November 12, 2025
Home » ଶିକ୍ଷୟିତ୍ରୀ ପତ୍ନୀ ହାତବାନ୍ଧି ଓ ଜଣେ ଶିକ୍ଷକଙ୍କୁ ଉଲଗ୍ନ କରି ବଜାରରେ ବୁଲାଇଲେ ସ୍ବାମୀ

ଶିକ୍ଷୟିତ୍ରୀ ପତ୍ନୀ ହାତବାନ୍ଧି ଓ ଜଣେ ଶିକ୍ଷକଙ୍କୁ ଉଲଗ୍ନ କରି ବଜାରରେ ବୁଲାଇଲେ ସ୍ବାମୀ

0
WhatsApp Image 2025-09-13 at 3.39.24 PM

 

ନିମାପଡ଼ା: ସଭ୍ଯ ସମାଜରେ ଅସଭ୍ୟ କାର୍ଯ୍ୟ କରି ନିଜକୁ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ବୋଲି ପ୍ରତିପାଦିତ କରିବା ଘଟଣା ରାଜ୍ୟର ନିମାପଡ଼ା ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି। ନିଜର ପତ୍ନୀର ଦୁଇ ହାତକୁ ରଶିରେ ବାନ୍ଧି ବେକରେ ଏକ ଜରି ଫୁଲମାଳ ଲମ୍ବାଇ ପତ୍ନୀଙ୍କ ସହିତ ଜଣେ ଶିକ୍ଷକଙ୍କୁ ଉଲଗ୍ନ କରି ବେକରେ ଜରି ଫୁଲ ମାଳ ପକାଇ ନିମାପଡ଼ା ବଜାର ପୁଲିସ କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ବ୍ୟବଧାନରେ ବୁଲାଇ ନିଜର ପତ୍ନୀ ଓ ଶିକ୍ଷକଙ୍କର ଶାରୀରିକ ସମ୍ପର୍କ ପାଇଁ ଏପରି କାର୍ଯ୍ୟ କରିଛନ୍ତି ବୋଲି କହିବା କି ପ୍ରକାର ମାନସିକତା ତାହା ସାଧାରଣରେ ଆଲୋଚ୍ଯର ବିଷୟ ହୋଇଛି। ନିମାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜଣେ ମହିଳା ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ଏବଂ ରାଜ୍ୟରେ ଉପ-ମୂଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଓ ନିମାପଡ଼ା ଥାନାରୁ ମାତ୍ର ୨୦୦ ମିଟର ବ୍ୟବଧାନରେ ଏଭଳି ଅଭାବନୀୟ କାର୍ଯ୍ୟ ଜଣେ ମହିଳାଙ୍କୁ ଓ ଜଣେ ଶିକ୍ଷକ ସହ କଙ୍ଗାରୁ ନ୍ୟାୟାଳୟରେ କାର୍ଯ୍ୟ କରାଯିବା ପାଇଁ ରାଜ୍ୟର ଉପମୂଖ୍ଯମନ୍ତ୍ରୀ ନିୟମ କରିଛନ୍ତି କି ? ତାହା ରାଜ୍ୟର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ପୁରୁଷ ଓ ନାରୀଙ୍କ ସହମତି ଭିତିକ ପ୍ରେମ ସମ୍ପର୍କ ସ୍ଥାପନ ହୋଇପାରିବ ବୋଲି ନ୍ୟାୟାଳୟ ସ୍ଯୁକୃତ୍ତି ଦେଇଥିବା ବେଳେ ମହିଳାଙ୍କ କେଉଁ ଅପରାଧ ପାଇଁ ରାଜ ରାସ୍ତାରେ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ କଙ୍ଗାରୁକୋର୍ଟ ଚାଲିଲା ତାହା ବିଜେପି ସରକାରଙ୍କ ନାରୀ ସମାଜ ପ୍ରତି ଥିବା ସମ୍ନାନ କୁ ଆଙ୍ଗୁଳି ନିର୍ଦେଶ କରିଛି । ନିଜ ଶିକ୍ଷୟିତ୍ରୀ ପତ୍ନୀ ଓ ଶିକ୍ଷକଙ୍କୁ ପିଟିଥିବା ବ୍ୟକ୍ତି ଗିରିଧାରୀ ଖଟୁଆକୁ ନିମାପଡ଼ା ପୁଲିସ ଗିରଫ କରିଛି।  ଗିରଫ ଗିରିଧାରୀ ଖଟୁଆ ଅଭିଯୁକ୍ତଙ୍କ ବାପା ଗୋଟିଏ କଥା କହିଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଶିକ୍ଷକ ଜଣଙ୍କ ଆଉ ଗୋଟିଏ କଥା କହିଛନ୍ତି।

ନିଜ ଶିକ୍ଷୟିତ୍ରୀ ପତ୍ନୀଙ୍କର ଜଣେ ଶିକ୍ଷକଙ୍କ ସହିତ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ନିଜର କିଛି ସହଯୋଗୀଙ୍କ ସହିତ ସେମାନଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଛନ୍ତି ଜଣେ ଗିରିଧାରୀ ଖଟୁଆ। ତାଙ୍କ ସହଯୋଗୀମାନେ ମଧ୍ୟ ଗିରଫ ହୋଇଛନ୍ତି। ଘଟଣାଟି ଘଟିଛି ପୁରୀ ଜିଲ୍ଲା ନିମାପଡ଼ାରେ।

