August 27, 2025
Home » ଶୃଙ୍ଖଳା ଓ କଠିନ ପରିଶ୍ରମ ସଫଳତା ର ଚାବିକାଠି

ଶୃଙ୍ଖଳା ଓ କଠିନ ପରିଶ୍ରମ ସଫଳତା ର ଚାବିକାଠି

0
WhatsApp Image 2025-08-01 at 2.59.53 PM

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଦ୍ଵିତୀୟ ବର୍ଷ ଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ଏହି ଉତ୍ସବ ରେ ନବାଗତ ଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ପ୍ରଥମେ ସଭା ଗୃହକୁ ସ୍ୱାଗତ କରାଯାଇଥିଲା l ପରେ ଅନୁଷ୍ଠିତ ଏକ ସାଧାରଣ ସଭା ରେ ବୀରମହାରାଜପୁର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ତଥା ପରିଚାଳନା କମିଟି ର ବରିଷ୍ଠ ପ୍ରତିଷ୍ଠାତା ସଦସ୍ୟ ଡ଼ଃ.ପ୍ରଫୁଲ କୁମାର ରଥ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଛାତ୍ରୀ ମାନଂକୁ ବିଭିନ୍ନ ଉପଦେଶ ଦେଇଥିଲେ l କଠିନ ପରିଶ୍ରମ ଏବଂ ଶୃଙ୍ଖଳା ଜଣେ ବିଦ୍ୟାର୍ଥୀ କୁ ସଫଳତା ର ସ୍ୱାଦ ଦେଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ l ପରିଚାଳନା କମିଟି ର ସମ୍ପାଦକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଣଜିତ କୁମାର ରଥ ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ରୀ ମାନଂକୁ ଉଜ୍ୱଳ ଭବିଷ୍ୟ କାମନା କରିଥିଲେ l କଲେଜ ଅଧ୍ୟକ୍ଷ ଆଶୁତୋଷ ହୋତାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଅଧ୍ୟାପିକା ସନ୍ଧ୍ୟାରାଣୀ ରାଉତ ସମ୍ମାନିତ ଅତିଥିଭାବେ ମଂଚାସୀନ ଥିଲେ l ଅଧ୍ୟାପିକା ସନ୍ତୋଷିନୀ ନାୟକ ସଭାପରିଚାଳନା କରିଥିବା ବେଳେ ଓଡ଼ିଆ ବିଭାଗ ଅଧ୍ୟlପିକା ଗୀତାଞ୍ଜଳି ପଧାନ ଧନ୍ୟବାଦ ଦେଇଥିଲେ l ପରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ କଲେଜର ସମସ୍ତ ଅଧ୍ୟାପିକା ତଥା କର୍ମଚାରୀ ମାନେ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *