ଶାରିରିକ ମାନସିକ ବିକାଶ ପାଇଁ ଯୋଗ ଆବଶ୍ୟକ

ଖଣ୍ଡଗିରି – ଶାରୀରିକ ମାନସିକ ଓ ଆଧ୍ଯାତ୍ମିକ ବିକାଶ ପାଇଁ ଯୋଗାଭ୍ୟାସ ଏକାନ୍ତ ଆବଶ୍ୟକ ବୋଲି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ବିଶିଷ୍ଟ ବ୍ଯକ୍ତି ମାନେ ମତ ପ୍ରକାଶ କରିଥିଲେ। ପୋଖରୀପୁଟ ମଧୁସୂଦନ ପାର୍କ ଯୋଗ ମଣ୍ଡପ ରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସାଂସଦ ଅପରାଜିତା ଷଡଙ୍ଗୀ ଉଦ୍ଘାଟକ ରୂପେ ଯୋଗଦେଇଥିଲେ। ଯୋଗାଚାର୍ଯ୍ୟ ଡାଃ ସୁରେନ୍ଦ୍ର ନାଥ ତ୍ରିପାଠୀ ମୂଖ୍ୟ ଅତିଥି ରୂପେ ଯୋଗଦେଇ ସାଧାରଣ ମଣିଷ ଟିଏ କିପରି ଦୈନଦିନ ଜୀବନରେ ମନ ଓ ଆତ୍ମାର ଘନିଷ୍ଠ ସମ୍ପର୍କ ସୃଷ୍ଟି କରିପାରିବ ଓ କୈଵଲ୍ୟ ପ୍ରାପ୍ତ ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଅଲୋଚନା କରିଥିଲେ। ସ୍ତମ୍ବକାର ନିର୍ମଳ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଇନୀଜୀବୀ ଲକ୍ଷ୍ମୀନାରାୟଣ ପାଢି ପ୍ରାରମ୍ଭିକ ସୁଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ହର୍ଷବର୍ଦ୍ଧନ ଉଦ୍ଗାତା, ଶିଶିର ଦାସ, ନାରାୟଣ କର, ଦଶାରଥ ନନ୍ଦ, ରମେଶ ଚନ୍ଦ୍ର ପାତ୍ର, ପ୍ରଭାକର ସାହୁ, ତରଣୀସେନ୍ ନାୟକ, ନିରଞ୍ଜନ ସେନାପତି, ଅଭୟ ମହାପତ୍ର, ସୁରେଶ ସାହୁ ଓ କୃଷ୍ନ ପ୍ରସାଦ ଜେନା ପ୍ରମୁଖ ଯୋଗଦେଇ ଥିଲେ। ପରିଶେଷରେ ସମ୍ପାଦକ ପଠାଣି ବେହେରା ନିମନ୍ତ୍ରିତ ଅତିଥୀ ଓ ଉପସ୍ଥିତ ଯୋଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।