ଶିକ୍ଷାବିତ ମହେଶ ପଟ୍ଟନାୟକ ଙ୍କ ୨୪ ତମ ଶ୍ରାଦ୍ଧ ଦିବସ ପାଳିତ
ସୁବର୍ଣ୍ଣପୁର– ରବିବାର ଦିନ ଶ୍ରୀ ଗୋପାଳଜୀ ଯୋଗାଳୟ ସୋନପୁର ଠାରେ ବିଶିଷ୍ଟ ଶିକ୍ଷାବିତ ପୁଣ୍ୟାତ୍ମା ସ୍ବର୍ଗତ ମହେଶ ପ୍ରସାଦ ପଟ୍ଟନାୟକ ଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସ୍ମୁତି ଚାରଣ କଲେ ଯୋଗୀ ଗଣ l ଶ୍ରୀ ପଟ୍ଟନାୟକ ବିନିକା ବ୍ଲକ ର ନିଜ ଗାଁ କର୍ତ୍ତଙ୍ଗ ରୁ ଶିକ୍ଷା ଲାଭ ଆରମ୍ଭ କରି ପରେ ମହାରାଜା ହାଇସ୍କୁଲ୍ ସୋନପୁର ଠାରେ ଶିକ୍ଷାଲାଭ କରିଥିଲେ l ପରେ ପରେ ବ୍ରହ୍ମପୁର ଠାରେ ସି ଟି ଟ୍ରେନିଂ ସାରି ସୋନପୁର ମହାରାଜା ହାଇସ୍କୁଲ୍ ଓ ପାଟଣାଗଡ ହାଇସ୍କୁଲ ଠାରେ ନିଷ୍ଠା ର ସହିତ ଶିକ୍ଷକତା କରି ଚାକିରୀ କାଳ କଟାଇଥିଲେ l ସାହିତ୍ୟ, ଗଣିତ ଓ ଶରୀର ବିଜ୍ଞାନ ବିଷୟ ରେ ସେ ଦକ୍ଷତା ର ସହ ଶିକ୍ଷାଦାନ କରି ଜଣେ ଆଦର୍ଶ ଶିକ୍ଷକ ଭାବେ ଅଭିବକ୍ତ ବଲାଙ୍ଗିର ଜିଲ୍ଲା ରେ ଖୁବ ପରିଚିତ ଥିଲେ l ଅମାୟିକ ବ୍ୟବହାର ଥିଲା ତାଙ୍କର l କଣ୍ଟାବାଞ୍ଜି ରେ ସେ ସ୍କୁଲ ଅଫ ଏସ ଆଇ ଭାବେ କିଛି ବର୍ଷ କାର୍ଯ୍ଯ କରି ଶହ ଶହ କିଲୋମିଟର ସାଇକଲ ରେ ଯାତ୍ରା କରି ସ୍କୁଲ୍ ଗୁଡ଼ିକ ପରିଦର୍ଶନ କରି ଶିକ୍ଷା ର ସଂସ୍କାର ଦିଗରେ ପ୍ରୟାସ କରୁଥିଲେ l ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ତାଙ୍କ ଅନେକ ଛାତ୍ର ଛାତ୍ରୀ ଓଡ଼ିଶା ତଥା ବିଭିନ୍ନ ରାଜ୍ୟ ରେ ଉଚ୍ଚ ପଦ ପଦବୀ ରେ ଥିବା ବେଳେ ସେ ମଧ୍ୟରୁ ଆଇ ଏ ଏସ ସୁବ୍ରତ ବାଗଚି ଙ୍କ ବଡ ଭାଇ ଆଇ ଏ ଏସ ଦେବୀ ପ୍ରାସାଦ ବାଗଚି, (ଓଡ଼ିଶା ର ପୁର୍ବତନ ଶାସନ ସଚିବ) ଶ୍ରୀ ପଟ୍ଟନାୟକ ଙ୍କ ଆଜ୍ଞାଧୀନ ଛାତ୍ର ଅଟନ୍ତି ବୋଲି ଯୋଗାଳୟ ସଭାପତି ହରି ହର ଶତପଥି, ସଂପାଦକ ଆର୍ତ୍ତ ତ୍ରାଣ ବାବୁ , ପ୍ରଦୀପ ପୁରୋହିତ ଓ ଅନ୍ୟ କର୍ମ କର୍ତ୍ତା ସ୍ମୁତି ଚାରଣ କରିଥିଲେ l ଏଥିରେ ସମସ୍ତ ଯୋଗୀ ଓ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
