July 6, 2025
Home » ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡିଶା ସରକାର

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡିଶା ସରକାର

0
WhatsApp Image 2025-02-11 at 8.02.23 PM

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କୋରାପୁଟ ତରଫରୁ ତା ୧୧ .୦୨ .୨୦୨୫ ରିଖରେ ଶ୍ରମିକ ସଚେତନତା ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଶ୍ରମିକ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତିବାସନ ଶୁଭାରମ୍ଭ କରିଛନ୍ତି । ଏହି ଶ୍ରମିକ ସଚେତନତା ରଥ ଦୀର୍ଘ ଏକମାସ ଧରି ଜିଲ୍ଲାର କୋଣ ଅନୁକୋଣ ପରିଭ୍ରମଣ କରି ସରକାରଙ୍କ ତରଫରୁ ଶ୍ରମିକ ମାନଙ୍କୁ ଦିଆଯାଉଥିବା ବିଭିନ୍ନ କଲ୍ୟାଣକାରି ଯୋଜନା, ପ୍ରବାସୀ ଶ୍ରମିକ ଆଇନ ଓ ଶିଶୁ ଶ୍ରମିକ ନିରୋଧ ଆଇନ ବିଷୟରେ ସଚେତନତା ସୃଷ୍ଟି କରିବ । ଶ୍ରମିକ ସଚେତନତା ରଥ ଶୁଭାରମ୍ଭ କାର୍ଯ୍ୟକ୍ରମଟି , ସବିତା କୁମାରୀ ନାୟକ, ଜିଲ୍ଲା ଶ୍ରମ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ନରେନ୍ଦ୍ର ରାଇକା ,ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ବୃନ୍ଦାବନ ସେଠୀ , ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଚୈତନ୍ୟ ପ୍ରସାଦ ମାଝୀ , ଶ୍ରୀ ବୁଲୁ ଶ୍ରୀହରିଆ ,ଶ୍ରୀ ଅନନ୍ତ ମୁଦୁଲି , ରାମେଶ୍ୱରୀ ହିକକା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ,କୋରାପୁଟ , ଶିଶୁ ସୁରକ୍ଷା ସ୍ଵେଚ୍ଛାସେଵୀ ,କଲ୍ୟାଣ ସଂଯୋଜକ ଶ୍ରୀ ଆଡପା ହରିପ୍ରସାଦ , ଡିଇଓ ସୁମନ୍ତ କୁମାର ବେହେରା , ଚନ୍ଦନ ଭାରତୀ , ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ୟୁନିଅନ କର୍ମ କର୍ତା ଉପସ୍ଥିତ ଥିଲେ ।

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *