April 8, 2026
Home » ଶିଶୁ କଥା ଦିବସ ଓ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ

ଶିଶୁ କଥା ଦିବସ ଓ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ

0
WhatsApp Image 2026-04-07 at 7.47.02 PM

ସୃଜନଶୀଳତା ବିକାଶରେ କାହାଣୀ ତଥା ଗପର ରହିଛି ପ୍ରମୁଖ ଭୂମିକା । ଶିଶୁମାନଙ୍କ ମଧ୍ୟରେ ଭାଷା, ସାହିତ୍ୟ ପ୍ରତି ଆଗ୍ରହ ତଥା ଭଲପାଇବା ବଢାଇବା ତଥା ସ୍ଥାନୀୟ ଶିଶୁକଥା/ଗଳ୍ପ/ଲୋକକଥା ବିଷୟରେ ଛୋଟ ପିଲାଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ଓଡିଆ ପକ୍ଷ ପାଳନ ଅବସରେ ରାଜ୍ୟର ସମସ୍ତ ଜିଲ୍ଲା ତଥା ବିଦ୍ୟାଳୟ ସ୍ତରରେ ‘ଶିଶୁ କଥା ଦିବସ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।ଏହି ପରିପ୍ରେକ୍ଷିରେ ଆଜି ଜିଲ୍ଲା ପ୍ରସାଶନ ତଥା ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ସ୍ତାନୀୟ ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଶିଶୁ କଥା ଦିବସ ଓ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ସ୍ଥାନୀୟ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ଛୋଟ ଛୋଟ ଗପ ଓ କବିତା କହିବା ପରେ ସମସ୍ତଙ୍କୁ ବର୍ଣ୍ଣବୋଧ ଓ ଶିଶୁଲେଖା ପତ୍ରିକା ପ୍ରଦାନ କରାଯାଇଥିଲା ।

ବରଗଡ଼ ଜିଲ୍ଲା ମୁଖ୍ୟାଳୟର ସମସ୍ତ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାଙ୍କ ଦକ୍ଷତା ବିକାଶରେ ଶିଶୁକଥା/ଗଳ୍ପ/ଲୋକକଥାର ମହତ୍ଵ ବିଷୟରେ ବୁଝାଇ କହିବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗପ, କବିତା ତଥା ଆଲୋଚନା ଚକ୍ର ମାଧ୍ୟମରେ ପିଲାମାନଙ୍କ ଭିତରେ ସୃଜନଶୀଳତା ବଢାଇବା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ଐତିହ୍ୟର ପ୍ରସାର କରିବା ପାଇଁ ଅନୁରୋଧ କରିଥିଲେ ।ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲାଙ୍କ ସମେତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼. ସୁରେନ୍ଦ୍ର ସାହୁ, ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଡ଼. ସଙ୍ଗୀତା ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିବା ବେଳେ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ତାହିର ହୁସେନ ଆୟୋଜନ କରିଥିଲେ ଏବଂ ଶକ୍ତି ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟ, ହିନ୍ଦୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରଙ୍ଗଘର ପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *