July 4, 2025
Home » ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣ ଏକ ଐତିହାସିକ ନିଷ୍ପତ୍ତି

ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣ ଏକ ଐତିହାସିକ ନିଷ୍ପତ୍ତି

0
WhatsApp Image 2025-05-25 at 12.36.07 PM

ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣ ଐତିହାସିକ ନିଷ୍ପତ୍ତି ବୋଲି ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ପ୍ରକାଶ କରିଛନ୍ତି।ଦୃଢ ଓ ଦୂର ଦୃଷ୍ଟି ସମ୍ପନ୍ନ ଇଛା ଶକ୍ତିଥିଲେ ସବୁ ସମ୍ଭବ ବୋଲି ମୋହନ ସରକାର ପ୍ରମାଣିତ କରିଛନ୍ତି।ନୂତନ ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ୫୪ ପ୍ରତିଶତ ପଛୁଆବର୍ଗ ଲୋକେ ଉପକୃତ ହେବେ ବୋଲି ଧର୍ମଗଡ ହୋଟେଲ ରାଜ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଶ୍ରୀ ପୋଡ ପ୍ରକାଶ କରିଥିଲେ।
ନବେଦଶକରେ ପଛୁଆ ବର୍ଗ ପାଇଁ ଯେତେବେଳେ ସଂରକ୍ଷଣ ଲାଗୁହେଲା, ସେହିଦିନ ଠାରୁ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ନାମଲେଖା ହେବା ପାଇଁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନଥିଲା । କିନ୍ତୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ‘ ସବ୍‌କା ସାଥ୍, ସବ୍‌କା ବିକାଶ’ ଉପରେ ଗୁରୁତ୍ଵ ଦେଉଥ‌ିବା ବେଳେ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ଗଠନ ହେବା ପରଠାରୁ ପ୍ରଥମ ଥର ପାଇଁ ଏଭଳି ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି ବୋଲି ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ପ୍ରକାଶ କରିଥିଲେ।

ବିଗତ ସରକାର ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେଇ ନ ଥିଲେ ଫଳରେ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣରୁ ପଛୁଆବର୍ଗ ବଂଚିତ ହୋଇଥିଲେ।
ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି । ପଛୁଆ ବର୍ଗର ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ସାମାଜିକ ଓ ଆର୍ଥିକଭାବେ ପଛୁଆ ବର୍ଗ (ଏସ୍‌ଇବିସି)ର ଛାତ୍ରୀଛାତ୍ରଙ୍କ ପାଇଁ କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ଧର୍ମଗଡ଼ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଶ୍ରୀ ଯୁଗଳ କିଶୋର ପୋଡ ଧନ୍ୟବାଦ ଜଣାଇଥିଲେ।

ଏହି ସାମ୍ବାଦିକ ସମ୍ବିଳନୀ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମେହେର ଯୋଗ ଦେଇ ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ବାରା ପଛୁଆ ବର୍ଗରେ ଥିବା ୫୪ପ୍ରତିଶତ ଲୋକ ଉପକୃତ ହେବେ । ସେମାନଙ୍କ ପାଇଁ ଏହି ଦିନଟି ସ୍ମରଣୀୟ ଦିନ ହୋଇ ରହିବ ବୋଲି କହିଥିଲେ।
ଜିଲ୍ଲା ଯୁବ ମୋର୍ଚ୍ଚାର ଜିଲ୍ଲା ସଂପାଦକ ଟଙ୍କଧର ନାଏକ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ଉପ ସଭପତି ଜୟ ଶଙ୍କର ନାଏକ,ଧର୍ମଗଡ ନଗରପାଳ ଅଶୋକ କୁମାର ମହାନ୍ତି, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସୁକାନ୍ତି ସା, ଜିଲ୍ଲା ଉପ ସଭାପତି ଓବିସି ମୋର୍ଚ୍ଚା ଟିକେରାମ ସାହୁ,ଓବିଶି ନେତା ସୋମେଶ ବୋଡ଼େକ,ଘନଶ୍ୟାମ ଭାଟି, ଯାଦବ ସଂଗଠକ ପଙ୍କ ଲହଜଲ ପ୍ରମୁଖ ଉପସ୍ଥିତ ଥିଲେ। ଯୁବ ନେତା ଜନ୍ମେଜୟ ନାଏକ ମଞ୍ଚ ପରିଚାଳନା କରିଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *