July 1, 2025
Home » ଶ୍ରମିକ ଙ୍କ ସ୍ୱାର୍ଥ ସୁରକ୍ଷା ଦାବୀ ରେ ଏଏମଏନଏସ କମ୍ପାନୀ ଫାଟକ ସମ୍ମୁଖ ରେ ଶ୍ରମିକ ସଂଘର ବିକ୍ଷୋଭ ପ୍ରଦର୍ଶନ

ଶ୍ରମିକ ଙ୍କ ସ୍ୱାର୍ଥ ସୁରକ୍ଷା ଦାବୀ ରେ ଏଏମଏନଏସ କମ୍ପାନୀ ଫାଟକ ସମ୍ମୁଖ ରେ ଶ୍ରମିକ ସଂଘର ବିକ୍ଷୋଭ ପ୍ରଦର୍ଶନ

0
WhatsApp Image 2025-04-29 at 10.21.04 PM

ପାରାଦୀପ – ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ (ଏଏମଏନଏସ) ଇଣ୍ଡିଆ କମ୍ପାନୀରେ କାର୍ଯ୍ୟ କରୁଥିବା ହଜାରରୁ ଉର୍ଦ୍ଧ ଠିକା ଶ୍ରମିକ ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ ଙ୍କ ନେତୃତ୍ବାଧୀନ ପୂର୍ବ ଉପକୂଳ ଶ୍ରମିକ ସଙ୍ଘ ର ସଭ୍ୟ ଥିବା ବେଳେ ପ୍ରକାଶ ତ୍ରିପାଠୀ ଏହି ଶ୍ରମିକ ଙ୍କ ବିଭିନ୍ନ ସମସ୍ୟା କୁ ନେଇ ଦାବିପତ୍ର ଦେବା ସହିତ ଏସମ୍ପର୍କରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଓ କମ୍ପାନୀ କତୃପକ୍ଷ ଙ୍କ ସହ ଆଲୋଚନା କରିଥିଲେ l କିନ୍ତୁ କମ୍ପାନୀ କତୃପକ୍ଷ ଓଡ଼ିଶାର ଶିଳ୍ପ ନୀତି କୁ ମାନିବାକୁ ନାରାଜ l ସଂଘର କହିବା ଅନୁଯାୟୀ ପାରାଦୀପ ଶିଳ୍ପାଞ୍ଚଳରେ ଥିବା ସମସ୍ତ ଶିଳ୍ପ ସଂସ୍ଥାରେ ଶ୍ରମିକ ଙ୍କ ସ୍ୱାର୍ଥ ରକ୍ଷା ପାଇଁ ଗଠିତ ଶ୍ରମିକ ସଙ୍ଘ କୁ ଶିଳ୍ପ ସଂସ୍ଥା ମାନେ ମାନ୍ୟତା ଦେଉଛନ୍ତି l ଯାହାକି ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଶିଳ୍ପ ସଂସ୍ଥା ମାନେ ଶ୍ରମିକ ସଙ୍ଘ ସହ ଆଲୋଚନା କରି ସମସ୍ୟା ସମାଧାନ କରିବା ସହିତ ଶ୍ରମିକ ମାନେ ମଧ୍ୟ ସଙ୍ଘ ଦ୍ୱାରା ତାଙ୍କ ସମସ୍ୟାର ସମାଧାନ କରିଥାନ୍ତି l ଏହାଦ୍ୱାରା ଶ୍ରମିକ ଓ ଶିଳ୍ପ ସଂସ୍ଥା ମାନଙ୍କ ପାଇଁ ସହଜ ହୋଇଥାଏ l ତେବେ ୮ ମାସ ରୁ ଉର୍ଦ୍ଧ ହେବ ପୂର୍ବ ଉପକୂଳ ଶ୍ରମିକ ସଙ୍ଘ ଏଏମଏନଏସ କୁ ଶ୍ରମିକଙ୍କ ବିଭିନ୍ନ ସମସ୍ୟା କୁ ନେଇ କମ୍ପାନୀ କତୃପକ୍ଷ ଙ୍କ ସହିତ ଆଲୋଚନା କରିବାକୁ ଚାହୁଁଥିବା ବେଳେ କମ୍ପାନୀ କତୃପକ୍ଷ ୟୁନିଅନ ସହିତ ଆଲୋଚନା କରିବା ପାଇଁ ରାଜି ହେଉନାହିଁ l ଯେଉଁଥିପାଇଁ ବାରମ୍ବାର ଅତିରିକ୍ତ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲାପରେ ମଧ୍ୟ କମ୍ପାନୀ କତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ରୁ ଶେଷରେ ସଙ୍ଘ ବାଧ୍ୟ ହୋଇ ଗତ ୨୮ ତାରିଖ ସୋମବାର ଠାରୁ କମ୍ପାନୀ ଫାଟକ ଆଗରେ ଦୁଇଦିନ ଧରି ଘଣ୍ଟିକିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବ ଏବଂ ତାପରେ ଘଣ୍ଟିକିଆ ଶାନ୍ତିପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବ ବୋଲି ନିଷ୍ପତି ନିଆଯାଇଛି l ଏହାପରେ ପ୍ରଶାସନ କିମ୍ବା କମ୍ପାନୀ କତୃପକ୍ଷ ଯଦି ସମାଧାନ ନକରନ୍ତି, ତାହା ହେଲେ ସଙ୍ଘ ଅଲଗା ତରିକା ଆପଣେଇବାକୁ ବାଧ୍ୟ ହେବ ବୋଲି ଶ୍ରମିକ ନେତା ତଥା ସଙ୍ଘ ସଭାପତି ପ୍ରକାଶ ତ୍ରିପାଠୀ ଚେତାବନୀ ଦେଇଛନ୍ତି l ଚାଲିଥିବା ଏହି ପ୍ରତିବାଦ ସଭାରେ ହଜାର ହଜାର ଶ୍ରମିକ ଯୋଗ ଦେଉଥିବା ବେଳେ ସଂଘର ସାଧାରଣ ସମ୍ପାଦକ ଶ୍ରମିକନେତା ଅଭିମନ୍ୟୁ ବେହେରା ଓ ସମ୍ପାଦକ ରତ୍ନାକର ଜେନା ଉପସ୍ଥିତ ରହି ଶ୍ରମିକ ମାନଙ୍କୁ ଉତ୍ସାହିତ କରିବା ସହିତ ଏହି ଆନ୍ଦୋଳନ ର ନେତୃତ୍ୱ ନେଉଛନ୍ତି l

Leave a Reply

Your email address will not be published. Required fields are marked *