ଗିରଫ ଗିରିଧାରୀଙ୍କ ବାପା କହିଛନ୍ତି, ୫ ବର୍ଷ ହେଲାଣି ବୋହୂ ବାହାରେ ରହୁଛି। ଅନ୍ୟ ପୁରୁଷଙ୍କ ସହିତ ତାଙ୍କର ସମ୍ପର୍କ ରହିଛି। ଗତକାଲି ପୁଅ ତାଙ୍କୁ ଧରିଥିଲା। ତାଙ୍କ ଭଡ଼ା ଘରେ ଅନ୍ୟ ଜଣେ ପୁରୁଷ ଥିବା ବେଳେ ପୁଅ ଉଭୟଙ୍କୁ ଧରିଥିଲା। ପୁଅ ସେମାନଙ୍କୁ ଥାନାକୁ ଆଣିଥିଲା। କିନ୍ତୁ ପୁଅକୁ ନ୍ୟାୟ ମିଳିଲା ନାହିଁ। ସମସ୍ତେ ଓଲଟି ପୁଅକୁ ଦୋଷ ଦେଉଛନ୍ତି। ଗିରିଧାରୀ ଖଟୁଆଙ୍କ ବାପା ଙ୍କ କହିବା ଅନୁଯାୟୀ ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ପୁଲିସକୁ ଏଭଳି ବେଆଇନ କାର୍ଯ୍ୟକୁ ତଦନ୍ତ କରିବାକୁ ଗୃହ ବିଭାଗ ମନା କରିଛନ୍ତି କି? ଗିରିଧାରୀ ଖଟୁଆ ଓ ତା’ର ସହଯୋଗୀମାନେ ଆଇନକୁ ହାତକୁ ନେଇଥିଲେ। ତେବେ ଆମକୁ ନ୍ୟାୟ ଦିଆଯିବା ଦରକାର ବୋଲି ଗିରିଧାରୀ ଖଟୁଆଙ୍କ ବାପା ଦାବି କରିଛନ୍ତି। ଅନ୍ୟପକ୍ଷରେ ଗିରିଧାରୀ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଶିକ୍ଷକ ଜଣଙ୍କ ନିମାପଡ଼ା ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ ସେପ୍ଟେମ୍ବର ୯ ତାରିଖ  ସନ୍ଧ୍ୟାରେ ପୁଅକୁ ନେଇ ସେ ନିମାପଡ଼ା ଆସିଥିଲେ।

ସେଠାରେ ପୁଅକୁ ଟ୍ୟୁସନ ଶିକ୍ଷକଙ୍କ ଘରେ ଛାଡ଼ି ଜୟଶ୍ରୀ ଛକରେ ସେ ଥିବା ବେଳେ ଗିରିଧାରୀ ଖଟୁଆ, ଶୁଭ୍ରଜିତ ପଢ଼ିଆରୀ ଓ ଅନ୍ୟ ଜଣେ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ତୃତୀୟ ବ୍ୟକ୍ତିଙ୍କୁ ସେ ଚିହ୍ନି ନାହାନ୍ତି। ଗିରିଧାରୀ ତାଙ୍କ ନିକଟକୁ ଆସି ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ। ଶୁଭ୍ରଜିତ ପଢ଼ିଆରୀ ତାଙ୍କ ହାତ ବାନ୍ଧି ଦେଇଥିଲେ। ସେମାନେ ଖଣ୍ଡା ଓ ହାତୁଡ଼ି ଦେଖାଇ, ସେମାନେ ଯାହା କହୁଛନ୍ତି, ତାହା ମାନିବାକୁ ତାଙ୍କୁ କହିଥିଲେ। ସେମାନେ ତାଙ୍କୁ ଗିରିଧାରୀଙ୍କ ପତ୍ନୀ ରହୁଥିବା ଘରକୁ ନେଇଥିଲେ। ସେଠାରେ ସେମାନେ ତାଙ୍କ ପ୍ୟାଣ୍ଟ, ଶାର୍ଟ ଖୋଲି ଦେଇ ଫଟୋ ଉଠାଇଥିଲେ। ତା’ ସହିତ ଗିରିଧାରୀଙ୍କ ମୁଣ୍ଡରେ ସିନ୍ଦୂର ଦେବାକୁ ଓ ବେକରେ ଫୁଲମାଳ ପକାଇବାକୁ କହିଥିଲେ। ତା’ପରେ ସେମାନେ ତାଙ୍କୁ ଓ ଗିରିଧାରୀଙ୍କ ପତ୍ନୀଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଇଥିଲେ ଓ ଫଟୋ ଉଠାଇଥିଲେ। ସେମାନେ ତାଙ୍କ ଶରୀରର ସମସ୍ତ ଗଣ୍ଠି ଜାଗାକୁ ବାଡ଼େଇବା ସହ ଖଣ୍ଡାରେ ଗୋଡ଼ରେ ଚୋଟ ପକାଇଥିଲେ। ଜୀବନ ବିକଳରେ ସେମାନେ ଯାହା କହିଥିଲେ ସେ ବାଧ୍ୟ ହୋଇ କରିଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ଶିକ୍ଷକ। ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଆଇନକୁ ହାତକୁ ନେଇଥିବା ଅଭିଯୋଗରେ ପୁଲିସ ଗିରିଧାରୀ ଖଟୁଆଙ୍କୁ ଗିରଫ କରିଛି। ତେବେ କେଉଁ ପକ୍ଷ ସତ କହୁଛନ୍ତି, ତାହା ପୁଲିସର ତଦନ୍ତ ପରେ ଜଣାପଡ଼ିବ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *