July 4, 2025
Home » ଶୋଭନୀୟ ପ୍ଲେ ସ୍କୁଲର ୨୩ ତମ ବାର୍ଷିକ ଉତ୍ସବ

ଶୋଭନୀୟ ପ୍ଲେ ସ୍କୁଲର ୨୩ ତମ ବାର୍ଷିକ ଉତ୍ସବ

0
WhatsApp Image 2025-02-16 at 1.07.35 PM

ଭୁବନେଶ୍ୱର ଶୋଭନୀୟ ପ୍ଲେ ସ୍କୁଲ,ପୋଖରୀପୁଟର ୨୩ ତମ ବାର୍ଷିକ ଉତ୍ସବ ଆଜି ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହିଳା ମଣ୍ଡଳ ଅର୍ଥ ସାମାଜିକ କଲ୍ୟାଣ ନିୟୋଗର (WCSEW) ସମ୍ପାଦକ ଶ୍ରୀମତୀ ନିବେଦିତା ଶତପଥୀ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରାମଚଣ୍ଡୀ ପ୍ରସାଦ ରଣସିଂହ ପ୍ରଦୀପ ପ୍ରଜ୍ବଳନ କରି ସଭାର ଶୁଭାରମ୍ଭ କରିଥିଲେ।ଶ୍ରୀମତୀ ନିବେଦିତା ଶତପଥୀ ପିଲାଙ୍କ ଉପରେ କୌଣସି ଚାପ ପ୍ରୟୋଗ ନକରି ସେମାନଙ୍କୁ ତାଙ୍କ ପସନ୍ଦର କାର୍ଯ୍ୟ କରିବାକୁ ଦେବା ଉଚିତ୍ ବୋଲି ଅଭିଭାବକ ମାନଙ୍କୁ କହିବା ସହିତ ସ୍କୁଲର ଉନ୍ନତି ନେଇ ଉତ୍ତରୋତ୍ତର କାମନା କରିଥିଲେ ।ସେହିପରି ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରାମଚଣ୍ଡୀ ପ୍ରସାଦ ରଣସିଂହ ମା ମାନଙ୍କ ଉପରେ ପ୍ଲେ ସ୍କୁଲ ଆସୁଥିବା ପିଲାମାନଙ୍କ ପ୍ରତି କିପରି ଦାଇତ୍ୱ ରହିଛି ଏବଂ ବାପାମାନେ କିପରି ନିଜର ପିଲାମାନଙ୍କ ପ୍ରତି କର୍ତ୍ତବ୍ୟ କରିବେ ତାହା କହିବା ସହିତ ବିଦ୍ୟାଳୟରେ ପିଲାଙ୍କ ପ୍ରତି ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ କିପରି ଦାଇତ୍ୱ ରହିଛି ତାହା ଉପରେ ଆଲୋକ ପାତ କରିଥିଲେ

ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଭାଗ୍ୟଲକ୍ଷ୍ମି ମହାପାତ୍ର ସ୍ବାଗତ ଭାଷଣ ଦେଇ ବାର୍ଷିକ ବିବରଣୀ ପାଠ କରିଥିଲେ । ସୁଭାଙ୍ଗି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଭା ସତରୁପା ମଞ୍ଚ ପରିଚାଳନା କରିଥିଲେ ।ସେହିପରି ଶିକ୍ଷୟତ୍ରୀ ସୁଜାତା ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ରତ୍ନପ୍ରଭା,ରଶ୍ମିରେଖା ଓ ଦିଲ୍ଲୀପ ମଞ୍ଚ ପରିଚାଳନା କରିଥିଲେ। ସାମ୍ବାଦିକ ଦୀପକ କୁମାର ମହାପାତ୍ର ଉତ୍ସବର ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତ୍ତି ପ୍ରତିଯୋଗୀ,ଅଭିଭାବକ ଓ ଶିକ୍ଷୟତ୍ରୀ ମାନଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।ଶେଷରେ ଶିକ୍ଷୟତ୍ରୀ ଅରୁନ୍ଧତୀ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଭୁବନେଶ୍ୱର ଇପିଏ ରୁ ମଧୁସୂଦନ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *