୍ତୁତେ।।”
ଶାରଦୀୟ ଦୁର୍ଗାପୂଜାର ଏହି ପବିତ୍ର ଅବସରରେ, ସହରର ବିଭିନ୍ନ ମଣ୍ଡପରେ ଦୁର୍ଗାପୂଜା ଉତ୍ସବ ଅତି ଭକ୍ତି, ଶ୍ରଦ୍ଧା,ଉତ୍ସାହ ମଧ୍ୟରେ ପାଳିତ ହେଉଛି। ଏବଂ ଆଜି ମହା ଅଷ୍ଟମୀ ଏବଂ ପବିତ୍ର ନବମୀ ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ମନ୍ତ୍ରାଚରଣ, ହୋମରେ ଚତୁଃରପାର୍ଶ୍ଵ ଭକ୍ତିମୟରେ ପାବନ ହୋଇଯାଇଛି। ଜ୍ଞାନ ଏବଂ ସଦ୍ଗୁଣରେ ପରିପୂର୍ଣ୍ଣ, ଦେବୀ ମାତା ତାଙ୍କ ଭକ୍ତମାନଙ୍କ ଉପରେ ତାଙ୍କର ଆଶୀର୍ବାଦ ବୃଷ୍ଟି କରୁଛନ୍ତି।
ଶାରଦୀୟ ନବରାତ୍ରିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମହାଅଷ୍ଟମୀ ଏବଂ ମହା ନବମୀ । ଅଷ୍ଟମୀ ଦେବୀ ମହାଗୌରୀଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ, ଯିଏ ସମସ୍ତ ପାପକୁ ବିନାଶ କରନ୍ତି ବୋଲି ବିଶ୍ୱାସ କରାଯାଏ।
ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରୀୟନୀଙ୍କ ମନ୍ଦିରରେ ମାଆ ଭକ୍ତମାନଙ୍କୁ ସୁନା ବେଶରେ ଦର୍ଶନ ଦେଉଛନ୍ତି। ଫୁଲ,ଫଳରେ ସୁସଜ୍ଜିତ ମାଆଙ୍କ ସ୍ଥାନ ଅତି ସୁନ୍ଦର ସହ ଭକ୍ତିମୟ ପରିବେଶ ମଧ୍ୟରେ ମାଆଙ୍କ ପୂଜାପାଠ,ହୋମଯଜ୍ଞ ରିତିନୀତି ଅନୁସାରେ ମହାଷ୍ଟମୀ,ମହାନବମୀ ପାଳିତ ହେଉଛି ।
ପାରମ୍ପରିକ ରୀତିରେ ଗୁଡ଼ାରୀ, କାଶୀପୁରରେ ମା’ମାଣିକେଶ୍ବରୀ, ରାୟଗଡାରେ ମା’ ମଝିଘରିଆଣୀ, ପାଇକପଡ଼ାର ମା’ ଦକ୍ଷିଣକାଳୀ, ମୁନିଗୁଡ଼ା ଭୈରବଗଡ଼ରେ ପାଟଖଣ୍ଡା, ବିଷମକଟକର ମା’ ମାର୍କମା ଓ କର୍କମା ଆଦିଙ୍କ ପୀଠରେ ନବରାତ୍ରି ପାଇଁ ସ୍ବତନ୍ତ୍ର ପୂଜା ଉପଚାରରେ ନବରାତ୍ରି ପୂଜାର୍ଚ୍ଚନା କରାଯାଇଥାଏ ।
ମା’ ଦୁର୍ଗାଙ୍କ ଆଗମନରେ ସହର ଚଳଚଞ୍ଚଳ ସହ ପ୍ରମୁଖ ସ୍ଥାନରେ ବିଭିନ୍ନ ସଂଘ ପକ୍ଷରୁ ମହାଆଡମ୍ବରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସମସ୍ତ ପୂଜାମଣ୍ଡପ ଆକର୍ଷଣୀୟ ବଡ଼ ବଡ଼ ତୋରଣରେ ରଙ୍ଗବେରଙ୍ଗ ଲିଚୁ ଲାଇଟର ମଧ୍ୟରେ ସହରକୁ ରଙ୍ଗିଁରେ ସଜ ସଜା ସହ ପୂଜା ପେଣ୍ଡାଲରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଦୁର୍ଗା ପୂଜା ଏବଂ ନବରାତ୍ରି ହିନ୍ଦୁ ପର୍ବ ଯାହା ସମନ୍ୱୟରେ ପାଳନ କରାଯାଏ। ଏହି ପୂଜା ଶୁଭ ସମୟ ରୀତିନୀତି ଅନୁସାରେ କରାଯାଏ। ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ କରାଯାଏ ଏବଂ ବହୁଳ ଭକ୍ତମାନେ ମାଆଙ୍କୁ ପ୍ରାର୍ଥନା କରନ୍ତି।
ଦୁର୍ଗା ଅଷ୍ଟମୀରେ, ଦେବୀ ଦୁର୍ଗାଙ୍କ ଚାମୁଣ୍ଡା ରୂପକୁ ଆବାହନ କରାଯାଏ, ଯାହା ଦଶ ଦିନ ବ୍ୟାପୀ ନବରାତ୍ରି ଏବଂ ଦୁର୍ଗା ପୂଜାର ପବିତ୍ର ଦିନକୁ ଚିହ୍ନିତ କରେ। ମହା ଅଷ୍ଟମୀ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ, ମଣ୍ଡପରେ ଫୁଲ ଅର୍ପଣ ଏବଂ ଆରତୀ କରାଯାଏ।
ଦୁର୍ଗା ଅଷ୍ଟମୀରେ ଦେବୀ ମହାଗୌରୀ ଯଥାକ୍ରମେ ଅଷ୍ଟମୀ ଏବଂ ନବମୀରେ ସିଦ୍ଧିଦାତ୍ରୀଙ୍କୁ ପ୍ରତିନିଧିତ୍ୱ କରନ୍ତି ଯାହା କି ଦୁର୍ଗାଙ୍କ ଆଠଟି ବ୍ରାହ୍ମଣୀ, ମାହେଶ୍ୱରୀ, କୌମାରୀ, ବୈଷ୍ଣବୀ, ବାରାହୀ, ନରସିଂହୀ, ଇନ୍ଦ୍ରାଣୀ ଏବଂ ଚାମୁଣ୍ଡା ରୂପକୁ ପୂଜା କରାଯାଏ। ଭକ୍ତମାନେ ଅଷ୍ଟମୀ କିମ୍ବା ନବମୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ରୀତିନୀତି କ୍ରମେ ଆଠ ଜଣ ଯୁବତୀଙ୍କୁ ଦେବୀ ଦୁର୍ଗାଙ୍କ ଅବତାର ରୂପେ ଶ୍ରଦ୍ଧା ଭକ୍ତିରେ କନ୍ୟା ପୂଜନ କରନ୍ତି, ଯାହା ଏକ ରଙ୍ଗ-ଆଧାରିତ ପୂଜା। ଅଷ୍ଟମୀରେ, ସମସ୍ତ ନଅଟି ରୂପକୁ ଆବାହନ କରିବା ପାଇଁ ନଅଟି କଳଶ ରଖାଯାଇଥାଏ। ପରିବାର ସଦସ୍ୟମାନେ ଯୁବତୀମାନଙ୍କୁ ତାଙ୍କ ପସନ୍ଦର ଖାଦ୍ୟ ଦିଅନ୍ତି ଏବଂ ତାଙ୍କଠୁ ଆଶୀର୍ବାଦ ପାଆନ୍ତି।
ମହାନବମୀର ନବମ ରୂପ ସିଦ୍ଧିଦାତ୍ରୀ ଭାବେ ମାଆଙ୍କୁ ପୂଜା କରାଯାଏ। ସିଦ୍ଧିଦାତ୍ରୀ ଅର୍ଥ “ଅଲୌକିକ ଶକ୍ତିର ଦାତା”। ତାଙ୍କୁ ଶିବଙ୍କ ଅର୍ଦ୍ଧାଙ୍ଗିନୀ ତାଙ୍କୁ ଚାରି ହାତରେ ବିଭିନ୍ନ ପ୍ରତୀକ ଧରିଛନ୍ତି। ତାଙ୍କୁ ପ୍ରାୟତଃ ପଦ୍ମ ଉପରେ ବସିଥିବା କିମ୍ବା ସିଂହ ଉପରେ ଆରୋହଣ କରୁଥିବା ଏବଂ ଆଧ୍ୟାତ୍ମିକ ପ୍ରାଣୀମାନଙ୍କ ସହିତ ଚିତ୍ରିତ କରାଯାଇଛି। ଦେବୀ ଚାମୁଣ୍ଡାଙ୍କ ଦ୍ୱାରା ଚଣ୍ଡ ଏବଂ ମୁଣ୍ଡାଙ୍କ ବଧକୁ ସ୍ମରଣ କରେ।ଅଷ୍ଟମୀ ପରେ କରାଯାଉଥିବା ସନ୍ଧି ପୂଜା ସମୟରେ, ୧୦୮ମାଟିର ଦୀପ ଜଳାଯାଏ ଏବଂ ଦେବୀଙ୍କୁ ୧୦୮ଟି ପଦ୍ମ ଫୁଲ ଏବଂ ବେଳପତ୍ର ଅର୍ପଣ କରାଯାଏ।ଏହି ପୂଜା ହେଉଛି ଦେବୀ କାଳୀଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି, ଯିଏ ମହିଷାସୁରର ମୁକାବିଲା କରିବା ପାଇଁ ଦେବୀ ଦୁର୍ଗା ଆବିର୍ଭୂତ ହେବା ସହ ବିଶ୍ୱାସ ରହିଛି ଯେ ଏହି ଦିନ ଦେବୀ ତାଙ୍କର ତୃତୀୟ ଚକ୍ଷୁ ଖୋଲି ଭକ୍ତମାନଙ୍କ ଉପରେ ତାଙ୍କର ଆଶୀର୍ବାଦର ବର୍ଷା କରନ୍ତି। ଆଜିର ଦିବସ ଆଶା, ଆତ୍ମ-ପରିଶୋଧନ ଏବଂ ସାମାଜିକ ଉନ୍ନତିର ପ୍ରତିନିଧିତ୍ୱ କରେ |ଏହି ଶାରଦୀୟ ଦୁର୍ଗା ପୂଜା ଅବସରରେ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