July 1, 2025
Home » ଶିଶୁ ଦିବସ 2024 ଓ ପୃଷ୍ଠପୋଷକ ଶିଶୁଙ୍କ ଅଭିଭାବକ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ,”ଶିଶୁର ସୁରକ୍ଷା ଓ ଶିକ୍ଷା ହେଉଛି ସାମାଜିକ ଦାୟିତ୍ଵ” l

ଶିଶୁ ଦିବସ 2024 ଓ ପୃଷ୍ଠପୋଷକ ଶିଶୁଙ୍କ ଅଭିଭାବକ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ,”ଶିଶୁର ସୁରକ୍ଷା ଓ ଶିକ୍ଷା ହେଉଛି ସାମାଜିକ ଦାୟିତ୍ଵ” l

0
WhatsApp Image 2024-11-14 at 5.52.01 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ଵାରା ଆୟୋଜିତ ଶିଶୁ ଦିବସ 2024 ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉତ୍ ଘାଟନ କରିଥିଲେ l ଶ୍ରୀମତୀ ପ୍ରଧାନ କହିଲେ ଯେ ଶିଶୁର ସୁରକ୍ଷା ଓ ଶିକ୍ଷା ହେଉଛି ସାମାଜିକ ଦାୟିତ୍ଵ, ଶିଶୁ ମାନଙ୍କୁ ସ୍ନେହ ଶ୍ରଦ୍ଧା କରିବା ସହ ସେମାନଙ୍କୁ କର୍ତ୍ତବ୍ୟନିଷ୍ଟ ଓ ପରିଶ୍ରମୀ ହେବାକୁ ଉତ୍ସହିତ କରିବା ଉଚିତ l
ସମ୍ମାନିତ ଅତିଥି ଭାବରେ ଡି ଏସ ପି ପ୍ରତାପ କୁ ରଣା, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅର୍ଜୁନ ମାଝି, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା ପ୍ରମୁଖ ଯୋଗ ଦେଇ ଶିଶୁ ଦିବସର ମହତ୍ତ୍ଵ ଓ ଶିଶୁ ଅଧିକାର ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ 5 ଜଣ CNCP ଶିଶୁ ଯଥା ସୋନପୁର ବ୍ଲକର ସମ୍ବିତ ଦାସ, ବୀରମହାରାଜପୁର ବ୍ଲକ୍ ର ଲୋକେଶ ସିଂ, ଉଲୁଣ୍ଡା ବ୍ଲକ୍ ର ଆଶୁତୋଷ ମହାପାତ୍ର, ତରଭା ବ୍ଲକର ସୁଜିତ୍ ସାହୁ ଓ ଡୁଙ୍ଗୁରିପାଲି ବ୍ଲକର ଦୀପ୍ତି ପ୍ରଧାନ ପ୍ରତ୍ୟେକଙ୍କୁ 4000 ଟଙ୍କା ର ଚେକ୍ ପ୍ରଦାନ କରାଯାଇଛି l ଏହା ସହିତ ଜିଲ୍ଲାର 74 ଜଣ CNCP ଶିଶୁ ଙ୍କୁ 4000 ଟଙ୍କା ର ଆର୍ଥିକ ସହଯୋଗ ମୋଟ 2 ଲକ୍ଷ୍ 96 ହଜାର ଟଙ୍କା ର ଆର୍ଥିକ ସହାୟତା କରାଗଲା ଏଵଂ ଆଗାମୀ 1 ବର୍ଷ ପର୍ଯ୍ୟନ୍ତ 74 ଜଣ ଶିଶୁଂକୁ ଶିକ୍ଷା ସ୍ବାସ୍ଥ୍ୟ ଟ୍ୟୁସନ ନିମନ୍ତେ 35,52,000/- ଅନୁମୋଦନ ପାଇଁ ପ୍ରେରଣ କରାଯାଇଛି । ଅତିଥିମାନଙ୍କ ଦ୍ଵାରା ପ୍ରତ୍ୟେକ ଶିଶୁଙ୍କୁ ସ୍କୁଲ ବ୍ୟlଗ ବଣ୍ଟନ କରାଯାଇଥିଲା ।
ଏହି ଅବସରରେ ଶିଶୁ ମାନଙ୍କ ଅଭିଭାବକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଅନୁଷ୍ଠାନ ଅଧିକାରୀ ବିଜୟ ବିଶ୍ଵାଳ ଶିଶୁ ଯତ୍ନ ଓ ସୁରକ୍ଷା, ବାଲ୍ୟ ବିବାହ ନିରାକରଣ ପରାମର୍ଶ ଦାତା ଅକ୍ଷୟ କୁମାର ସିଂହ ସାମାଜିକ କୁସଂସ୍କାର ଓ ନିରାକରଣ, ଗ୍ରାମୋଥାନ ର ସଭାପତି ପ୍ରତାପ ପ୍ରଧାନ ଶିକ୍ଷା ଓ ଅବିଭାବକ ଙ୍କ ଦାୟିତ୍ଵ ସମ୍ପର୍କ ରେ ପରାମର୍ଶ ପ୍ରଦାନ କରିଥିଲେ। ଚାଇଲଡଲାଇନ DPC ସୁଜିତ ମିଶ୍ର 1098 ନମ୍ବର ବ୍ୟବହାର ଓ ସହଯୋଗିତା ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ଉତ୍କଳ ବାଳଶ୍ରମର ଶିଶୁ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଥବିର କାଲେସେ,ସ୍ବାଗତ ରାଜ ମିଶ୍ର, ସରିତା ସୁନା, ରୁଦ୍ର ପ୍ରସନ୍ନ ମିଶ୍ର, ସୁଜାତା ବେହେରା, ଧର୍ମେନ୍ଦ୍ର ଦାସ, ପ୍ରଶାନ୍ତ ମହାକୁଡ ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *