November 28, 2025
Home » ଶିତଳ ଭଣ୍ଡାର ଘୁ ଉଦୟଗିରି ର ଉଧାର ହେବ ନାଁ କୋମାରେ ସାଧାରଣ ରେ ଦାବି

ଶିତଳ ଭଣ୍ଡାର ଘୁ ଉଦୟଗିରି ର ଉଧାର ହେବ ନାଁ କୋମାରେ ସାଧାରଣ ରେ ଦାବି

0
WhatsApp Image 2025-02-05 at 5.00.06 AM

ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି ,ଶିତଳ ଭଣ୍ଡାର ଘୁ ଉଦୟଗିରି ର ଉଧାର ହେବ_ ନାଁ କୋମାରେ ସାଧାରଣ ରେ ଦାବି _ ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ରେ ସ୍ବାଧୀନତା ପରେ ଗଢ଼ିଉଠିଥିବା ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି ଓ ଶିତଳ ଭଣ୍ଡାର ଘୁ ଉଦୟଗିରି ଏବେ କୋମା ରେ ଏହାର ପୁନରୁଦ୍ଧାର ପାଇଁ ସାଧାରଣ ରେ ଦୃଢ଼ ଦାବି ହେଉଛି। କନ୍ଧମାଳ ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଙ୍କ ଭାତ ହାଣ୍ଡି କହାଯାଉଥିବା ଓ କନ୍ଧମାଳ ଜିଲ୍ଲା ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି ପାଇଁ,ଏସିଆ ମହାଦେଶର ସର୍ବବୃହତ ବୋଲି ଆଦିବାସୀ ବୃଦ୍ଧାଙ୍କ ଠାରୁ ମତାମତ ମିଳୁଛି।ଏହି ସମବାୟ ସମିତି ଓ ଶିତଳ ଭଣ୍ଡାର ଉପରେ କେବଳ କନ୍ଧମାଳ ଜିଲ୍ଲା ନୁହେଁ ବରଂ ଚାରୋଟି ଜିଲ୍ଲା ରେ ଏହାର କାୟା ବିସ୍ତାର ହୋଇ ବଣ ପାହାଡ଼ ଘେରା ଅଞ୍ଚଳ ରେ ଲଘୁ ବନଯାଗ ଦ୍ରବ୍ୟ ଲାଖ,ମହୁ, ଝୁଣା,ଶିଆଳି ଖଲି,ଶିଆଳି ପଟ୍ଟ,ବାଳୁଆ ଖଲି,ବାଳୁଆ ମଞ୍ଜି,ଫୁଲଝାଡୁ,କାନ୍ଧୁଲ,ମହୁଲ,କୁଏରି, ମାଣ୍ଡିଆ,ଜିଲ୍ଲା ଇତ୍ୟାଦି ସଂଗ୍ରହ କରିବା ଏବଂ ପୋଡ଼ୁ ଚାଷ କରିବା ଓ ମାଳ ବାଣିଜ୍ୟ ସମବାୟ ସମିତି ରେ ବିକ୍ରି କରି ପରିବାର ପ୍ରତିପୋଷଣରେ କରିବାରେ ସକ୍ଷମ ହେଉଥିଲେ, ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି ହେଉଛି କନ୍ଧମାଳ ଜିଲ୍ଲା ର ଆଦିବାସୀ ମାନଙ୍କ ଭାତ ହାଣ୍ଡି କହାଯାଉଥିଲା ,ସେହି ଭାତ ହାଣ୍ଡିରେ ଭାତ ନାହଁ, କେବଳ ରହିଛି ଉପରଖୋଳ, ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି ରେ ବହୁତ କର୍ମଚାରୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ବହୁତ ଗୁଡ଼ାଏ ପକ୍ଷର ଥିଲା,ସେସବୁ ଖତଖାଇଗଲାଣି,ଶିତଳ ଭଣ୍ଡାର ଥିଲା ଚାଷୀ ଭାଇମାନେ ମୁକ୍ତି ପାଉଥିଲେ, ପାହାଡ଼ ପର୍ବତ ଘେରା ଅଞ୍ଚଳ ରେ ଜଳସେଚନ ର ଏତେଟା ସୁବିଧା ଆଜି ମଧ୍ୟ ହୋଇପାରିନାହିଁ ଏ କଥା ନକହିବା ଭଲ , ଏଥିପୂର୍ବରୁ ପୋଡ଼ ଚାଷ କରି ମାଣ୍ଡିଆ ,କୁଏରି,କାନ୍ଧୁଲ,ବିରି,ମୁଗ,କୋଳଥ,ଜଲଜଲା ଇତ୍ୟାଦି ଚାଷ କରି ପେଟ ପାଟଣା ପୋଷୁଥିବା ବେଳେ ଏବେ ଆଉ ପୋଡ଼ ଚାଷ ପ୍ରାୟ କରୁ ନାହାଁନ୍ତି। ପଥୁରିଆ ଜମିରେ ଚାଷ କରି ଯେତେ ଲାଭ ପାଇବ ତାଠାରୁ ଅଧିକା ପରିଶ୍ରମ କରି ସେତିକି ଲାଭ ପାଇବ ନାହଁ। ପନିପରିବା ଚାଷ ଏବେ ମଧ୍ୟ କନ୍ଧମାଳ ଜିଲ୍ଲା ରେ ହେଉଛି ହେଲେ ଯେଉଁ ଶିତଳ ଭଣ୍ଡାର ଘୁ ଉଦୟଗିରି ରେ ଥିଲା ତାହା ଉପରେ ଚାଷୀ ଭାଇମାନେ ନିର୍ଭର କରୁଥିଲେ,ଲାଭ ମଧ୍ୟ ପାଉଥିଲେ । ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି ଓ ଶିତଳ ଭଣ୍ଡାର ଘୁ ଉଦୟଗିରି ଏବେ ଭୂତ କୋଟି ପାଲଟିଛି,କୋମାରେ ଭର୍ତ୍ତି ହୋଇଛି, ପୁନରୁଦ୍ଧାର ପାଇଁ ନା ଥରୁଟେ କେବଳ କଳିଙ୍ଗ ସେନା ର ସୂପ୍ରିମୋ ହେମନ୍ତ ରଥ ଙ୍କ ତତ୍ବାବଧାନରେ ବିରାଟ ରାଲି ଟିକାବାଲି ଠାରେ ହୋଇଥିଲା।ଏପରିକି ବିଜେଡି ସରକାରଙ୍କ ସୁଶାସନ କାଳରେ ଓଡିଶାର ପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିବାବେଳେ କେବେ ଦିନେ ମଧ୍ୟ ନାଁ ବିଧାୟକ, ବ୍ଲକ ଚେୟାରମେନ, ସରପଞ୍ଚ ମାନଙ୍କ ସ୍ବର ଶୁଦ୍ଧ ସୁଭିଲା ନାହିଁ। ଓଡ଼ିଶା ର ଭୂବନେଶ୍ଵର ର ବିକାଶ ହୋଇଛି।ଆଳୁ ଦର ମଧ୍ୟ ବଢିଥିଲା ସେତେବେଳେ ଶିତଳ ଭଣ୍ଡାର ପୁନରୁଦ୍ଧାର ପାଇଁ କେହି ଅଣ୍ଡା ଭିଡ଼ିଲେ ନାହଁ। ବରଂ ବିଜେଡି ଦଳରେ ଥିବା କନ୍ଧମାଳ ଜିଲ୍ଲା ର ଟାଣୁଆ ନେତାଙ୍କ ଭାଷଣ ଶୁଣିଲେ ଭାତ ହାଣ୍ଡି ରୁ ଭାତ ଗଳିଯିବ ତିଳେ ସନ୍ଦେହ ନାହଁ। ଭାରତବର୍ଷ ରେ ଭାରତ ର ପ୍ରଥମ ନାଗରିକ ତଥା ଭାରତର ରାଷ୍ଟ୍ରପତି ମହା ମହିମା ଦ୍ରୋପତି ମୂମୂ ଜଣେ ଓଡ଼ିଶା ର ଆଦିବାସୀ ମହିଳା, ଭାରତବର୍ଷ ରେ ବିଜେପି ଶାସନ ଚାଲିଛି ତିନି ତିନି ଥର ବିଜେପି ଦଳର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି, ଓଡ଼ିଶା ରାଜ୍ୟ କୁ ଏକ ନମ୍ବର କରିବା ପ୍ରତିଶୃତି ଦେଉଛନ୍ତି, ଭାରତ ରାଷ୍ଟ୍ରପତି ମହା ମହିମା ଙ୍କ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି, ଓଡ଼ିଶା ରାଜ୍ୟ ରେ ବିଜେପି ଶାସନ ଚାଲିଛି, ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ଆଦିବାସୀ, ସରପଞ୍ଚ ଠାରୁ ବ୍ଲକ ଚେୟାରମେନ, ବିଧାୟକ ସମସ୍ତେ ଆଦିବାସୀ ତେବେ କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି ରେ ଚାକିରି କରୁଥିବା କେତେ କର୍ମଚାରୀ ମୃତ୍ୟୁ ହେଲେଣି, ଆଉ କେତେ ଜୀବିତ ଅଛନ୍ତି, ଯେଉଁ ଟୁଇଟର ଗୁଡିକରେ ରହୁଥିଲେ କେତେ ଛାଡ଼ି ଦେଲେ,ଆଉ କେତେ ଜଣ ମାଡ଼ି ବସିଛନ୍ତି ଛାଡ଼ିବାକୁ ନାରାଜ, କାହିଁକି ନାଁ ଆଉ କେବେ ଚାଲୁ ହେବ ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି ଯେ ସେମାନେ ଅବା ଖାତିରି କରିବେ,କଥାରେ ଅଛି ଯୋରଯାର ମୂଲକତାର ବାସ୍ତବରେ ସତ କିନ୍ତୁ ଯେଉଁ ବଡ ବଡଡିଆ ଅଛନ୍ତି କୁଆଟରରେ ସେମାନଙ୍କ ସିଧାସଳଖ ହାତ ଥାଇ ପାରେ ସରକାର ଙ୍କ ପାଖରେ ତେବେ ସରକାର ଙ୍କୁ ଗୁହାରି କରିବା ବଦଳରେ ଯାହାର ଖାଉଛନ୍ତି ତାହାକୁ ଘୃଣା କରୁଛନ୍ତି? ଏବେ କନ୍ଧମାଳ ଜିଲ୍ଲା ରେ ସର୍ବବର୍ଗର ଲୋକେ ଆଶା ବାନ୍ଧିଛନ୍ତି, ନୂଆ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଦୃନୀତି ହଟିବ ଓ ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି ଓ ଶିତଳ ଭଣ୍ଡାର ଘୁ ଉଦୟଗିରି ର ପୁନରୁଦ୍ଧାର ହେବ ବୋଲି ଆଶା ଓ ବିଶ୍ବାସ ରଖିଛନ୍ତି, କେତେ ବେଳେ କୁ ନୂତନ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ପଡିବ ଆଶାରେ କନ୍ଧମାଳ ବାସି, ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି ଓ ଶିତଳ ଭଣ୍ଡାର ଘୁ ଉଦୟଗିରି ଉଧାର ହେଲେ କନ୍ଧମାଳ ଜିଲ୍ଲା ଆଦିବାସୀ ଭାତହାଣ୍ଡି ଫେରି ପାଇବେ ବୋଲି ଆଶା ଓ ବିଶ୍ବାସ ତେବେ ସମୟ ହିଁ ବଳବାନ ,ଧୋର୍ଯ୍ୟ ହିଁ ଭଗବାନ, ଜଗନ୍ନାଥ ଙ୍କ ଅସିମକରୁଣା ହେଲେ ମାଳ ବାଣିଜ୍ୟ ସମବାୟ ସମିତି ଓ ଶିତଳ ଭଣ୍ଡାର ପାଇଁ ପ୍ରିୟ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ସମ୍ପୁର୍ଣ୍ଣ ଭାବେ ଦୃଷ୍ଟି ଦେବେ,ନତୁବା ଆଶା ଆଶାରେ ହଁ ରହିଯିବ,ଆହୁରି ମଧ୍ୟ ସାଧାରଣ ରେ ଚର୍ଚ୍ଚା ହେଉଛି ଯେ ଟିକାବାଲି ମାଟିରେ ଜଣେ ଦକ୍ଷ ବିଜେପି ଦଳର ଏସି ସେଲର ରାଜ୍ୟ ଉପସଭାପତି ଶ୍ରୀ ରାମବିଶି ଦିଗାଳ ଅଛନ୍ତି ଦାୟିତ୍ବ ରେ ତାଙ୍କରି ଅବଦାନ ମାଳ ବାଣିଜ୍ୟ ସମବାୟ ସମିତି ଓ ଶିତଳ ଭଣ୍ଡାର ପୁନରୁଦ୍ଧାର ପାଇଁ ମୂଖ୍ୟମନ୍ତ୍ରୀ ଙ୍କ ପାଖରେ ଉପସ୍ଥାପନ କରିବେ ବୋଲି ମଧ୍ୟ ଆଶା ରଖିଛନ୍ତି ଅଞ୍ଚଳ ବାସି,ସବୁ ଦାବି ପାଣିରେ ଗାର ନ ହୋଇ ବେଦରେ ଗାର ହେଉ।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *