October 24, 2025
Home » ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଅଭିଭାବକଙ୍କ ରାସ୍ତାରୋକ

ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଅଭିଭାବକଙ୍କ ରାସ୍ତାରୋକ

0
WhatsApp Image 2025-10-24 at 3.50.15 PM

 

ନୟାଗଡ଼: ନୟାଗଡ ବ୍ଲକ ଅନ୍ତର୍ଗତ ବାରବାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ,ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ୨୨ ତାରିଖ ଦିନ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଛୁଟି ପରେ ଶ୍ରେଣୀ ଗୃହ ମଧ୍ୟରେ ଚାବି ପକାଅବସ୍ଥାରେ କିପରି ରହିଲା ? କବାଟ ବାଡ଼ାଇବା ଶବ୍ଦ ଓ ଡାକ ପକାଇବା ଶବ୍ଦ ଶୁଣି ବିଦ୍ୟାଳୟ ସାମନାରେ ଯାଉଥିବା ଲୋକ ଶୁଣିଥିଲେ। ପର ମୁହୂର୍ତରେ ଛାତ୍ରକୁ ଶ୍ରେଣୀ ଗୃହରୁ ଅଭିଭାବକ ମାନଙ୍କ ଉପସ୍ଥିତିରେ ଉଦ୍ଧାର କରାଯାଇଥିଲା। ଉକ୍ତ ଘଟଣାକୁ ନେଇ ୨୩ ତାରିଖ ଦିନ ଅଭିଭାବକମାନେ ବିଦ୍ୟାଳୟକୁ ଆସି ପ୍ରଧାନ ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କେହି କାହା ଦୋଷ ମାନିବାକୁ ରାଜି ନହେବାରୁ ପରମୁର୍ହୂରେ ବିଦ୍ୟାଳୟ ଛୁଟି ବେଳକୁ ତାଲା ପକାଇ ଅଭିଭାବକମାନେ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ଯିବାକୁ ନଦେଇ, ରାସ୍ତାରୋକ କରିଥିଲେ। ଉକ୍ତ ଘଟଣା ଏସପି ଏସ ସୁଶ୍ରୀ ଜାଣିପାରି ଆଇନ ସୁରକ୍ଷା ପାଇଁ ପୋଲିସ ବାହିନୀକୁ ପଠାଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଜାଣିପାରି ଶିକ୍ଷା ବିଭାଗର ଅଧିକାରୀଙ୍କୁ ଅନୁସନ୍ଧାନ କରି ସମାଧାନ କରିବାକୁ ପଠାଇଥିଲେ । ପୋଲିସ ଦ୍ବାରା ରାସ୍ତାରୋକ ହଟାଯାଇ ଶିକ୍ଷା ଅଧିକାରୀ, ପୋଲିସ, ବିଦ୍ୟାଳୟ କମିଟି ସଭ୍ୟ, ସଭାପତି, ଛାତ୍ରର ଅଭିଭାବକ, ଓ କିଛି ମୂରବୀ ଶ୍ରେଣୀୟ ଭଦ୍ରଲୋକଙ୍କୁ ନେଇ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିଲା ନାହିଁ ।ଶେଷରେ ଉଭୟ ପକ୍ଷ ନ୍ୟାୟପାଇଁ ନୟାଗଡ଼ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *