ଶିବାନନ୍ଦନଗର ସ୍ଥିତ ମା’ସରସ୍ୱତୀ ବିଦ୍ୟା ମନ୍ଦିରର ମାଟ୍ରିକ ପରୀକ୍ଷାର ସଫଳତା

ବ୍ରହ୍ମପୁର: ଶିବାନନ୍ଦନଗର ମା’ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷାରେ ୧୬ବର୍ଷ ଧରି ଶତ ପ୍ରତିଶତ ସଫଳତାକୁ ବଜାୟ ରଖି ଆସିଛନ୍ତି । ଆଜି ପ୍ରକାଶିତ ଫଳାଫଳ ଅନୁସାରେ ଶିକ୍ଷା ଅନୁଷ୍ଠାନର ୧୦୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ ଗ୍ରେଡ୍ରେ ୧୪ଜଣ, ଏ-୨ ଗ୍ରେଡ୍ରେ ୨୯, ବି-୧ରେ ୪୦, ବି-୨ ଗ୍ରେଡ୍ରେ ୧୯ ଏବଂ ସି’ ଗ୍ରେଡ୍ରେ ୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆକାଶ ପାଣିଗ୍ରାହୀ ୫୮୧ ନମ୍ବର (୯୬-୮୩’/,)ରଖି ଶିକ୍ଷାନୁଷ୍ଠାନର ଗୌରବ ବଢ଼ାଇଛନ୍ତି ।
ଏହି ସଫଳତାରେ ବିଦ୍ୟା ମନ୍ଦିରର ସଭାପତି ଡ. ସୁରେନ୍ଦ୍ରନାଥ ପାଣିଗ୍ରାହୀ, ଉପସଭାପତି ଦେବେନ୍ଦ୍ର ପାଢ଼ୀ, ସଂପାଦକ ଯଜ୍ଞନାରାୟଣ ପାଠୀ, ସହସଂପାଦକ ଜୟରାମ ସ୍ବାଇଁ, ପ୍ରତିଷ୍ଠାତା ଗୌରୀଶଙ୍କର ପାତ୍ର, ପ୍ରଧାନାଚାର୍ଯ୍ୟା ମମତା ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟ, ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନଙ୍କ ନିରବଚ୍ଛିନ୍ନ ସାଧନା, ଶିଶୁଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )