ଶୁଭାରମ୍ଭ କାର୍ଯ୍ଯ କର୍ମରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଙ୍କ ଅବ୍ୟବସ୍ଥା ରୁ ହିତାଧିକାରୀ ଅସୁସ୍ଥ

ରାଜ୍ୟରେ ଥିବା ଭୁମିହୀନ ଲୋକଙ୍କୁ ପକ୍କାଘର ଯୋଗାଇବା ଆଶା ପୁରଣ କରାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ସମଗ୍ର ରାଜ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରାଯାଇଛି। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଶୁଭାରମ୍ଭ କରିଥିବା ବେଳେ ଦେଓଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ପ୍ରାୟ ଦେଓଗଡ ପାଣି ପାଗ ସୂଚନା ଅନୁସାରେ ଗ୍ରୀଷ୍ମ ପ୍ରବାହ ୪୦ରୁ ୪୨ଡିଗ୍ରୀ ତାପମାତ୍ରା ଥିଲା ବେଳେ। ଅନ୍ତ୍ୟୋଦୋୟ ଗୃହ ଯୋଜନା ରେ ତିଲେଇବଣି ବ୍ଲକ ଅଞ୍ଚଳରୁ କୋଡ଼ିଏ ଗ୍ରାମପଞ୍ଚାୟତ ରୁ ଭିନ୍ୟକ୍ଷମ। ଅସହାୟ। ବିଧବା। ହାତୀ ଉପଦ୍ରବ।ହିତାଧିକାରୀ ମାନଙ୍କୁ ଗୃହର କାର୍ଯ୍ୟାଦେଶ ପତ୍ର ପ୍ରଦାନ କରାଯିବାପାଇଁ ଡାକରା ହୋଇଥିଲା। ବେଳେ ତିଲେଇବଣି ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକର୍ମ ରେ ଲାଗି ଥିବା ଟେଣ୍ଟ ହାଉସ ର ଅବ୍ୟବସ୍ଥା ଫ୍ୟାନ କୁଲର ଆବଶ୍ୟକ ପରିମାଣରୁ କାମ ଚଳା ବ୍ୟବସ୍ଥା କରିଥିଲେ। ଓ ଡଃହ ଡଃହ ଖରାରେ ହିତାଧିକାରୀ ଙ୍କ ପାଈ କୌଣସି ବ୍ୟବସ୍ଥା କରାଯାଇନଥିଲା। ପାଣି ପିଇବା ପାଇଁ ମଧ୍ୟ ନାହିଁ ଫଳରେ ଅନେକ ଅସହାୟ ହିତାଧୀକାରୀ ଅସୁସ୍ଥ ହୋଇ ତଳେ ପଡ଼ି ଯାଇଥିଲେ।
ଅସୁସ୍ଥ ହିତାଧୀକାରୀ ଙ୍କ ମଧ୍ୟରୁ ଗଣ୍ଡମ ଗ୍ରାମପଞ୍ଚାୟତ ସ୍ଥିତ ତିଲେକୁସୁମ ଗ୍ରାମର ସୂଜୟ ଡ଼ମ୍ ନାମକ ହିତାଧୀକାରୀ ଅଧିକ ଅସୁସ୍ଥ ହୋଇପଡ଼ିଥିବା ରୁ ୧୦୮ ଯୋଗେ ବିକଟସ୍ଥ ମେଡ଼ିକାଲ କୁ ନେଇ ଚିକିତ୍ସା ଚାଲିଥିବା ଦେଖିବାକୁ ମିଳିଛି। ଗଣ୍ଡମ୍ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଙ୍କ କହିବା କଥା ଆଜି ଘଟିଥିବା ଘଟଣା ର ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ସଂପୂର୍ଣ୍ଣ ଦାଇ ବୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଆମେ ଇପିଏ ନିୟୂଜ୍ ତରଫରୁ ଜିଲ୍ଲା ପ୍ରଶାସନକୁ ଓ ବ୍ଲକ ପ୍ରଶାସନ ଙ୍କୁ ଅବ୍ୟ ବବ୍ୟସ୍ଥା ବିଷୟରେ ପଚାରିବାରୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କଥା ଛଳନା ରେ କାର୍ଯ୍ଯ କର୍ମ ଠିକ୍ ଠାକ୍ ଚାଲିଥିବା ମତ ପ୍ରକାଶ କରିଥିଲେ। ଆମେ ଖବର ସଂଗ୍ରହ କରିବା ପାଈ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜେ ଦେଖିଲୁ ଜେ ପ୍ରଚୁର ଖରା ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ର ଅବହେଳା ହେତୁ ଲୋକ ଙ୍କ ଜୀବନ ପ୍ରତି ବିପଦ ରେ ପଡୁ ଥିବା ଆଶଙ୍କା ହୁଏ। ବର୍ତ୍ତମାନ ସୁଦ୍ଧା ଅସୁସ୍ଥ ହିତାଧୀକାରୀ ତିଲେଇବନି ମେଡ଼ିକାଲ ରେ ଚିକିତ୍ସା ହେଉଥିବା ଜଣାପଡ଼ିଛି। ଗଣ୍ଡୋମ ସରପଞ୍ଚ ଙ୍କ କହିବା କଥା ଅସୁସ୍ଥ ବ୍ୟକ୍ତି ସୁଜୟ ଡମ୍ ଙ୍କ ଚିକିତ୍ସା ରେ ଥାଇ ଯଦି ଅସୁବିଧା କଣ ହୁଏ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଦାଇ ରହିବେ ବୋଲି ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଙ୍କ ଜନ ହିତାଧୀକାରୀ ଯୋଜନା ରେ ଏହି ଭଳିଆ ଅବ୍ୟବବ୍ୟସ୍ଥା ଦେଓଗଡ ଜିଲ୍ଲା ପ୍ରଶାସନ ଓ ତିଲେଇବଣି ବ୍ଲକ ପ୍ରଶାସନ ଙ୍କ ଅବହେଳା କାର୍ଯ୍ୟରେ ଜିଲ୍ଲା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଯାଉଛି।
ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )