ଶିଶୁ ଦିବସ ଉପଲକ୍ଷେ ବିଜ୍ଞାନ ମେଳା ଅନୁଷ୍ଠିତ l

ସୁବର୍ଣ୍ଣପୁର — ସାରା ରାଜ୍ୟରେ ସମସ୍ତ ସ୍କୁଲ କଲେଜରେ ଶିଶୁ ଦିବସ ପାଳନ ହୋଇଥିବା ବେଳେ ଷ୍ଟେଟ ବ୍ରିଗେଡ ସ୍କୁଲ ପକ୍ଷରୁ ଏକ ବିଜ୍ଞାନ ମେଳା ଆୟୋଜନ ହୋଇଥିଲା। ମନମୁଣ୍ଡା ଷ୍ଟେଟ୍ ବ୍ରିଗେଡ ସ୍କୁଲ ପରିସରରେ ମଧ୍ୟ ଶିଶୁ ଦିବସ ପାଳନ ହେବା ସହିତ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ଉକ୍ତ ବିଜ୍ଞାନ ମେଳାରେ ୧୮ ଗୋଟି ପ୍ରକଳ୍ପ ପ୍ରଦଶର୍ନ କରାଯାଇଥିଲା l ୩ଟି ବାଳ ବିଭାଗ ଓ ୩ଟି କିଶୋର ବିଭାଗ ଛାତ୍ରଛାତ୍ରୀଙ୍କୁ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ବାଳବିଭାଗ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆନନ୍ଦମୟ ରଥ ପ୍ରଥମ,ନୁରୁପା ବେଗେମ ଦ୍ଵିତୀୟ ଓ ଶ୍ରୁତି ଷାଣ୍ଡ ତୃତୀୟ ସ୍ଥାନ ଅଧିକାର କରିଥିଲେ l କିଶୋର ବିଭାଗ ପତିତପାବନ ବହିଦାର ପ୍ରଥମ,ଗୁନଗୁନ ଜାନି ଦ୍ଵିତୀୟ ଓ ସଙ୍କେତ ନାଏକ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଏହି ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବେ ସମ୍ବିତ କୁମାର ମିଶ୍ର , ସି ଆର ସି ସି ପ୍ରଜିଣା ପାଢ଼ୀ,ଅମନ ହୋତା ଓ ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ। ଏହି ବିଜ୍ଞାନ ମେଳାକୁ ସ୍କୁଲ ଅଧ୍ୟକ୍ଷ ମଙ୍ଗଳ ମୟ ରଥ ପରିଚାଳନା କରିଥିବା ବେଳେ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର