July 27, 2025
Home » ଶୋକ ସଭା ପାଳନ ଓ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ

ଶୋକ ସଭା ପାଳନ ଓ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ

0
WhatsApp Image 2025-06-14 at 2.57.28 PM

l

ସୁବର୍ଣ୍ଣପୁର –ଏୟାର ଇଣ୍ଡିଆ ଡ୍ରିମ୍ଲାଇନ୍ ର ପ୍ଲେନ ଅହମ୍ବଦାବାଦ ମେଡିକାଲ କଲେଜ୍ ହସ୍ପିଟାଲ ଉପରେ ଗଳିପଡ଼ିଲା । ଯାହା ଫଳ ରେ ଅନେକ ଙ୍କ ଅକାଳ ମୃତ୍ୟୁ ହୋଇ ଯାଇଛି। ଜଣେ ମାତ୍ର ଜଗନ୍ନାଥ ଙ୍କ କୃପାରୁ ଜୀବନ ବଞ୍ଚେଇ ପାରିଛନ୍ତି। ମୃତ୍ୟୁବରଣ କରିଥିବା ଆତ୍ମା ଙ୍କ ସତ୍ ଗତି ପ୍ରାପ୍ତ ପାଇଁ ଓ ଜଣେ ଆହତ ହୋଇଥିବା ବ୍ୟକ୍ତି ଙ୍କ ଆସୁ ଆରୋଗ୍ୟ କାମନା କରି ଭଇସ୍ ଅଫ୍ ମିଡିଆ ସୁବର୍ଣ୍ଣପୁର ଜିଲ୍ଲା ୟୁନିଟ ତରଫରୁ ଏକ କେଣ୍ଡେଲ ଶୋଭାଯାତ୍ରା ଓ ଶୋକ ସଭା ଗତକାଲି ସନ୍ଧ୍ୟା ରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଶୋକସଭା ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଙ୍କ ସହ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ, ବରିଷ୍ଠ ସମାଜ ସେବୀ ଗୋବିନ୍ଦ ମହାରଣା, ବଳଦେବ ପ୍ରସାଦ ବେଦବାକ,ମହାନଦୀ ଧାରା ଅଧ୍ୟକ୍ଷ ପ୍ଲାବନ ମହାପାତ୍ର ଓ ବସ୍ ମାଲିକ ସଂଘ ସଭାପତି ଦୀପକ କୁମାର ମହାପାତ୍ର, ଟ୍ରକ୍ ମାଲିକ ସଂଘ କୋଷାଧ୍ୟକ୍ଷ ରାଜୀବ ଲୋଚନ ପଟ୍ଟନାୟକ, ଘରୋଇ ବସ୍ ହକର ସଂଘ, ଅଟୋ ସଂଘ ସଭାପତି ଗଦନ ଓ ସମ୍ପାଦକ ଶରତ ଙ୍କ ସହ ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ। ଭଏସ ଅଫ ମିଡିଆ ର ସଭାପତି ସନ୍ତୋଷ କୁମାର ମିଶ୍ର ଙ୍କ ସହ ଭାସ୍କର ଦାଶ, ରଞ୍ଜନ ହୋତା, ସଚିକାନ୍ତ ସୁନା, ଅଶ୍ଵିନୀ ନେପାକ, ସରୋଜ କୁମାର ପ୍ରଧାନ, ମୁରଲୀ ସାହୁ, ମୁକ୍ତେଶ୍ଵର ପ୍ରଧାନ, ରାମହରି ସେଠି, ଦେବାନନ୍ଦ, ସୋନପୁର ପୌର ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡ କାଉନସିଲର ଗଙ୍ଗା ତରିଆ ଓ ୧୪ ନମ୍ବର ୱାର୍ଡ କାଉନସିଲର ସୁକାନ୍ତ ସାହୁ ଓ ତାଙ୍କ ସମର୍ଥକ ଯୋଗଦାନ କରିଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *