March 13, 2025
Home » ଶିକ୍ଷକ ଙ୍କ ମନମାନି ଯୋଗୁଁ ବିଦ୍ୟାଳୟ ରେ ପଡିଲା ତାଲା

ଶିକ୍ଷକ ଙ୍କ ମନମାନି ଯୋଗୁଁ ବିଦ୍ୟାଳୟ ରେ ପଡିଲା ତାଲା

0

ସୁବର୍ଣ୍ଣପୁର —- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତରେ ଶିକ୍ଷା ବିଭାଗର ଦୁର୍ନୀତିର ଗନ୍ତାଘର କହିଲେ ଅଚୁକ୍ତି ହେବନାହିଁ l କାରଣ ଗୋଟିଏ ଶିକ୍ଷକ ଚାକିରି କରିବାର ପ୍ରଥମ ଦିନ ଠାରୁ ସେହି ବିଦ୍ୟାଳୟ ରେ ରହିଥାନ୍ତି l ଏପରି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଡ଼କୋଇ ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ l ଶିକ୍ଷକ ମନ ଇଚ୍ଛା ଯିବା ଆସିବା ଓ ମନ ଇଚ୍ଛା ପାଠପଢାଇ ବାରଟା ଗୋଟେ ରେ ଛୁଟି କରିବା ମହଙ୍ଗା ପଡ଼ିଛି l ପ୍ରଧାନ ଶିକ୍ଷକ ଙ୍କୁ ଶେଷରେ ଗ୍ରାମବାସୀ ଆଜି ତା -୦୭/୦୩/୨୦୨୫ ରିଖ ଦିନ ସକାଳ ୯ ଘଣ୍ଟିକା ରେ ତାଲା ପକାଇ ଅଭିଭାବକ ଓ ଛାତ୍ର ଛାତ୍ରୀ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି l ଯେ ପର୍ଯ୍ୟନ୍ତ ଏହିଦୁଇ ଶିକ୍ଷକ ବଦଳି ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଏହି ପ୍ରତିବାଦ ଜାରି ରହିବ ବୋଲି ଗ୍ରାମବାସୀ ଓ ଅଭିଭାବକ ଜିଦ ଧରିଛନ୍ତି l ଆମକୁ ଅନ୍ୟ ଶିକ୍ଷକ ନଦେବା ପର୍ଯ୍ୟନ୍ତ ଧାରଣା ରେ ବସିଥିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ମଧ୍ୟ l କାରଣ ସବୁଦିନ ଦୁଇ ଶିକ୍ଷକ ପାଳି କରି ବିଦ୍ୟାଳୟ କୁ ଆସନ୍ତି l ବିନା ଛୁଟି ଦରଖାସ୍ତ ରେ ଘରେ ରହନ୍ତି l ଏପରି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସହିତ ଶିକ୍ଷା ବିଭାଗ ଖେଳ ଖେଳୁଛିବୋଲି ସେମାନେ ଅଭିଯୋଗ କରିଛନ୍ତି l ଯାହା ଜଣା ପଡ଼ୁଛି ଏଥିରେ ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରୀ ଶିକ୍ଷକ ମାନଙ୍କ ସହିତ କିଛି ଭିତିରିଆ ସଲାସୁତୁରା ହୋଇ ଥିବା ଜଣା ପଡୁଛି l କାରଣ ପ୍ରଧାନ ଶିକ୍ଷକ ଦୀର୍ଘ ଦିନ ହେଲା ପରଲିସିସ ରୋଗ ରେ ଆକ୍ରାନ୍ତ ହୋଇଥିବା ଓ ବିନା ଛୁଟି ଦରଖାସ୍ତ ରେ ବିଦ୍ୟାଳୟ ରେ ଅନୁପସ୍ଥିତ ରହିବା କାରଣ କଣ କିଛି ବୁଝା ପଡୁନାହିଁ l ବିନା ଛୁଟି ରେ ରହିବା କେତେ ଦୂର ଯୁକ୍ତିଯୁକ୍ତ l ଅନ୍ୟ ଏକ ଶିକ୍ଷକର କଥା ନ କହିବା ଭଲ l ଏଥିପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଅଭିଭାବକ ମହଲ ରେ ଦାବି ହେଉଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *