ଶୁଭ ଉନ୍ମୋଚନ ହେଲା ଜେନା ସାହିର ଶ୍ରୀ ଶ୍ରୀ ବୀର ଲକ୍ଷ୍ମଣ ରଥ
ବ୍ରହ୍ମପୁର: ୧୯୦୫ ମସିହାରେ ବଡ଼ ବଜାର ତଥା ଆସ୍କା ରୋଡ ଅନ୍ତର୍ଗତ ଜେନା ସାହିର ୧୩୦ ବର୍ଷର ସର୍ବ ପୁରାତନ ରଥ ତଥା ଶ୍ରୀ ଶ୍ରୀ ଶ୍ରୀ ବୀର ଲକ୍ଷ୍ମଣ ରଥର ଆଜି ସନ୍ଧ୍ୟାରେ ସାହି ପରିସରରେ ମାଁ ବୁଢୀ ଠାକୁରାଣୀଙ୍କ ଆଜ୍ଞା ମାଳ ଦ୍ଵାରା ଶୁଭ ଉନ୍ମୋଚନ ହୋଇଛି । ଜେନା ସାହି କମିଟି ତଥା ଶ୍ରୀ ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଯୁଗଳ ମୂର୍ତ୍ତି ମହାପ୍ରଭୁ ସେବା ସମିତିର ସଦସ୍ୟ ବୃନ୍ଦଙ୍କ ନେତୃତ୍ୱରେ ସଭାପତି ଶ୍ରୀ ପ୍ରସନ୍ନ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମରେ ମାଁ ବୁଢୀ ଠାକୁରାଣୀ ସାହି ମଧ୍ୟକୁ ବଡ଼ ପଟୁଆରରେ ଆସି ସାହି ମଧ୍ୟରେ ଥିବା ରଥକୁ ଶୁଭ ଉନ୍ମୋଚନ କରିଥିଲେ। ତେବେ ଦୀର୍ଘ ୧୩୦ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ଏହି ରଥ ଆଜିକୁ ୧୩୦ ବର୍ଷ ପୂରଣ ହୋଇଛି । ଏହିଭଳି ଏକ ସର୍ବ ପୁରାତନ ରଥର ଉନ୍ମୋଚନ ଉତ୍ସବ ଲାଗି ଆଖପାଖ ଅଞ୍ଚଳର ବହୁ ଜନ ସାଧାରଣଙ୍କ ସହ ସହର ବାହାରୁ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ନାରାୟଣ ରଥ, ଉପ ସଭାପତି ରଞ୍ଜିତ ରଥ, ରାମହରି ସାହୁ, କାର୍ଯ୍ୟକାରୀ ସଭାପତି ଶ୍ରୀ ଉମାକାନ୍ତ ରଥ, ସମ୍ପାଦକ ରବୀନ୍ଦ୍ର ସାହୁ, ସହ ସମ୍ପାଦକ ରବି ସାହୁ, କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଶିବ ପ୍ରସାଦ ବେହେରା, ସଙ୍ଗଠନ ସମ୍ପାଦକ କାହ୍ନା କର ଅଭିଜିତ, କୋଷାଧ୍ୟକ୍ଷ ଶ୍ରୀ ନାରାୟଣ ପାତ୍ର, ଅଡିଟର ଶ୍ରୀ ସୁଦାମ ବେହେରା, କାର୍ଯ୍ୟକାରିଣୀ ସଦସ୍ୟ ବାଳକୃଷ୍ଣ ସାହୁ (ବୁଢ଼ା) ସଦାଶିବ ମିଶ୍ର, ମହେନ୍ଦ୍ର, ପୁରୋହିତ ସୁଦର୍ଶନ ରଥ, ଯୁଧିଷ୍ଠିର ରଥ, ସଂଯୋଜକ ସଦସ୍ୟ କମଳ ପାତ୍ର, ଶାନ୍, ରବୀନ୍ଦ୍ର କୃଷ୍ଣ ଚରଣ ବେହେରା ପ୍ରମୁଖଙ୍କ ସହ ସାହିର ଅନ୍ୟ ଯୁବ ଗୋଷ୍ଠୀ ଓ ବାସିନ୍ଦା ମାନେ ପରିଚାଳନରେ ସହଯୋଗ କରିଥିଲେ ।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
